ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): ବାହାନଗା ଟ୍ରେନ ଟ୍ରାଜେଡି । ସସ୍ପେଣ୍ଡ ହେଲେ ୭ ରେଳ କର୍ମଚାରୀ । ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣ ସସ୍ପେଣ୍ଡ ହୋଇଛନ୍ତି । ବାହାନଗା ଷ୍ଟେସନ ନିରୀକ୍ଷଣ କରି ଫେରିବା ପରେ କାର୍ଯ୍ୟାନୁଷ୍ଠାନ ନେଇ ସୂଚନା ଦେଇଛନ୍ତି ଜିଏମ ଅନୀଲ ମିଶ୍ରା । ସେ କହିଛନ୍ତି ଦାୟିତ୍ୱରେ ଗୁରୁତର ଅବହେଳା ପାଇଁ କରାଯାଇଛି ସସ୍ପେଣ୍ଡ ।
ଏବେ ବି ଜାରି ରହିଛି ସିଆରଏସ ଓ ସିବିଆଇ ତଦନ୍ତ । ବର୍ତ୍ତମାନ ସିବିଆଇ ୩ ଜଣ ରେଳ କର୍ମଚାରୀକୁ ଗିରଫ କରିଛି । ରେଳବାଇ ମଧ୍ୟ କିଛି ଷ୍ଟାଫକୁ ସସ୍ପେଣ୍ଡ କରିଛି । ରେଲୱେ ନର୍ମ ଅନୁଯାୟୀ ସସ୍ପେଣ୍ଡ କରାଯାଇଛି । ସସ୍ପେଣ୍ଡଙ୍କ ମଧ୍ୟରୁ ବାହାନଗା ଷ୍ଟେସନ ମାଷ୍ଟର , ଟ୍ରାଫିକ ଇନ୍ସପେକ୍ଟର ଓ ମେଣ୍ଟେନାନ୍ସର କେତେକ କର୍ମଚାରୀଙ୍କୁ ସସ୍ପେଣ୍ଡ କରାଯାଇଛି ।