Masthead

ମୋ ଝିଅକୁ ମାରିଦେଲେ

ବରୀ (ବଡ଼ ଖବର ବ୍ୟୁରୋ): ବଧୂ ହତ୍ୟା ଅଭିଯୋଗ । ଯାଜପୁର ଜିଲ୍ଲ୍ା ବରୀ ବ୍ଲକ ମେଦୁଆକୂଳ ଗାଁରେ ଘଟିଛି ଏଭଳି ଘଟଣା । ଅଭିଯୋଗ ଆଣିଛନ୍ତି ମୃତ୍ୟୁବରଣ କରିଥିବା ଝିଅର ବାପା । ମେଦୁଆକୂଳ ଗାଁର ପତିତପାବନ ଶାନ୍ତିଙ୍କ ପୁଅ ଜ୍ଞାନରଞ୍ଜନ ଶାନ୍ତିଙ୍କ ସହ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଗୋକନା ଗାଁର ଗୟାଧର ମଲ୍ଲଙ୍କ ଝିଅ ରୀନା ମଲ୍ଲଙ୍କ ସହ ବିବାହ ହୋଇଥିଲା । ବିବାହ ବେଳେ ଯୈ÷ାତୁକ ବାବଦକୁ ୧ଲକ୍ଷ ଟଙ୍କା ସୁନା ଅଳଙ୍କାର ସହ ଆସବାବପତ୍ର ଦିଆଯାଇଥିଲା । ଜ୍ଞାନରଞ୍ଜନଙ୍କର ତାଙ୍କ ବଡ ଭାଉଜଙ୍କ ସହ ସମ୍ପର୍କ ଥିବା ଗୟାଧର ଅଭିଯୋଗ କରିଛନ୍ତି । ରୀନାଙ୍କୁ ଶାରିରୀକ ନିର୍ଯ୍ୟାତନା ଦେବା ସହ ମାରି ଦେବାକୁ ଧମକ ମଧ୍ୟ ଦିଆଯାଇଥିଲା । ତେବେ ମଙ୍ଗଳବାର ଝିଅ ଛାତରୁ ପଡି ମୃତ୍ୟୁବରଣ କରିଥିବା ଖବର ମିଳିଥିଲା । କିନ୍ତୁ ରୀନାଙ୍କ ତଂଟି ଚିପି ହତ୍ୟା କରାଯାଇଥିବା ରୀନାଙ୍କ ବାପା ଘର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି । ଥାନା ଅଧିକାରୀ ଅଜୟ କୁମାର ଜେନା ପହଞ୍ଚି ଜ୍ଞାନରଞ୍ଜନଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା