Masthead

ପୁଲିସ ବର୍ଦ୍ଦିରେ କଳଙ୍କର ଛିଟା

ବରଗଡ଼ (ବଡ଼ ଖବର): ରାତି ଅଧରେ ମହିଳା ପୋଲିସ ନନେଇ ସ୍ଥାନୀୟ ଟେଙ୍ଗରୀ ଗ୍ରାମର ଝସକେତନଙ୍କ ଘରେ ପଶି ତାଙ୍କ ସ୍ତ୍ରୀଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଜିନିଷପତ୍ର ଭଙ୍ଗା ରୁଜା କରିବା ଅଭିଯୋଗରେ ରୁଜୁ ହୋଇଛି ମାମଲା । ଏମିତିକି ଝସକେତନଙ୍କ ସ୍ତ୍ରୀଙ୍କୁ ଟଣାଓଟରା କରୁଥିବା ବେଳେ ତାଙ୍କ ମଙ୍ଗଳସୂତ୍ର ଛିଣ୍ଡି ଯାଇଥିବା ମଧ୍ୟ ଅଭିଯୋଗରେ ଦର୍ଶାଯାଇଛି । ଥାନା ଅଧିକାରୀଙ୍କ ସହ ଦୁଇଜଣ କନେଷ୍ଟବଳଙ୍କ ନାଁରେ ହୋଇଛି ମାମଲା । ବରଗଡ ଜିଲ୍ଲା ବିଜେପୁର ଥାନା ଅଧିକାରୀ ସୁନିଲ କୁମାର ଦୋରାଙ୍କ ସହ ଦୁଇଜଣ କନେଷ୍ଟବଳଙ୍କ ନାମରେ ମାମଲା ରୁଜୁ ହୋଇଛି ।

ଶୁକ୍ରବାର ରାତିରେ ଝସକେତନ ତାଙ୍କ ଶ୍ୱଶୁରଙ୍କ ଚିକିତ୍ସା କରାଇ ଘରକୁ ଫେରୁଥିବା ବେଳେ ବାଟରେ ଜଣେ ହାଇୱା ଡ୍ରାଇଭରଙ୍କ ସହ ଝଗଡା ହୋଇଥିଲା । ଘଟଣାଟି ଯାଇ ଥାନାରେ ପହଞ୍ଚିଥିଲା । ଝସକେତନଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଗତକାଲି ରାତିରେ ଥାନା ଅଧିକାରୀଙ୍କ ସହ ଦୁଇ କନେଷ୍ଟବଳ ଝସକେତନଙ୍କ ଘରେ ପହଁଞ୍ଚିଥିଲେ । ଝସକେତନ କବାଟ ନଖୋଲିବାରୁ ଥାନା ଅଧିକାର ପ୍ରଥମେ ଢ଼େଲା ପଥର ମାଡ କରିଥିଲେ । ପରେ ସେ କବାଟ ଭାଙ୍ଗି ଘରେ ଧସେଇ ପଶିବା ସହ ଘରର ଜିନିଷପତ୍ର ଭଙ୍ଗାରୁଜା କରିଥିବା ଅଭିଯୋଗ କରିଛନ୍ତି ଝସକେତନଙ୍କ ସ୍ତ୍ରୀ ସୁକାନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ