Masthead

ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଟିକାକରଣ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ କରୋନାର ତୃତୀୟ ଲହର ଭୟ । କିନ୍ତୁ ଏହାରି ଭିତରେ ଦୈନିକ ଟିକାକରଣରେ ରେକର୍ଡ କରିଛି ଭାରତ । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ କହିଛନ୍ତି, ଶୁକ୍ରବାର ପ୍ରାୟ ୧ କୋଟିରୁ ଅଧିକ ଲୋକ ଟିକା ନେଇଛନ୍ତି। ସ୍ଵାସ୍ଥ୍ୟ ମନ୍ତ୍ରୀ ଟ୍ଵିଟ୍ କରି ସୂଚନା ଦେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଖୁସି ବ୍ୟକ୍ତ କରିଛନ୍ତି। ଏହା ପୂର୍ବରୁ ଅଗଷ୍ଟ ୧୭ରେ ଦେଶରେ ସର୍ବାଧିକ ୮୮ ଲକ୍ଷ ଲୋକ ଟିକା ନେଇଥିଲେ।

ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଏହି ଉପଲବ୍ଧିର ଘୋଷଣା କରି ଟ୍ଵିଟ୍ କରିଛନ୍ତି ଯେ, ସବକା ସାଥ, ସବକା ବିକାଶ, ସବକା ବିଶ୍ଵାସ, ସବକା ପ୍ରୟାସ। ଏହା ହେଉଛି ସେହି ପ୍ରୟାସ ଯେଉଁଥିରେ ଦେଶରେ ଗୋଟିଏ ଦିନରେ ଏକ କୋଟିରୁ ଅଧିକ ଲୋକ କରୋନା ଟିକା ଦେଇ ରେକର୍ଡ କରିଛନ୍ତି। ସ୍ଵାସ୍ଥ୍ୟକର୍ମୀଙ୍କ ଅକଥନୀୟ ପରିଶ୍ରମ ଓ ପ୍ରଧାନମନ୍ତ୍ରୀଙ୍କ ସମସ୍ତଙ୍କୁ ମାଗଣାରେ ଭ୍ୟାକ୍ସିନ ଦେବାର ଦୃଢ ସଙ୍କଳ୍ପ କାର୍ଯ୍ୟରେ ପରିଣତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଉପଲବ୍ଧିରେ ଖୁସି ପ୍ରକାଶ କରି କହିଛନ୍ତି, ଆଜି ରେକର୍ଡ ଟିକାକରଣ ! ଏକ କୋଟି ଅତିକ୍ରମ କରିବା ଏକ ମହତ୍ଵପୂର୍ଣ୍ଣ ଉପଲବ୍ଧି। ଟିକା ନେଇଥିବା ଏବଂ ଅଭିଯାନକୁ ସଫଳ କରୁଥିବା ଲୋକଙ୍କୁ ଅଭିନନ୍ଦନ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ