Masthead

ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ‘ଭାରତ ବନ୍ଦ’ ଡାକରା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ଦେଶବ୍ୟାପୀ ଶ୍ରମିକ ସଙ୍ଗଠନର ଧର୍ମଘଟ ଡାକରା । ୧୦ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନକୁ ନେଇ ଗଠିତ ମଞ୍ଚ ପକ୍ଷରୁ ଭାରତ ବନ୍ଦ ଡାକରା । ୨୫ କୋଟିରୁ ଅଧିକ ଶ୍ରମିକ ଧର୍ମଘଟରେ ସାମିଲ ହେବା ନେଇ ଆଶା । ଧର୍ମଘଟ ଯୋଗୁଁ ବିଶେଷ ପ୍ରଭାବିତ ହୋଇପାରେ ଖଣି ଓ କାରଖାନା । ରାଷ୍ଟ୍ରାୟତ୍ତ ଉଦ୍ୟୋଗର ଘରୋଇକରଣ ଓ ଆଉଟ୍‌ସୋର୍ସିଂକୁ ବିରୋଧ । ବେକାରୀ ସମସ୍ୟାର ସ୍ଥାୟୀ ସମାଧାନ ଓ ଅଧିକ ନିଯୁକ୍ତି ସୃଷ୍ଟି ମୁଖ୍ୟ ଦାବି । ବନ୍ଦ ଯୋଗୁ ଜନସେବା କ୍ଷେତ୍ର ସର୍ବାଧିକ ପ୍ରଭାବିତ ହେବା ଆଶଙ୍କା କରାଯାଉଥିବାବେଳେ ଶିକ୍ଷାନୁଷ୍ଠାନ ଓ ଘରୋଇ କାର୍ୟ୍ୟାଳୟ ଖୋଲା ରହିବ। ଇଜ୍‌ ଅଫ୍‌ ଡୁଇଙ୍ଗ୍‌ ବିଜ୍‌ନେସ୍‌ ନାମରେ କେନ୍ଦ୍ର ସରକାର ଆର୍ଥତ୍କ ନୀତି ଏବଂ ଶ୍ରମ କ୍ଷେତ୍ରରେ ସଂସ୍କାର କାର୍ୟ୍ୟକାରୀ କରିବା ପାଇଁ ଯାଉଛନ୍ତି, ଯାହା ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଦୁର୍ବଳ କରିବା ସହ ସେମାନଙ୍କ ସାମୂହିକ ମୂଲଚାଲ କ୍ଷମତାକୁ ସଂକୁଚିତ କରିବ ଓ କାର୍ୟ୍ୟକ୍ଷେତ୍ର ଅଧିକ ଖରାପ ହେବ ବୋଲି ୟୁନିୟନଗୁଡ଼ିକ ଅଭିଯୋଗ କରିଛନ୍ତି।

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଏବଂ ସରକାରୀ ସେବାର ଘରୋଇକରଣ, ଆଉଟ୍‌ସୋର୍ସିଂ ନୀତି, ଶ୍ରମଶକ୍ତିର ଠିକାଦାରିତା ଆଦି ବିରୋଧରେ ଟ୍ରେଡ୍‌ ୟୁନିୟନଗୁଡ଼ିକ ଦୀର୍ଘଦିନ ହେଲା ଲଢ଼େଇ କରିଆସୁଛନ୍ତି। ପାର୍ଲାମେଣ୍ଟରେ ଗୃହୀତ ୪ ଲେବର କୋଡ୍‌ ଟ୍ରେଡ୍‌ ୟୁନିୟନଗୁଡ଼ିକର ଆନ୍ଦୋଳନକୁ ଚାପିଦେବା ଓ ପଙ୍ଗୁ କରିଦେବା ପାଇଁ ଉଦ୍ଦିଷ୍ଟ। ଏହାଦ୍ୱାରା କାର୍ୟ୍ୟ ସମୟ ବୃଦ୍ଧି ପାଇବ। କର୍ମଚାରୀଙ୍କ ଧର୍ମଘଟ କରିବା ଅଧିକାର ରହିବ ନାହିଁ ଏବଂ ନିଯୁକ୍ତିଦାତାଙ୍କ ଦ୍ୱାରା ଶ୍ରମ ଆଇନର ଉଲ୍ଲଂଘନକୁ ଅପରାଧମୁକ୍ତ କରାଯିବ ବୋଲି ଫୋରମ୍‌ ପକ୍ଷରୁ ଏକ ବିବୃତିରେ କୁହାଯାଇଛି। ବନ୍ଦକୁ ସମର୍ଥନ କରୁଥିବା ଟ୍ରେଡ୍‌ ୟୁନିୟନଗୁଡ଼ିକ ହେଲେ ଇଣ୍ଡିଆନ ନ୍ୟାଶନାଲ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଆଇଏନ୍‌ଟିୟୁସି), ଅଲ୍‌ ଇଣ୍ଡିଆ ଟ୍ରେଡ୍‌ ୟୁନିୟନ କଂଗ୍ରେସ(ଏଆଇଟିୟୁସି), ହିନ୍ଦ୍‌ ମଜଦୁର ସଭା (ଏଚ୍‌ଏମ୍‌ଏସ୍‌), ସେଣ୍ଟର ଅଫ୍‌ ଇଣ୍ଡିଆନ୍‌ ଟ୍ରେଡ୍‌ ୟୁନିୟନ (ସିଆଇଟିୟୁ), ଅଲ୍‌ ଇଣ୍ଡିଆ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ ସେଣ୍ଟର (ଏଆଇୟୁଟିୟୁସି), ଟ୍ରେଡ୍‌ ୟୁନିୟନ କୋଅର୍ଡିନେଶନ ସେଣ୍ଟର(ଟିୟୁସିିସି), ସେଲ୍ଫ ଏମ୍ପ୍ଲଏଡ୍‌ ଓ୍ବିମେନ୍ସ ଆସୋସିଏଶନ (ଏସ୍‌ଇଡବ୍ଲ୍ୟୁଏ), ଅଲ୍‌ ଇଣ୍ଡିଆ ସେଣ୍ଟ୍ରାଲ କାଉନ୍‌ସିଲ୍‌ ଅଫ୍‌ ଟ୍ରେଡ୍‌ ୟୁନିୟନ (ଏଆଇସିସିଟିୟୁ), ଲେବର ପ୍ରୋଗ୍ରେସିଭ୍‌ ଫେଡେରେଶନ (ଏଲ୍‌ପିଏଫ୍‌) ଏବଂ ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିୟନ କଂଗ୍ରେସ (ୟୁଟିୟୁସି)।

ଏହା ବ୍ୟତୀତ କୃଷକ ଓ ଗ୍ରାମାଞ୍ଚଳ ଶ୍ରମିକ ସଂଗଠନ ମଧ୍ୟ ବନ୍ଦରେ ଯୋଗଦେବେ। ଭାରତ ବନ୍ଦ ଯୋଗୁ ବ୍ୟାଙ୍କିଙ୍ଗ୍‌ ଓ ଆର୍ଥତ୍କ ସେବା, ପୋଷ୍ଟାଲ ସେବା, କୋଇଲା ଖଣି ଖନନ ଏବଂ ଶିଳ୍ପାଞ୍ଚଳ ଶାଖା, ରାଜ୍ୟ ପରିଚାଳିତ ପରିବହନ ସେବା ପ୍ରଭାବିତ ହେବ। ସେହିପରି ରାଷ୍ଟ୍ରାୟତ୍ତ ଉଦ୍ୟୋଗ (ପିଏସ୍‌ୟୁ), ବିଭିନ୍ନ ସରକାରୀ ବିଭାଗ ଉପରେ ମଧ୍ୟ ବନ୍ଦ୍‌ର ପ୍ରଭାବ ପଡ଼ିବ। ତେବେ ବନ୍ଦ ପାଳନ ବେଳେ ସ୍କୁଲ୍‌ ଓ କଲେଜ ଖାଲା ରହିବ। ଘରୋଇ କାର୍ୟ୍ୟାଳୟଗୁଡ଼ିକ ସ୍ବାଭାବିକ କାର୍ୟ୍ୟ କରିବାକୁ ଥିବାବେଳେ ଟ୍ରେନ୍‌ ଚଳାଚଳ ବିଳମ୍ବିତ ହୋଇପାରେ ବୋଲି କୁହାଯାଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ