Before Header

ଆମେରିକା ସ୍କୁଲରେ ଗୁଳିକାଣ୍ଡ

0 18

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆମେରିକା ସ୍କୁଲରେ ଗୁଳିକାଣ୍ଡ । ୬ ପିଲାଙ୍କ ମୃତ୍ୟୁ। ସୋମବାର ଜଣେ ମହିଳା ଆକ୍ରମଣକାରୀ ନାଶଭିଲର ଏକ ପ୍ରାଥମିକ ବିଦ୍ୟାଳୟରେ ଗୁଳିମାଡ଼ କରିଛନ୍ତି । ନାଶଭିଲ ପୋଲିସ କହିଛି ଯେ ୨୮ ବର୍ଷୀୟା ବୟସ୍କ ମହିଳା ସୁଟରଙ୍କୁ ହତ୍ୟା କରାଯାଇଛି । ତେବେ ଘଟଣାର କାରଣ ପୋଲିସ ଏ ପର୍ୟ୍ୟନ୍ତ ପ୍ରକାଶ କରି ନାହିଁ । ମୃତ ପିଲାଙ୍କ ବୟସ ୧୨ ବର୍ଷରୁ କମ୍ ଥିଲା ।

ଅଧିକାରୀମାନେ କହିଛନ୍ତି ଯେ ସକାଳ ପ୍ରାୟ ୧୦ଟା ସମୟରେ ପ୍ରଥମ ଜରୁରୀକାଳୀନ ସାଇରନ ବାଜିଥିଲା । ଏହାର ୧୫ ମିନିଟ୍ ମଧ୍ୟରେ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ । ତେବେ ଘଟଣା ପଛର କାରଣ କଣ ଜଣାପଡ଼ିନାହିଁ । ମହିଳା ଜଣଙ୍କ କାହିଁକି ଗୁଳି ଚଳାଇଲେ ତାହା ଜଣାପଡିନାହିଁ ।

Leave A Reply

Your email address will not be published.