Masthead

ନଦୀରେ ବୁଡ଼ି ଛାତ୍ର ମୃତ

ଜଗତସିଂହପୁର(ବଡ଼ ଖବର ବ୍ୟୁରୋ): ଦେବୀ ନଦୀରେ ବୁଡି ନବମ ଶ୍ରେଣୀ ଛାତ୍ର ମୃତ । ଏଭଳି ଅଭାବନିୟ ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ବଛାଳ ଗ୍ରାମରେ । ବଛାଳ ଗ୍ରାମର ତିନି ନାବାଳକ ଅଭିଜିତ ଦାଶ, ଶାନ୍ତନୁ ନାୟକ ଓ ବିଶ୍ୱଜିତ ରାଉତ ସାଙ୍ଗ ହୋଇ ଦେବୀ ନଦୀକୁ ଗାଧେଇ ବାକୁ ଯାଇଥିଲେ । ହଠାତ ଜଣେ ସାଙ୍ଗ ବୁଡିଯିଵା ଦେଖି ଅନ୍ୟ ଦୁଇ ସାଙ୍ଗ ତାଙ୍କୁ ବଂଚେଇବାକୁ ଯାଇ ସମସ୍ତେ ବୁଡିଯାଇଥିଲେ ।

ସେମାନଙ୍କ ପାଟିଶୁଣି କିଛି ସ୍ଥାନୀୟ ଲୋକେ ପାଣିକୁ ଲମ୍ଫ ମାରିଥିଲେ । ଆଉ କିଛି ନାଉଗାଁ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଗ୍ରାମବାସୀ ଦୁଇଜଣକୁ ଉଦ୍ଧାର କରିଥିବା ବେଳେ ଅଭିଜିତ ଦାଶଙ୍କୁ ଉଦ୍ଧାର କରିପାରିନଥିଲେ । ପ୍ରାୟ ଏକ ଘଣ୍ଟା ପରେ ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ସହାୟତାରେ ଅଭିଜିତ ଦାଶଙ୍କୁ ଉଦ୍ଧାର କରି ନାଉଗାଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ଡାକ୍ତର ମୃତ ଘୋଷଣା କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ