Masthead

NASAରେ ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲ

ନୂଆଦିଲ୍ଲୀ(ବଡ଼ ଖବର): ଭାରତୀୟ ବଂଶୋଦ୍ଭବଙ୍କୁ ଦିଆଯାଇଛି ନାସାର ଦାୟିତ୍ୱ । ଭାରତୀୟ ବଂଶୋଦ୍ଭବ ଭବ୍ୟାଲାଲଙ୍କୁ ଆମେରିକାର ଗୁରୁଦାୟିତ୍ୱ । ଇଞ୍ଜିନିୟରିଂ ଏବଂ ସ୍ପେସ୍ ଟେକ୍ନୋଲୋଜିରେ ବ୍ୟାପକ ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ । ସେ ୨୦୦୫ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାରେ ରିସର୍ଚ ଷ୍ଟାଫ୍ ଭାବେ କାର୍ଯ୍ୟ କରିଛନ୍ତି । ଇନଷ୍ଟିଚ୍ୟୁଟ୍ ଫର୍ ଡିଫେନ୍ସ ଆନାଲିସିସ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପଲିସି ଇନଷ୍ଟିଚ୍ୟୁଟ୍‌ରେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି ଭବ୍ୟାଲାଲ ।

ସେ କ୍ରମାଗତ ଦୁଇଥର ବାଣିଜ୍ୟିକ ରିମୋଟ ସେନ୍ସିଂ ଉପରେ ନ୍ୟାସନାଲ ଓସେନିକ୍ ଏବଂ ଆଟମୋସଫେରିକ୍ ଆଡମିନିଷ୍ଟ୍ରେସନ୍ ଫେଡେରାଲ୍ ଆଡଭାଇଜରୀ କମିଟିରେ କାର୍ଯ୍ୟ କରିଥିଲେ । ନାସାର ଇନୋଭେଟିଭ୍ ଆଡଭାନ୍ସଡ୍ କନ୍ସେପ୍ଟସ୍ ପ୍ରୋଗ୍ରାମ ଏବଂ ନାସା ପରାମର୍ଶଦାତା ପରିଷଦର ଟେକ୍ନୋଲୋଜି, ଇନୋଭେସନ୍ ଏବଂ ଇଞ୍ଜିନିୟରିଂ ପରାମର୍ଶଦାତା କମିଟିର ବାହ୍ୟ ପରିଷଦ ସଦସ୍ୟ ମଧ୍ୟ ଥିଲେ। ନାସାରେ ଯୋଗଦେବା ପୂର୍ବରୁ ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ନୀତି ଅନୁସନ୍ଧାନ ଏବଂ ପରାମର୍ଶଦାତା ସଂସ୍ଥାର C-STPS LLC  ର ଚେୟାରମ୍ୟାନ୍ ଥିଲେ ।

ନାସା ପାଇଁ ସ୍ପେସ୍ ଟେକ୍ନୋଲୋଜି, ରଣନୀତିର ନେତୃତ୍ୱ ମଧ୍ୟ ନେଇଛନ୍ତି । ବିଡେନଙ୍କ ସ୍ଥାନାନ୍ତରଣ ଏଜେନ୍ସି ସମୀକ୍ଷା ଟିମରେ ମଧ୍ୟ ଭବ୍ୟାଲାଲ୍ ସ୍ଥାନ ପାଇଛନ୍ତି । ନାସା, ପ୍ରତିରକ୍ଷା ବିଭାଗ ଗୁପ୍ତଚର , ଓ ଫେଡେରାଲ୍ ସ୍ପେସ୍ ଆଧାରିତ ସଂଗଠନଗୁଡିକୁ ମଧ୍ୟ ପରିଚାଳନା କରିବାର ଅଭିଜ୍ଞତା ରଖିଛନ୍ତି ଭବ୍ୟାଲାଲ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ