Masthead

ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ

ସୋରୋଡ଼ା(ବଡ଼ ଖବର ବ୍ୟୁରୋ): ଭଞ୍ଜନଗର ଐତିହାସିକ ଠାକୁରାଣୀ ଯାତ୍ରା ଆରମ୍ଭ । ୨୧ ଦିନ ଧରି ଚାଲିବ ଏହି ଯାତ୍ରା । ଭକ୍ତମାନେ କୁଲାଡ ଗ୍ରାମରୁ ମା’ ବ୍ୟାଘ୍ରଦେବୀଙ୍କୁ ଶଗଡ଼ରେ ଆଣି ଭଞ୍ଜନଗର ସହରର ଏକ ସ୍ଥାନରେ ରଖାଯାଇଥିଲା । ସେଠାରେ ମା’ କିଛି ସମୟ ବିଶ୍ରାମ ନେବା ପରେ ଅଧର ପଣା ଲାଗି କରାଯାଇଥିଲା । ପରେ ମା’ଙ୍କୁ ଅସ୍ଥାୟୀ ମଣ୍ଡପକୁ ନିଆଯାଇଛି । ସେଠାରେ ମା’ ବିଶ୍ରାମ ନେବେ । ୫ ତାରିଖରୁ ଯାତ୍ରା ଅନୁଷ୍ଠିତ ହେବ । ସେହିପରି ଭଞ୍ଜନଗରରେ ଥିବା ଠାକୁରାଣୀଙ୍କୁ ମଧ୍ୟ ଅସ୍ଥାୟୀ ମଣ୍ଡପକୁ ଆଣାଯିବ । ଦୁଇ ଦେବୀଙ୍କୁ ୨୧ ଦିନ ଧରି ପୂଜାର୍ଚ୍ଚନା କରାଯିବ । ବ୍ରିଟିଶ ଅମଳରୁ ହୋଇ ଆସୁଥିବା ଏହି ଯାତ୍ରା ସ୍ଵତନ୍ତ୍ର। ଦୁଇ ଦେବୀଙ୍କ ମିଳନରେ ଯାତ୍ରା ଚାଲିଥାଏ । ଯାତ୍ରା ପାଇଁ ଭଞ୍ଜନଗର ସହର ରଙ୍ଗୀନ ଆଲୋକରେ ଝଲସୁଛି । ଦୀର୍ଘ ବର୍ଷ ବ୍ୟବଧାନରେ ଏହି ଯାତ୍ରା ଅନୁଷ୍ଠିତ ହେଉଥିବାରୁ କମିଟି ଠାରୁ ଆରମ୍ଭ କରି ସହରର ଜନସାଧାରଣ ବେଶ୍ ଖୁସି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା