Masthead

ସ୍ୱଦେଶ ଫେରିବା ପୂର୍ବରୁ ଖୁସି ମନାଇଲେ ମୋଦି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜଳବାୟୁ ସମ୍ମିଳନୀ ଶେଷ କରି ସ୍ୱଦେଶ ଫେରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତକୁ ଫେରିବା ପୂର୍ବରୁ ଖୁସି ମନାଇଛନ୍ତି ପ୍ରଧାନମନ୍ତ୍ରୀ । ଭାରତୀୟ ବଂଶୋଦ୍ଭବଙ୍କ ଗହଣରେ ବାଜା ବଜାଇଲେ ପ୍ରଧାନମନ୍ତ୍ରୀ ମୋଦି । ୫ଦିନିଆ ରୋମ୍‌, ଇଟାଲି ଓ ଇଂଲଣ୍ଡର ଗ୍ଲାସଗୋ ଗସ୍ତ ଶେଷକରି ମଙ୍ଗଳବାର ଦିନ ପ୍ରଧାନମନ୍ତ୍ରୀ ସ୍ୱଦେଶ ଅଭିମୁଖେ ପ୍ରତ୍ୟାବର୍ତ୍ତନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଛାଡ଼ିବା ପାଇଁ ରଙ୍ଗବିରଙ୍ଗ ପୋଷାକ ପରିହିତ ବହୁସଂଖ୍ୟକ ପ୍ରବାସୀ ଓ ଭାରତୀୟ ବଂଶୋଦ୍ଭବ ଥିଲେ। ଭାରତ ଅଭିମୁଖେ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସମବେତ ଜନତାଙ୍କ ମେଳରେ ବାଜା ମଧ୍ୟ ବଜାଇଥିଲେ। ଟ୍ୱିଟ କରି ପ୍ରଧାନମନ୍ତ୍ରୀ ଲେଖିଛନ୍ତି, ଦୁଇ ଦିନ ଧରି ପୃଥିବୀର ଭବିଷ୍ୟତ ସଂକ୍ରାନ୍ତରେ ବ୍ୟାପକ ଆଲୋଚନା କରି ଗ୍ଲାସ୍‌ଗୋରୁ ବାହାରୁଛି।

ଭାରତ କେବଳ ଯେ ‘ପ୍ୟାରିସ୍‌ ପ୍ରତିବଦ୍ଧତା’କୁ ଟପିଯାଇଛି ତାହା ନୁହେଁ, ଆଗାମୀ ୫୦ ବର୍ଷ ପାଇଁ ମଧ୍ୟ ଉଚ୍ଚ ଆଙ୍କାକ୍ଷା ଧାର୍ଯ୍ୟ କରିଛି। ଦୀର୍ଘ ଦିନ ପରେ ପୁରୁଣା ବନ୍ଧୁମାନଙ୍କୁ ଦେଖିବା ଓ କିଛି ନୂଆ ବନ୍ଧୁଙ୍କୁ ଭେଟିବା ବଡ଼ ଆନନ୍ଦର କଥା। ଆମକୁ ଆତିଥ୍ୟ ପ୍ରଦାନ କରିଥିବା ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ୍‌ଙ୍କ ପ୍ରତି ଏବଂ ମନୋରମ ଗ୍ଲାସ୍‌ଗୋରେ ସ୍କଟଲାଣ୍ଡବାସୀଙ୍କ ନିବିଡ଼ ଆତିଥ୍ୟ ପାଇଁ ମୁଁ ଚିର କୃତଜ୍ଞ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ