Masthead

ଗଣତନ୍ତ୍ର ଦିବସରେ ଚମକିବ ରାଫେଲ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଗଣତନ୍ତ୍ର ଦିବସ ପରେଡରେ ତାକତ ଦେଖାଇବ ରାଫେଲ । ଏହି ଦିନ ରାଜଧାନୀ ରାଜପଥରେ ଚମକିବ ରାଫେଲ । ‘ଭର୍ଟିକାଲ ଚାର୍ଲି ଫର୍ମେସନ’ ଫ୍ଲାଇପ୍ୟାଷ୍ଟରେ ରାଫେଲ ପ୍ରଦର୍ଶନ ଶେଷ ହେବ, ଯାହା ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ମିଳିଛି । ମୋଟ ୪୨ଟି ବିମାନ ଏହି ପରେଡରେ ସାମିଲ ହେବାକୁ ଥିବାବେଳେ ଏହା ମଧ୍ୟରେ ରହିଛି ୧୫ଟି ଫାଇଟର ବିମାନ, ୧୭ଟି ହେଲିକପ୍ଟର, ୫ଟି ବିମାନବାହୀ ବିମାନ ।

ରାଫେଲ ବ୍ୟତୀତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ଫ୍ଲାଇଟ ଲେଫ୍ଟନାଣ୍ଟଭାବନା କାଣ୍ଟ ମଧ୍ୟ ଏହି ପ୍ୟାରେଡ଼ରେ ଅଂଶଗ୍ରହଣ କରିବେ । ଭାବନା କାଣ୍ଟ ଗତ ବର୍ଷ ବାୟୁସେନାର ପ୍ରଥମ ପାଇଲଟ ଭାବେ ଯୋଗ ଦେଇଥିବାରୁ ରାଷ୍ଟ୍ରପତି ତାଙ୍କୁ ନାରୀ ଶକ୍ତି ପୁରସ୍କାର ପ୍ରଦାନ କରିଥିଲେ । ଏଥର ବି ସେ ଶକ୍ତିଶାଳୀ ରାଫେଲ ବିମାନର ପ୍ରଥମ ମହିଳା ଭାରତୀୟ ପାଇଲଟ ହେବେ । ତେବେ ଏହା ପୂର୍ବରୁ ଆଜି ଯୋଧପୁରରେ ସେମାନେ ନିଜର ଦମ୍ଭ ଦେଖାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା