ଥମାସଙ୍କ ସହ ବନ୍ଧୁ ବାନ୍ଧିଛି ଦୁଃଖ

ପାରଳାଖେମୁଣ୍ଡି (ବଡ଼ ଖବର ବ୍ୟୁରୋ): ହାତରେ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛନ୍ତି । ସାହାରା କେବଳ ଦୁଇଟି ହାତ। ନିଜର ନିତ୍ୟକର୍ମ ନିଜେ କରିବାର ଚେଷ୍ଟା ଆଉ ପ୍ରୟାସ ଜାରି ରଖିଛି ।ଥମାସ ରଇତ । ଅଜଣା ରୋଗରେ ଆକ୍ରାନ୍ତ । ମଣିଷ ଜୀବନରେ ସୁଖଦୁଃଖର ସ୍ଥାନ ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଭଳି । ମଣିଷକୁ ଟିକେ କଷ୍ଟ ହେଲେ ଭଗବାନଙ୍କୁ ଦୋଷ ଦିଏ । କିନ୍ତୁ କିଛି ଲୋକ ଜୀବନରେ ଦୁଃଖ ଉପରେ ଦୁଃଖ ସହି ଜୀବନ ରାସ୍ତାରେ ଆଗକୁ ବଢନ୍ତି ।ଗଜପତି ଜିଲ୍ଲା ନୂଆଗଡ ବ୍ଲକ ସିନ୍ଦୂରଡ଼ାଙ୍ଗ ପଞ୍ଚାୟତ ବୁର୍କାପେଟା ଗାଁ ର ଥମାସ ରଇତ । ଅଜଣା ରୋଗରେ ଆକ୍ରାନ୍ତ । ଦୁଇ ଗୋଡ଼ ଅଚଳ । ନା ତାଙ୍କ ପାଖେ ଅଛି ରହିବାକୁ ଘର ।

ନା ଦି ଓଳି ଦି ମୁଠା ଖାଇବାକୁ ପାଉଛନ୍ତି । ଘରର ଛାତ କହିଲେ ଖୋଲା ଆକାଶ । ଶୋଇବା ଆଗରୁ ତାରା ଗଣୁଥିବାବେଳେ ସକାଳ ହେଲେ ସେହି ବାଟ ଦେଇ ସୂର୍ଯ୍ୟକିରଣ ପଡେ ଘର ଭିତରେ । ଯେମିତି ଦୁଃଖ ତାଙ୍କ ସହ ବନ୍ଧୁତା କରି ଦେଇଛି । ଦୁଃଖକୁ କାନ୍ଧରେ ବୋହି ଜୀବନ ସହ ଲଢିଚାଲିଛନ୍ତି ଥମାସ ଓ ତାଙ୍କ ପରିବାର । ବହୁ ପୂଜା ପାଠ କରି ବାପା ମଆ ପୁଅ ଜନ୍ମ କରିଥିଲେ । କିନ୍ତୁ ଖୁସିର ପରିବାରରେ ଅକସ୍ମାତ ପଡ଼ିଥିଲା ଚଡ଼କ ।ବିଧିର ବିଧାନ କିଛି ଅଲଗା ଥିଲା ।

ହଠାତ୍ ଏକ ଅଜଣା ରୋଗରେ ଥମାସ ରଇତ ପୀଡ଼ିତ ହୋଇ ଦୁଇଟି ଗୋଡ଼ ଅଚଳ ହେବାକୁ ଲାଗିଲା। ଖାଇବାକୁ ଦି ଓଳି ଦି ମୁଠା ସଂଘର୍ଷ କରୁଥିବା ବାପା ମା ଚିକିତ୍ସା ପାଇଁ ଟଙ୍କା ଆଣିବେ ବା କେଉଁଠୁ। ଦଇବ ଯେମିତି ଦାଉ ସାଜିଥିଲା ଏ ପରିବାର ଉପରେ । ଆଉ ଶେଷରେ ଥମାସ ହୋଇଗଲେ ଦିବ୍ୟାଙ୍ଗ। ପୁଅକୁ ନେଇ ସ୍ଵପ୍ନ ଦେଖିଥିଲେ ବାପା ମା । ପୁଅ ବଡ ହୋଇ ଆମର ସାହାରା ପାଲଟିବ । ହେଲେ ସ୍ୱପ୍ନ ସ୍ୱପ୍ନରେ ରହିଗଲା । ଥମାସ ଏବେ ହାତରେ ଗୁରୁଣ୍ଡି ଗୁରୁଣ୍ଡି ବାଟ ଚାଲୁଛି ।

ସାହାରା କେବଳ ଦୁଇଟି ହାତ। ନିଜର ନିତ୍ୟକର୍ମ ନିଜେ ବି କରିବାର ଚେଷ୍ଟା ଆଉ ପ୍ରୟାସ ଜାରି ରଖିଛି । ବାପା ମାଆ ପର ଘରେ କୁଲି ମଜୁରି କରି ଆଣିଲି ଘର ଚୂଲି ଜଳୁଛି। ନିରୀହ ବୃଦ୍ଧ ବାପା ମା ଆଉ କେତେ ଦିନ କୁଲି ଖଟିବେ । ତାକୁ ନେଇ ଚିନ୍ତାରେ ପୁଅ । ଯଦି ସରକାରଙ୍କ ତରଫରୁ କିଛି ସହାୟତା ମିଳେ ତେବେ ଛୋଟ ଦୋକାନଟିଏ କରି ରୋଜଗାରକ୍ଷମ ହୋଇଥାନ୍ତି ଥମାସ । ପାରଳାଖେମୁଣ୍ଡିରୁ ଫିଲିମାନ କରଡ଼ାଙ୍କ ରିପୋର୍ଟ ବଡ଼ ଖବର

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’