Masthead

NASAରେ ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲ

ନୂଆଦିଲ୍ଲୀ(ବଡ଼ ଖବର): ଭାରତୀୟ ବଂଶୋଦ୍ଭବଙ୍କୁ ଦିଆଯାଇଛି ନାସାର ଦାୟିତ୍ୱ । ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲଙ୍କୁ ଆମେରିକାର ଗୁରୁଦାୟିତ୍ୱ । ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ । ସେ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାରେ ରିସର୍ଚ ଷ୍ଟାଫ୍ ଭାବେ କାର୍ଯ୍ୟ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ଭବ୍ୟାଲାଲ ।

ସେ କ୍ରମାଗତ ଦୁଇଥର ବାଣିଜ୍ୟିକ ରିମୋଟ ସେନ୍ସିଂ ଉପରେ ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ ଫେଡେରାଲ୍ ଆଡଭାଇଜରୀ କମିଟିରେ କାର୍ଯ୍ୟ କରିଥିଲେ । ନାସାର ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଞ୍ଜିନିୟରିଂ ପରାମର୍ଶଦାତା କମିଟିର ବାହ୍ୟ ପରିଷଦ ସଦସ୍ୟ ମଧ୍ୟ ଥିଲେ। ନାସାରେ ଯୋଗଦେବା ପୂର୍ବରୁ ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି ଅନୁସନ୍ଧାନ ଏବଂ ପରାମର୍ଶଦାତା ସଂସ୍ଥାର C-STPS LLC  ର ଚେୟାରମ୍ୟାନ୍ ଥିଲେ ।

ନାସା ପାଇଁ ସ୍ପେସ୍ ଟେକ୍ନୋଲୋଜି, ରଣନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି । ବିଡେନଙ୍କ ସ୍ଥାନାନ୍ତରଣ ଏଜେନ୍ସି ସମୀକ୍ଷା ଟିମରେ ମଧ୍ୟ ଭବ୍ୟାଲାଲ୍ ସ୍ଥାନ ପାଇଛନ୍ତି । ନାସା, ପ୍ରତିରକ୍ଷା ବିଭାଗ ଗୁପ୍ତଚର , ଓ ଫେଡେରାଲ୍ ସ୍ପେସ୍ ଆଧାରିତ ସଂଗଠନଗୁଡିକୁ ମଧ୍ୟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ