ଲମତାପୁଟ (ବଡ଼ ଖବର ବ୍ୟୁରୋ): ବିଧାୟକଙ୍କୁ ଅଣ୍ଡା ମାଡ଼ । ଆଜି ଲମତାପୁଟ ବ୍ଲକର ନୂତନ ବ୍ଲକ ଅଫିସ ଉଦଘାଟନ କରିବାକୁ ଆସିଥିବା ବିଧାୟକ ରଘୁରାମ ପୋଡାଲଙ୍କୁ ଅଣ୍ଡାମାଡ଼ । ଉଦଘାଟନ ଫଳକରେ ସ୍ଥାନୀୟ ବିଧାୟକ ରଘୁରାମଙ୍କ ନାମ ଥିବା ବେଳେ କୋରାପୁଟ ସାଂସଦଙ୍କ ନାମ ନଥିବାରୁ ଲମତାପୁଟ ବ୍ଲକ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।
ପରେ କିଛି କଂଗ୍ରେସ କର୍ମୀ ସ୍ଥାନୀୟ ଜିଲ୍ଲାପରିଷଦ ସଭ୍ୟଙ୍କ ନେତୃତ୍ୱରେ ବ୍ଲକ ଅଫିସରେ ପହଞ୍ଚିି ନାମଫଳକ ଭଙ୍ଗାରୁଜା କରିଥିଲେ । ପରେ ବିଧାୟକ ଉଦଘାଟନ ପାଇଁ ଆସିବା ବେଳେ ଲମତାପୁଟ ଛକରେ କିଛି ଲୋକ ତାଙ୍କ ଗାଡ଼ି ଉପରକୁ ଅଣ୍ଡାମାଡ଼ କରିଥିଲେ । ଏହି ଘଟଣାରେ ପୋଲିସ ଜଣକୁ ଅଟକ ରଖିଛି । ଅଟକ ଯୁବକଙ୍କ ନାମ ନବୀନ ପାଙ୍ଗି ବୋଲି ଜଣାପଡିଛି ।