Masthead

ସାହାରପଡାରେ ଭାଲୁ ଆତଙ୍କ, ୩ ଜଣ ଗୁରୁତର

ସାହାରପଡା (ବଡ଼ ଖବର ବ୍ୟୁରୋ): ସାହାରପଡା ସେକ୍ସନରେ ଭାଲୁ ଆତଙ୍କ,ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ସାହାରପଡା ଫରେଷ୍ଟ ସେକ୍ସନ ରାଇଡିହା ବିଟ୍ ଅଧିନରେ ଥିବା ନୂଆ ଗାଁ ଖିଲାରିପାଟ୍ ସାହିରେ ଆଜି ତିନି ଜଣଙ୍କୁ ଏକ ଭାଲୁ ଆକ୍ରମଣ କରିଛି । ଭାଲୁ ଆକ୍ରମଣରେ ୩ ଜଣ ଗୁରୁତର ଆହତ ହୋଇ ଥିବା ବେଳେ ତାଙ୍କୁ ପାଟଣା ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭାଲୁଟି ନୂଆଗାଁ ଖିଲାରିପାଟଦେଇ ଗ୍ରାମର ବିରେନ୍ଦ୍ର ମହାନ୍ତଙ୍କୁ ଆକ୍ରମଣ କରିଥିବାବେଳେ ଭାଲୁ ହାବୁଡ଼ରେ ପଡ଼ି ଯାଇଥିଲେ । ଫଳରେ ମୁଣ୍ଡ,ମୁହଁ, ଗୋଡ଼ ଏବଂ ହାତରେ ଭାଲୁ ଟି କାମୁଡି ଗଭୀର କ୍ଷତବୀକ୍ଷତ କରିଥିବା ବେଳେ କୋଠାଘର ଗ୍ରାମର ରାମଚନ୍ଦ୍ର ପଇଦା ଓ ଗ୍ରାମର କୁନା ମହାନ୍ତ ମଧ୍ୟ୍ୟ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଏମାନେ ୨ ଜଣ ମଧ୍ୟ୍ୟ ଗୁରୁତର ଥିବା ସୂଚନା ମିଳିଛି । ସାହାରପଡା ବନ ବିଭାଗ ଖବର ପାଇ ଘଟଣାସ୍ଥଳକୁ ପହଞ୍ଚି ଗୁରୁତର ଥିବା ୩ ଜଣକୁ ମେଡିକାଲ ପଠାଇବା ସହ ଭାଲୁ ଉପରେ ନଜର ରଖିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି