Masthead

କୋଭିସିଲ୍ଡ ନେଇଥିଲେ ହୋଇଯାଆନ୍ତୁ ସତର୍କ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଭ୍ୟାକ୍ସିନ ନେଉଥିବା ଲୋକମାନେ ସତର୍କ ହୋଇଯାଆନ୍ତୁ । ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କଠାରେ ପାର୍ଶ୍ଵ ପ୍ରତିକ୍ରିୟା ପରିଲକ୍ଷିତ ହେଉଛି । ବ୍ରିଟେନରେ ଆଷ୍ଟ୍ରଜେନେକା-ଅକ୍ସଫୋର୍ଡ ଭ୍ୟାକ୍ସିନ୍ ନେବା ପରେ ରକ୍ତ ଜମାଟ ବାନ୍ଧିବାର ପ୍ରଭାବ ଭାରତର କୋଭିସିଲ୍ଡ ଉପରେ ପଡ଼ିଛି । ଭ୍ୟାକ୍ସିନର ଏଭଳି ପାର୍ଶ୍ଵ ପ୍ରତିକ୍ରିୟାକୁ ନେଇ ଲୋକ ବି ଛାନିଆଁ ହେଲେଣି । ଏହାକୁ ଦେଖି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟକର୍ମୀ ଓ ଭ୍ୟାକ୍ସିନ୍ ନେଉଥିବା ଲୋକଙ୍କ ପାଇଁ ଆଡଭାଇଜରୀ ଜାରି ହୋଇଛି । ଟିକାକରଣର ୨୦ ଦିନ ଭିତରେ ଥ୍ରମ୍ବୋସିସ୍ ବା ବ୍ଲଡ୍ କଟ୍ସ ଲକ୍ଷଣ ଚିହ୍ନଟ ପାଇଁ କହିଛି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ।

ଏଭଳି କୌଣସି ଗମ୍ଭୀର ଲକ୍ଷଣ ଦେଖାଗଲେ ଟିକାକରଣ କେନ୍ଦ୍ରରେ ଡାକ୍ତରଙ୍କୁ କହିବାକୁ କୁହାଯାଇଛି । ବିଶେଷକରି କୋଭିସିଲ୍ଡ ଟିକା ନେବା ପରେ ଯଦି ଆପଣଙ୍କ ଦେହ ଦରଜ, ଛାତି ଯନ୍ତ୍ରଣା, ଶରୀର ଫୁଲିଯିବା, ବାନ୍ତି ନହୋଇ ପେଟ ଦରଜ ହେବା, ଶ୍ୱାସକ୍ରିୟା ବେଳେ କଷ୍ଟ ହେବା ଭଳି ଗମ୍ଭୀର ଲକ୍ଷଣ ଦେଖାଯାଉଛି । ଏଭଳି ଲକ୍ଷଣ ଦେଖା ଦେଲେ ବିଳମ୍ବ ନକରି ଟିକାକରଣ କେନ୍ଦ୍ରରେ ଜଣାନ୍ତୁ ।

ଏଥିସହ ଆପଣଙ୍କ ଦେହରେ ଇଞ୍ଜେଇକ୍ସନ୍ ଦିଆଯାଇଥିବା ସ୍ଥାନ ବ୍ୟତୀତ ଶରୀରର ଅନ୍ୟ କୌଣସି ସ୍ଥାନରେ ଲାଲ ରଙ୍ଗର ଚିହ୍ନ ଦେଖାଗଲେ ସତର୍କ ରୁହନ୍ତୁ । ତା’ଛଡ଼ା ଯଦି ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ନାହିଁ, କିନ୍ତୁ ବାନ୍ତି ସହ କିମ୍ବା ବାନ୍ତି ବିନା ଆପଣଙ୍କ ମୁଣ୍ଡ ବିନ୍ଧୁଛି ତେବେ ଏହା ମଧ୍ୟ ଭ୍ୟାକ୍ସିନର ପାର୍ଶ୍ଵ ପ୍ରତିକ୍ରିୟାର ଲକ୍ଷଣ ଅଟେ । ଟିକା ନେବା ପରେ ଥକ୍କାପଣ, ବାରମ୍ବାର ବାନ୍ତି ଲାଗିବା, ଆଖି ଦରଜ କିମ୍ବା ଝାପ୍ସା ଦେଖାଯିବା, ଅବସାଦ ଲାଗିଲେ ନିହାତି ଟିକାକରଣ କେନ୍ଦ୍ରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ । ତଥ୍ୟ ଅନୁସାରେ, ଭାରତରେ କୋଭିସିଲ୍ଡ ଭ୍ୟାକ୍ସିନର ପ୍ରତି ୧୦ ଲକ୍ଷ ଡୋଜରେ ଡିପ୍ ବେନ୍ ଥ୍ରମ୍ବୋସିସ୍ ବା ରକ୍ତ ଜମାଟର ମାତ୍ର ୦.୬୧ ପ୍ରତିଶତ ମାମଲା ସାମ୍ନାକୁ ଆସିଛି । ତେବେ ଏହାକୁ ନେଇ ଆପଣ ଭୟଭୀତ ହୁଅନ୍ତୁ ନାହିଁ ବରଂ ସତର୍କ ରହି ସ୍ୱାସ୍ଥ୍ୟକର୍ମୀଙ୍କୁ ଜଣାନ୍ତୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ବାଂଲାଦେଶରେ ଭୟଙ୍କର ବିମାନ ଦୁର୍ଘଟଣା 🔴 ମାଓବାଦୀଙ୍କ ବର୍ବରକାଣ୍ଡ, ୨ ଗ୍ରାମବାସୀଙ୍କୁ ନିର୍ମମ ହତ୍ୟା 🔴 ଡିଏଫ୍ଓ ବାବୁଙ୍କ ବେଶୀ ନୁହେଁ ମାତ୍ର ୧୧୫ ପ୍ଲଟ