Masthead

ସମୟ ଅଛି ସଚେତନ ହୁଅ, ନଚେତ କଠୋର ହେବ ବିଏମସି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନାର ବାରୁଦଗଦା ଉପରେ ରାଜଧାନୀ ଭୁବନେଶ୍ୱର । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏପଟେ ସଂକ୍ରମଣରେ ବ୍ରେକ ଲଗାଇବାକୁ ଅଣ୍ଟା ଭିଡିଛି ଭୁବନେଶ୍ୱର ମହାନଗର ନିଗମ, ବିଏମସି । ଅମାନିଆଙ୍କ ପ୍ରତି କଠୋର ହେବାକୁ କଡା ଚେତାବନୀ ଦେଇଛନ୍ତି ବିଏମସି କମିଶନର । ଲୋକେ ସଚନତେନ ନହେଲେ ନିଆଯିବ କଡ଼ା ପଦକ୍ଷେପ । କମିଶନର ପ୍ରେମଚାନ୍ଦ ଚୈଧରୀ କହିଛନ୍ତି, କିଛି ଅମାନିଆଙ୍କ ପାଇଁ ସଂକ୍ରମଣ ବଢିବାରେ ଲାଗିଛି । କିଛି ଲୋକଙ୍କୁ ଜର ହେଉଥିଲେ ବି ସେମାନେ ପରୀକ୍ଷା କରାଉ ନାହାନ୍ତି । ଏମିତି ହେଲେ କଠୋର ହେବାକୁ ପଡିବ ବୋଲି କହିଛନ୍ତି କମିଶନର । ଯେଉଁ ସ୍ଥାନରେ ସଂକ୍ରମଣ ବଢୁଛି, ସେହି ସ୍ଥାନକୁ ସିଲ କରାଯିବା ସହ କଣ୍ଟେନମେଣ୍ଟ ଜୋନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବିଏମସି ।
ଅନ୍ୟପଟେ ରାଜଧାନୀରେ ଏବେ ଗୋଷ୍ଠୀ ସଂକ୍ରମଣ ଆଶଙ୍କା ମଧ୍ୟ କରାଯାଉଛି । ହଟସ୍ପଟ ଜିଲ୍ଲା ଖୋର୍ଦ୍ଧାରୁ ଚିହ୍ନଟ ହେଉଥିବା ଅଧିକାଂଶ କେଶ କେବଳ ରାଜଧାନୀରୁ ଚିହ୍ନଟ ହେଉଛନ୍ତି । ଏଭଳି ସ୍ଥିତିରେ ଏଠାରେ ଗୋଷ୍ଠୀ ସଂକ୍ରମଣ ସ୍ଥିତି ଉପୁଜିଥାଇ ପାରେ ବୋଲି ସନ୍ଦେହ କରୁଛି ସ୍ୱାସ୍ଥ୍ୟ ବିଭାଗ । ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପତ୍ର କହିଛନ୍ତି କି କଟକ ଓ ଭୁବନେଶ୍ୱର ରାଜ୍ୟର ସବୁଠାରୁ ବେଶି ଜନଗହଳିପୂର୍ଣ୍ଣ ଅଞ୍ଚଳ ହୋଇଥିବାରୁ ଏଠାରେ ସଂକ୍ରମଣ ବଢୁଛି । ଏହା ବାଦ ଏଠାରେ ଅଧିକ ପ୍ରବାସୀ ରହୁଥିବାରୁ ଜଣେ ବ୍ୟକ୍ତି ଏକାଧିକmaintainingଙ୍କୁ ସଂକ୍ରମିତ କରିଥାଇ ପାରନ୍ତି ବୋଲି ସେ ଆଶଙ୍କା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ