ସିଟି ସ୍କାନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କରୋନା ଏତେ ମାତ୍ରାରେ ଲୋକଙ୍କୁ ଭୟଭୀତ କଲାଣି ଯେ ଲକ୍ଷଣ ନଥାଇ ଟେଷ୍ଟ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏପରିକି ସିଟି ସ୍କାନ କରୁଛନ୍ତି । ୩୦୦ ଥର ଫଟୋ ଉଠାଇବା ଶରୀରକୁ ଯେତିକି କ୍ଷତି ପହଞ୍ଚାଇଥାଏ, ଥରେ ସିଟି ସ୍କାନ କଲେ ତା’ଠାରୁ ଅଧିକ କ୍ଷତି କରିଥାଏ । କରୋନା ପରୀକ୍ଷା ପାଇଁ ସିଟି-ସ୍କାନ ର ଦୁରୁପଯୋଗ କରାଯାଉଛି । ଉପକାର ତୁଳନାରେ ବେଶୀ ଅପକାର ହେଉଛି ।

ତେବେ ଯେଉଁମାନଙ୍କର ସାମାନ୍ୟ ଲକ୍ଷଣ ରହିଛି ସେମାନେ ସିଟି-ସ୍କାନ କରିବାର ଆଦୌ ଆବଶ୍ୟକତା ନାହିଁ । ଗୋଟିଏ ଥର ସିଟି ସ୍କାନ କରିବା ଅର୍ଥ ୩୦୦ ଥର ଛାତି ଏକ୍ସ-ରେ କରିବା ସହ ସମାନ। ସିଟି ସ୍କାନ କରିବାର ପରବର୍ତ୍ତୀ କାଳରେ କର୍କଟ ରୋଗ ହେବାର ଆଶଙ୍କା ବେଶୀ ଥାଏ । ବିଶେଷ କରି ଯୁବପିଢିଙ୍କ କ୍ଷେତ୍ରରେ ଏହାର ବିପଦ ବେଶୀ ରହିଛି । ତେବେ ଘରେ ଯେଉଁ ସଂକ୍ରମିତମାନେ ଏକାନ୍ତବାସରେ ରହୁଛନ୍ତିି ସେମାନେ ନିୟମିତ ଭାବେ ଡାକ୍ତରଙ୍କ ସମ୍ପର୍କରେ ରୁହନ୍ତୁ ।

ଯଦି ସଂକ୍ରମିତଙ୍କ ପାଖରେ କିଛି ଲକ୍ଷଣ ଦେଖାଯାଏ, ଯେମିତି କି ଅମ୍ଳଜାନ ସ୍ତର ୯୩ରୁ ତଳକୁ ଖସିଯିବା, ଚେତା ବୁଡ଼ିବା ପରି ଲାଗିବା, ଛାତିରେ ଯନ୍ତ୍ରଣା ଅନୁଭବକରିବା ପରି ଲାଗିବା ତେବେ ସେମାନେ ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ