ଢେଙ୍କାନାଳ (ବଡ଼ ଖବର ବ୍ୟୁରୋ): ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ କର୍ତ୍ତବ୍ୟରତ ଡାକ୍ତରଙ୍କୁ ମାଡ ଅଭିଯୋଗ । ଟାଉନ ଥାନାରେ ମାମଲା ଦାୟର । ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ଆଜି ଶିମିଳିଆ ଅଞ୍ଚଳର ରାଧୁ ଚରଣ ବେହେରାଙ୍କୁ ଚିକିତ୍ସା କରିବାପାଇଁ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ପରିବାର ସଦସ୍ୟ । କିନ୍ତୁ ଚିକିତ୍ସା ସମୟରେ ତାଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଅଧିକ ହେବାରୁ ତାଙ୍କୁ କଟକକୁ ସ୍ଥାନାନ୍ତର କରିବାପାଇଁ ବ୍ୟବସ୍ଥା କରାଯାଉଥିବା ସମୟରେ ରାଧୁ ଚରଣଙ୍କ ମୃତ୍ୟୁ ହୋଇଥିଲା ।
ଯାହାକୁ ନେଇ ରାଧୁ ଚରଣଙ୍କ ପୁଅ ଓ ପରିବାର ଚିକିତ୍ସା କରୁଥିବା ଡାକ୍ତର ରାଜେଶ କୁମାର ସିଂଙ୍କୁ ଚିକିତ୍ସାରେ ଅବହେଳା କରିଥିବା ଅଭିଯୋଗ କରି ମାରଣାତ୍ମକ କରିଥିଲେ । ଯାହାକୁ ନେଇ ଢେଙ୍କାନାଳ ଡାକ୍ତର ସଂଘ ତରଫରୁ ତୀବ୍ର ନିନ୍ଦା କରାଯିବା ସହିତ ସଂଘ ସଭାପତି ଡା ରଞ୍ଜନ ସାମଲ ଓ ସମ୍ପାଦକ ଡା ପ୍ରଦୋଷ ବେହେରାଙ୍କ ତରଫରୁ ଟାଉନ ଥାନାରେ ଏକ ଏଫଆଇଆର ଦାଖଲ କରାଯାଇଛି । ଏ ନେଇ ଟାଉନ ଥାନାରେ ମାମଲା ରୁଜୁ କରାଯାଇଛି ଓ ଦୋଷୀଙ୍କ ବିରୋଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସଦର ଏସଡିପିଓ ବିଭୁତି ଭୂଷଣ ମହାପାତ୍ର କହିଛନ୍ତି ।