Masthead

ପହଲଗାମ ଆଟାକକୁ ମାସେ, ଆଜି ବି ମନେପଡିଲେ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସବୁ ଚୁପଚାପ । ନିସ୍ତବ ପାଲଟିଯାଇଥିଲା କାଶ୍ମୀର । କିଛି ସମୟ ପାଇଁ ହୋହଲ୍ଲା । କ’ଣ ହେଲା କିଛି ଜଣାପଡ଼ିଲାନି । ଜଣାପଡ଼ିଲା ବେଳେକୁ ମଥାରୁ ଲିଭି ଯାଇଥିଲା ସିନ୍ଦୂର । କାନ୍ଦିବା ବଦଳରେ ପଥର ହୋଇଗଲା ଛାତି । କାହିଁକି ନା ସିନ୍ଦୂର ପୋଛି ଦେଇଥିଲା ସୁନ୍ଦରୀ ରାଇଜ । ପହଲଗାମ ଘଟଣାକୁ ପୂରିଲା ମାସେ । ଅପ୍ରେଲ ୨୨ ତାରିଖରେ ଜମ୍ମୁକାଶ୍ମୀରର ପହଲଗାମରେ ଆତଙ୍କବାଦୀ ରଚିଥିଲେ ବର୍ବରକାଣ୍ଡ । ୨୬/୧୧ ମୁମ୍ବାଇ ଆକ୍ରମଣ ପରେ ଏହାକୁ ସବୁଠୁ ବଡ଼ ଆତଙ୍କବାଦୀ ଆକ୍ରମଣ କୁହାଯାଉଛି ।

ବୈସାରଣ ଭ୍ୟାଲିରେ ଖୁସି ମନାଇବାକୁ ଯାଇଥିବା ପର୍ୟ୍ୟଟକଙ୍କୁ ଆତଙ୍କବାଦୀମାନେ ଅତ୍ୟ ଘୃଣ୍ୟ ଓ ଜଘନ୍ୟ ଭାବେ ଗୁଳି କରି ହତ୍ୟା କରିଥିଲେ । ୪ ଜଣ ଆତଙ୍କବାଦୀ ପର୍ୟ୍ୟଟକଙ୍କୁ ପ୍ରଥମେ ଧର୍ମ ପଚାରିବା ପରେ ଗୁଳି କରିଥିଲେ । ବିଶେଷକରି ହିନ୍ଦୁ ପର୍ୟ୍ୟଟକମାନଙ୍କୁ ହତ୍ୟା କରାଯାଇଥିଲା । ମୋଟ ୨୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଆତଙ୍କୀ ସଂଗଠନ ଲସ୍କର-ଇ-ତୋଏବାର ଛାୟା ସଂଗଠନ ଟିଆରଏଫ ଏହି ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା । ପାକିସ୍ତାନରୁ ଆକ୍ରମଣର ଷଡ଼୍‌ଯନ୍ତ୍ର ରଚାଯାଇଥିଲା । ଜମ୍ମୁକାଶ୍ମୀରର କିଛି ଆତଙ୍କୀ ସହଯୋଗୀ ଏହି ଘୃଣ୍ୟ ଷଡ଼୍‌ଯନ୍ତ୍ରରେ ସହାୟତା କରିଥିଲେ । ଭାରତ ଏହି ଆତଙ୍କୀ ଆକ୍ରମଣର ପ୍ରତିଶୋଧ ନେଇଛି । ପ୍ରଥମେ ପାକିସ୍ତାନର ୯ଟି ଆତଙ୍କୀ ଆଡ୍ଡାକୁ ଧ୍ବଂସ କରିଥିଲା ଭାରତ ।

ଏହାପରେ ପାକିସ୍ତାନ ଆକ୍ରମଣାତ୍ମକ ମନୋଭାବ ଦେଖାଇବା ପରେ ପାକିସ୍ତାନର ୧୧ଟି ଏୟାରବେସକୁ ଟାର୍ଗେଟ୍ କରିଥିଲା ଭାରତ । ଏଥିରେ ପାକିସ୍ତାନର ବ୍ୟାପକ କ୍ଷତି ଘଟିଥିଲା । ଘଟଣାକୁ ସିନା ମାସେ ପୂରିଛି ହେଲେ ଆଜି ବି କାନ୍ଦୁଛି କାଶ୍ମୀର । ସେ ବରଫ ପାହାଡଟା ବୁକୁ ଫଟେଇ କାନ୍ଦୁଛି । ଧାର ଧାର ଲୁହ ବୋହି ଯାଉଛି । ଅଉ ଲୁହ ଗୁଡା ବରଫ ହୋଇ ତରଳି ଯାଉଛି । କାହିଁକି ନା ଠିକ୍ ମାସେ ତଳେ ଆଜି ଦିନରେ ସଫେଦ ପାହାଡଟା ରକ୍ତରେ ଭିଜିଥିଲା । କାଶ୍ମୀରର ସବୁଜ ଚଟଣାଟା ରକ୍ତର କାହାଣୀ ଲେଖିଥିଲା । କିଏ ସ୍ୱାମୀକୁ ହରାଇ ନିସ୍ତବ ପାଲଟି ଯାଇଥିଲା ତ କିଏ ସ୍ୱାମୀକୁ ବଞ୍ଚାଇବା ପାଇଁ ଆକୁଳ ନିବଦେନ କରୁଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି