Masthead

ଶେଷ ପର୍ଯ୍ୟାୟରେ ଶ୍ରୀରାମ ନବମୀ ପ୍ରସ୍ତୁତି

ଭଦ୍ରକ(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ ଉତ୍ସବ ପାଳନ କରାଯାଉଛି । ହେଲେ ଭଦ୍ରକରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବକୁ ୭ ଦିନ ଧରି ପାଳନ କରାଯାଉଛି । ଯାହା ଭଦ୍ରକର ସଂସ୍କୃତି ଓ ପରମ୍ପରା ସହିତ ଜଡ଼ିତ ହୋଇଛି । ଚଳିତ ବର୍ଷ ଏହି ଉତ୍ସବକୁ ମହାଆଡମ୍ଭର ସହିତ ପାଳନ କରିବା ପାଇଁ ଶ୍ରୀରାମ ମହାଯଜ୍ଞ ସମିତି ବ୍ୟାପକ ପ୍ରସ୍ତୁତ କରି କାର୍ୟ୍ୟକ୍ରମ ଆରମ୍ଭ କରିଛି । ଅନ୍ୟପକ୍ଷେ ଏହି ମହୋତ୍ସବକୁ କିପରି ଶାନ୍ତି ଶୃଙ୍ଖଳାର ସହିତ ସମାପିତ କରାଯିବ ସେଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରତିବର୍ଷ ପରି ଚଳିତ ବର୍ଷ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ କୁ ମହାଆଡମ୍ଭର ସହିତ ଭଦ୍ରକରେ ପାଳନ କରାଯିବ । ଏଥିପାଇଁ ଭଦ୍ରକ ସହର ଚଳଚଞ୍ଚଳ ହୋଇପଡ଼ିଛି ।

ବିଭିନ୍ନ ସାହି ବସ୍ତିରେ ମେଢ଼ ନିର୍ମାଣ କାର୍ୟ୍ୟ ଚଳିଛି । ଐତିହାସିକ ଗାନ୍ଧୀ ପଡ଼ିଆରେ ମହାଯଜ୍ଞ ପାଇଁ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ଶ୍ରୀରାମ ମହାଯଜ୍ଞ ସମିତି ପକ୍ଷରୁ ମାତୃଭୂମି ପାଇଁ ଗଣଦୌଡ଼ କାର୍ୟ୍ୟକ୍ରମ ଭଦ୍ରକ ସହରରେ ଅନୁଷ୍ଠିତ ହୋଇଥିଲା । ସେହିପରି ୨୨ ତାରିଖରେ ସାଧୁ ସନ୍ଥ ସମ୍ମିଳନୀ ଓ ଗୋ-ପୂଜନ କାର୍ୟ୍ୟକ୍ରମ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଞ୍ଚଳର କାଉପୁର ଠାରେ ଅନୁଷ୍ଠିତ ହୋଇଥିଲା । ସେହିପରି ଆଗାମୀ ୨୮ ତାରିଖ ଦିନ ଶ୍ରୀରାମ ମହାଯଜ୍ଞ ପାଇଁ ବିଶାଳ କଳସ ଶୋଭାଯାତ୍ରା ଅନୁଷ୍ଠିତ ହେଲା ପରେ ମହାଯଜ୍ଞ ଆରମ୍ଭ ହେବ ଓ ୩୦ ତାରିଖରେ ଶ୍ରୀରାମ ନବମୀ ମହୋତ୍ସବ ପାଳନ ଉପଲକ୍ଷେ ବିଶାଳ ନଗର ସଂକ୍ରିତନ ଶୋଭାଯାତ୍ରା ସହର ପରିକ୍ରମା କରିବ । ଏଥିରେ ଶହେରୁ ଅଧିକ ମେଢ଼ ଅଂଶ ଗ୍ରହଣ କରିବେ ।

ପାରମ୍ପରିକ ନୃତ୍ୟ, ବାଦ୍ୟ ସହିତ ଲକ୍ଷାଧିକ ରାମ ଭକ୍ତ ଏଥିରେ ସାମିଲ ହେବେ ବୋଲି ଶ୍ରୀରାମ ମହାଯଂଜ୍ଞ ସମିତି ପକ୍ଷରୁ କୁହାଯାଇଛି । ମହୋତ୍ସବରେ ୩୦ ପ୍ଲାଟୁନରୁ ଅଧିକ ପୋଲିସ ଫୋର୍ସ ସହିତ ୧୫୦ ରୁ ଅଧିକ ପୋଲିସ ଅଫିସର ନିୟୋଜିତ ରହିବେ । ଏପରିକି ଏକ ପ୍ଲାଟୁନ ରାପିଡ଼ ଆକ୍ସନ ଫୋର୍ସ ଭଦ୍ରକରେ ଗତ ୫ ଦିନ ହେବ ପହଞ୍ଚି ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ୍ଚ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ