Masthead

ସାହାରପଡାରେ ଭାଲୁ ଆତଙ୍କ, ୩ ଜଣ ଗୁରୁତର

ସାହାରପଡା (ବଡ଼ ଖବର ବ୍ୟୁରୋ): ସାହାରପଡା ସେକ୍ସନରେ ଭାଲୁ ଆତଙ୍କ,ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ଫରେଷ୍ଟ ସେକ୍ସନ ରାଇଡିହା ବିଟ୍ ଅଧିନରେ ଥିବା ନୂଆ ଗାଁ ଖିଲାରିପାଟ୍ ସାହିରେ ଆଜି ତିନି ଜଣଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାଲୁଟି ନୂଆଗାଁ ଖିଲାରିପାଟଦେଇ ଗ୍ରାମର ବିରେନ୍ଦ୍ର ମହାନ୍ତଙ୍କୁ ଆକ୍ରମଣ କରିଥିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଫଳରେ ମୁଣ୍ଡ,ମୁହଁ, ଗୋଡ଼ ଏବଂ ହାତରେ ଭାଲୁ ଟି କାମୁଡି ଗଭୀର କ୍ଷତବୀକ୍ଷତ କରିଥିବା ବେଳେ କୋଠାଘର ଗ୍ରାମର ରାମଚନ୍ଦ୍ର ପଇଦା ଓ ଗ୍ରାମର କୁନା ମହାନ୍ତ ମଧ୍ୟ୍ୟ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଏମାନେ ୨ ଜଣ ମଧ୍ୟ୍ୟ ଗୁରୁତର ଥିବା ସୂଚନା ମିଳିଛି । ସାହାରପଡା ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଥିବା ୩ ଜଣକୁ ମେଡିକାଲ ପଠାଇବା ସହ ଭାଲୁ ଉପରେ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’ 🔴 ବିସ୍ଫୋରଣରୁ ଅଳ୍ପକେ ବର୍ତ୍ତିଲେ ଯବାନ 🔴 ପୀତବାସ ପଣ୍ଡା ହତ୍ୟା ମାମଲା, ରିମାଣ୍ଡରେ ଗଲେ ଅଭିଯୁକ୍ତ 🔴 ସୃଷ୍ଟି ହେଲା ଘୂର୍ଣ୍ଣିବଳୟ 🔴 ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ 🔴 ଆଜିଠୁ ବିହାରରେ ନୀତିଶ ରାଜ୍ 🔴 ଶପଥ ନେବେ ଜୟ 🔴 ବିହାରରେ ଆଜିଠୁ ପୁଣି ନୀତୀଶ ସରକାର 🔴 ପୁଣି ଆସୁଛି ବର୍ଷା 🔴 ୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର 🔴 ‘ଅସ୍ତ୍ର ଛାଡି ଆତ୍ମସମର୍ପଣ କର’