Masthead

ଲୋକାର୍ପିତ ହେଲା ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜ୍, ଖର୍ଚ୍ଚ ହୋଇଛି ୯୮୦ କୋଟି

 

ଗୁଜରାଟ(ବଡ଼ ଖବର ବ୍ୟୁରୋ): ଗୁଜରାଟରେ ଲୋକାର୍ପିତ ହେଲା ସୁଦର୍ଶନ ସେତୁ । ଦେଶର ସବୁଠୁ ଦୀର୍ଘ କେବୁଲ ବ୍ରିଜର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ । ୨.୩୨ କିମି ଦୀର୍ଘର କେବୁଲ ବ୍ରିଜ୍‌ର ଲୋକାର୍ପଣ ଦ୍ୱାରକାରୁ ଓଖାକୁ ସଂଯୋଗ କରୁଛି ସୁଦର୍ଶନ ସେତୁ । ସେତୁ ନିର୍ମାଣ ପାଇଁ ପ୍ରାୟ ୯୮୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଛି । ୨୦୧୭ ମସିହାରେ ଏହି ପୋଲର ନିର୍ମାଣ ଲାଗି ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ ପ୍ରଧାନମନ୍ତ୍ରୀ । ଏହି ପୋଲଟି ପୁରାତନ ଓ ଆଧୁନିକ ଦ୍ବାରକାକୁ ପରସ୍ପର ସହିତ ସଂଯୋଗ କରିବ । ଦ୍ବାରକା ଜିଲ୍ଲାରେ ୨୧ଟି ଭୂଖଣ୍ଡ ରହିଥିବା ବେଳେ ବେଟ ଦ୍ବାରକା ଦ୍ବୀପରେ ଜନବସତି ରହିଛି ।

ଏଠାରେ ପ୍ରାୟ ୧୨ ହଜାର ଲୋକ ବାସ କରନ୍ତି । କିମ୍ବଦନ୍ତୀ ଅନୁସାରେ ଭଗବାନ ଶ୍ରୀକୃଷ୍ଣ ବେଟ ଦ୍ବାରକାରେ ବସବାସ କରୁଥିଲେ । ଏହାବାଦ ଏଠାରେ ମହାବୀର ହନୁମାନ ଓ ତାଙ୍କ ପୁତ୍ର ମକରଧ୍ବଜଙ୍କ ମନ୍ଦିର ମଧ୍ୟ ରହିଛି । ବିଶ୍ବର ଏହା ଏକମାତ୍ର ସ୍ଥାନ ଯେଉଁଠି ରହିଛି ମକରଧ୍ବଜଙ୍କ ମନ୍ଦିର । ପୂର୍ବରୁ ଏହି ସ୍ଥାନକୁ ପର୍ୟ୍ୟଟକମାନେ ନୌକା ମାଧ୍ୟମରେ ଏଠାକୁ ଆସୁଥିଲେ । ତେବେ ପର୍ୟ୍ୟଟକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୯୮୦ କୋଟି ଟଙ୍କା ବ୍ୟୟରେ ଏହି ସୁଦର୍ଶନ ସେତୁ ନିର୍ମାଣ ଲାଗି ଘୋଷଣା କରିଥିଲେ । ଏହି ସେତୁର ନିର୍ମାଣ କାର୍ୟ୍ୟ ଶେଷ ହେବାକୁ ୭ ବର୍ଷ ଲାଗିଥିବା ବେଳେ ଆଜି ମୋଦି ଏହାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ