Masthead

ସମୟ ଅଛି ସଚେତନ ହୁଅ, ନଚେତ କଠୋର ହେବ ବିଏମସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାର ବାରୁଦଗଦା ଉପରେ ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ସଂକ୍ରମଣରେ ବ୍ରେକ ଲଗାଇବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ, ବିଏମସି । ଅମାନିଆଙ୍କ ପ୍ରତି କଠୋର ହେବାକୁ କଡା ଚେତାବନୀ ଦେଇଛନ୍ତି ବିଏମସି କମିଶନର । ଲୋକେ ସଚନତେନ ନହେଲେ ନିଆଯିବ କଡ଼ା ପଦକ୍ଷେପ । କମିଶନର ପ୍ରେମଚାନ୍ଦ ଚୈଧରୀ କହିଛନ୍ତି, କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବଢିବାରେ ଲାଗିଛି । କିଛି ଲୋକଙ୍କୁ ଜର ହେଉଥିଲେ ବି ସେମାନେ ପରୀକ୍ଷା କରାଉ ନାହାନ୍ତି । ଏମିତି ହେଲେ କଠୋର ହେବାକୁ ପଡିବ ବୋଲି କହିଛନ୍ତି କମିଶନର । ଯେଉଁ ସ୍ଥାନରେ ସଂକ୍ରମଣ ବଢୁଛି, ସେହି ସ୍ଥାନକୁ ସିଲ କରାଯିବା ସହ କଣ୍ଟେନମେଣ୍ଟ ଜୋନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।
ଅନ୍ୟପଟେ ରାଜଧାନୀରେ ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ କରାଯାଉଛି । ହଟସ୍ପଟ ଜିଲ୍ଲା ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ଅଧିକାଂଶ କେଶ କେବଳ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏଠାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥାଇ ପାରେ ବୋଲି ସନ୍ଦେହ କରୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପତ୍ର କହିଛନ୍ତି କି କଟକ ଓ ଭୁବନେଶ୍ୱର ରାଜ୍ୟର ସବୁଠାରୁ ବେଶି ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଠାରେ ସଂକ୍ରମଣ ବଢୁଛି । ଏହା ବାଦ ଏଠାରେ ଅଧିକ ପ୍ରବାସୀ ରହୁଥିବାରୁ ଜଣେ ବ୍ୟକ୍ତି ଏକାଧିକmaintainingଙ୍କୁ ସଂକ୍ରମିତ କରିଥାଇ ପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ