ଆଖିରେ ଲଙ୍କାଗୁଣ୍ଡ ପକାଇ ଲକ୍ଷାଧିକ ଟଙ୍କା ଓ ଲ୍ୟାପଟପ୍ ଲୁଟ

ବୋନ୍ତ(ବଡ଼ ଖବର ବ୍ୟୁରୋ): ଆଖିରେ ଲଙ୍କାଗୁଣ୍ଡ ପକାଇ ଲୁଟିନେଲେ ଲକ୍ଷାଧିକ ଟଙ୍କା ଓ ଲ୍ୟାପଟପ୍ । ସୂଚନାରୁ ପ୍ରକାଶ ଯେ ଗତ କାଲି ବିଳମ୍ବିତ ରାତିର କେନ୍ଦୁଆପଦାଠାରେ ଥିବା ଷ୍ଟେଟବ୍ୟାଙ୍କ csp ର ମାଲିକ ଗୋପାଳ ଚନ୍ଦ୍ର ରାଉତ ନିଜର csp ବନ୍ଦକରି ନିଜ ଗାଁକୁ ଯିବା ବାଟରେ ଅଚାନକ ଜଣେ ପଛ କରିବା ସହ ତାଙ୍କ ଆଗରେ ୨ ଜଣ ଛକି ଥିଲେ ।

ତେବେ ଗୋପାଳ ପାଖରେ ପହଞ୍ଚିବା କ୍ଷଣି ତାଙ୍କ ଆଖିକୁ ଲଙ୍କାଗୁଣ୍ଡ ପକାଇ ଥିଲେ ଦୁବୁର୍ତ୍ତମାନେ । ଘଟଣା ସ୍ଥଳରେ ଗୋପାଳ ପଡ଼ିଯିବା ବେଳେ ବ୍ୟାଗକୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ଦୁବୁର୍ତ୍ତମାନେ । ତେବେ ଗୋପାଳ ନଛାଡ଼ିବା କାରଣରୁ ତାଙ୍କ ହାତକୁ ଭୁଜାଲିରେ ହାଣି ବ୍ୟାଗଟିକୁ ଛଡାଇ ନେଇଥିଲେ। ତେବେ ଚିତ୍କାର କରିବାରୁ ଦୁବୁର୍ତ୍ତମାନେ ପଳାଇଥିଲେ ବ୍ୟାଗକୁ ନେଇ । ତେବେ ବ୍ୟାଗରେ ୩ ଲକ୍ଷ ୨୬ ହଜାର ସହ ଏକ ଲାପଟପ୍ ଓ କିଛି ଏଟିଏମ୍ କାର୍ଡ ନେଇଯାଇଥିବା ଦେଖିବାକୁ ମିଳିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ