Before Header

ମହାନଦୀ ମୁହାଣରେ ବୋଟ ବୁଡି ଘଟଣା; ଏବେ ବି ୩ ମତ୍ସ୍ୟଜୀବୀ ନିଖୋଜ

0 42

ପାରାଦୀପ (ବଡ଼ ଖବର ବ୍ୟୁରୋ):  ପାରାଦୀପ ନେହେରୁବଙ୍ଗଳା ମହାନଦୀ ମୁହାଣରେ ବୋଟ ବୁଡି ଘଟଣାରେ ଏବେ ବି ନିଖୋଜ ଅଛନ୍ତି ୩ ମତ୍ସ୍ୟଜୀବୀ । ସକାଳୁ ସକାଳୁ କୋଷ୍ଟଗାର୍ଡର ହେଲିକପ୍ଟର ଓ ଜାହାଜ ସର୍ଚ୍ଚ ଅପରେସନରେ ସାମିଲ । ମତ୍ସ୍ୟଜୀବୀଙ୍କ ପାଖାପାଖି ୫ ଟି ବୋଟ ମଧ୍ୟ ସର୍ଚ୍ଚ ଅପରେଶନରେ ସାମିଲ ହୋଇଛି । ଗତକାଲି ସମୁଦ୍ରକୁ ଯାଉଥିବା ମା ବାସୁଳେଇ-୨ ନାମକ ବୋଟ ଅତ୍ୟଧିକ ଢେଉ ଯୋଗୁ ମୁହାଣରେ ବୁଡିଯାଇଥିଲା।

ସେଥିରେ ୮ଜଣ ମତ୍ସ୍ୟଜୀବୀ ଥିବାବେଳେ, ଗତକାଲି ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ଏବେବି ତିନିଜଣ ମତ୍ସ୍ୟଜୀବୀ ନିଖୋଜ ଅଛନ୍ତି। ସମୁଦ୍ର ଅଶାନ୍ତ ଥିବା ବେଳେ ଅତ୍ୟଧିକ ଉଚ୍ଚ ଢେଉ ଓ ଅନ୍ଧାର ଯୋଗୁ ରାତିରେ ମତ୍ସ୍ୟଜୀବୀଙ୍କୁ ଖୋଜିବା ସମ୍ଭବ ହୋଇନଥିଲା। ଆଜି ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି।

 

 

Leave A Reply

Your email address will not be published.