Masthead

ମୋ ଝିଅକୁ ମାରିଦେଲେ

ବରୀ (ବଡ଼ ଖବର ବ୍ୟୁରୋ): ବଧୂ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲ୍ା ବରୀ ବ୍ଲକ ମେଦୁଆକୂଳ ଗାଁରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଆଣିଛନ୍ତି ମୃତ୍ୟୁବରଣ କରିଥିବା ଝିଅର ବାପା । ମେଦୁଆକୂଳ ଗାଁର ପତିତପାବନ ଶାନ୍ତିଙ୍କ ପୁଅ ଜ୍ଞାନରଞ୍ଜନ ଶାନ୍ତିଙ୍କ ସହ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନା ଗାଁର ଗୟାଧର ମଲ୍ଲଙ୍କ ଝିଅ ରୀନା ମଲ୍ଲଙ୍କ ସହ ବିବାହ ହୋଇଥିଲା । ବିବାହ ବେଳେ ଯୈ÷ାତୁକ ବାବଦକୁ ୧ଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ଆସବାବପତ୍ର ଦିଆଯାଇଥିଲା । ଜ୍ଞାନରଞ୍ଜନଙ୍କର ତାଙ୍କ ବଡ ଭାଉଜଙ୍କ ସହ ସମ୍ପର୍କ ଥିବା ଗୟାଧର ଅଭିଯୋଗ କରିଛନ୍ତି । ରୀନାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେବା ସହ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା । ତେବେ ମଙ୍ଗଳବାର ଝିଅ ଛାତରୁ ପଡି ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । କିନ୍ତୁ ରୀନାଙ୍କ ତଂଟି ଚିପି ହତ୍ୟା କରାଯାଇଥିବା ରୀନାଙ୍କ ବାପା ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ଅଜୟ କୁମାର ଜେନା ପହଞ୍ଚି ଜ୍ଞାନରଞ୍ଜନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ