Masthead

ଗାଁରେ ପହଞ୍ଚିଲା ମାଲେସିଆରେ ମୃତ ଯୁବକଙ୍କ ମରଶରୀର

ବରୀ (ବଡ଼ ଖବର ବ୍ୟୁରୋ): ମୃତ୍ୟୁର ୯ ଦିନ ପରେ ମାଲେସିଆରୁ ଆସି ଗାଁ ମାଟିରେ ପହଞ୍ଚିଲା ଓଡ଼ିଆ ଯୁବକଙ୍କ ମୃତ ଶରୀର। ଯାଜପୁର ଜିଲ୍ଲା ବରୀ ବ୍ଲକ ସ୍ୱାଇଁଖଣ୍ଡ ପଞ୍ଚାୟତ କଳାଖଣ୍ଡ ଗ୍ରାମର ଜଗବନ୍ଧୁ ସାହୁଙ୍କ ପୁଅ ଜ୍ୟୋତିରଂଜନ ସାହୁ  ଦୀର୍ଘ ୬ ବର୍ଷ ଧରି ମାଲେସିଆର ଏକ ଘରୋଇ ହୋଟେଲ କାମ କରୁଥିଲେ। ଗତ ୧୬ ତାରିଖ ଦିନ ଜ୍ୟୋତିରଂଜନ ନିଜ ରୁମରେ ଆତ୍ମହତ୍ୟା କରିଥିବା ଖବର ପରିବାରଙ୍କ ନିକଟରେ ପହଞ୍ଚିଥିଲା।

ଯାହାକୁ ପରିବାର ଲୋକେ ବିଶ୍ୱାସ କରିନଥିଲେ ତାଙ୍କ ପୁଅ ଆତ୍ମହତ୍ୟା କରିପାରିବନି କହି ପୁଅକୁ ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ବରୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ତାସହିତ ପୁଅର ମର ଶରୀର ଗାଁ ମାଟିକୁ ଫେରାଇ ଆଣିବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟକୁ ଜ୍ୟୋତିରଂଜନଙ୍କ ମାଆ ଚିଠି ଲେଖିବା ସହ ଜିଲ୍ଲା ପ୍ରଶାସନକୁ ନିବେଦନ କରିଥିଲେ ପରିବାର ଲୋକେ।

ସରକାରଙ୍କ ନୀତି ନିୟମ ଅନୁଯାୟୀ ସମସ୍ତ ବନ୍ଦୋବସ୍ତ କରାଯିବା ସହ ଶେଷରେ ୯ ଦିନ ପରେ ଆଜି ଜ୍ୟୋତିରଂଜନଙ୍କ ମରଶରୀର ଗାଁ ମାଟିରେ ପହଞ୍ଚିଛି। ଗାଁରେ ଜ୍ୟୋତିରଂଜନଙ୍କ ମରଶରୀର ପହଞ୍ଚିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ବିଜେଡି ନେତା ବିଶ୍ବରଂଜନ ମଲ୍ଲିକ ପରିବାର ନିକଟରେ ପହଞ୍ଚି ପରିବାର ଲୋକଙ୍କୁ ସାନ୍ତ୍ୱନା ଦେବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଏକ ଶୋକାକୂଳ ପରିବେଶରେ ଗାଁ ମଶାଣିରେ ଜ୍ୟୋତିରଂଜନଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ