Masthead

୧୫ଦିନରେ ୨ ଖାଇଲା ସମୁଦ୍ର

ରାଜନଗର (ବଡ଼ ଖବର ବ୍ୟୁୁରୋ): ଗାଧୋଇବାକୁ ଯାଇ ପେଣ୍ଠ ବେଳାଭୂମିରେ ଭାସିଗଲେ ଯୁବକ। ଯୁବକ ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ବ୍ଲକ ଗୋପ୍ତିରା ଗ୍ରାମର ସତ୍ୟଜିତ ବାଇ। ସତ୍ୟଜିତ ଆଜି ୬ ଜଣ ସାଙ୍ଗଙ୍କ ସହିତ ପେଣ୍ଠ ବେଳାଭୂମି ବୁଲିବାକୁ ଆସିଥିଲେ। ସେଠାରେ ପ୍ରଥମେ ୩ ଜଣ ଗାଧୋଇବାକୁ ସମୁଦ୍ର ଭିତରକୁ ଯାଇଥିଲେ । ସତ୍ୟଜିତଙ୍କୁ ଜ୍ୱର ହୋଇଥିବାରୁ ସାଙ୍ଗମାନେ ମନାକରିଥିଲେ ଭିତରକୁ ଯିବା ପାଇଁ । ହେଲେ ସତ୍ୟଜିତ କାହା କଥା ନ ଶୁଣି ଭିତରକୁ ଯାଇଥିଲେ ଗାଧୋଇବାକୁ। ହଠାତ ୩ଟି ଉଚ୍ଚା ଲହଡ଼ି ମାଡି ଆସିଥିଲା । ସେହି ଲହଡ଼ିରେ ସମୁଦ୍ର ଭିତରକୁ ଭାସିଯାଇଥିଲେ ସତ୍ୟଜିତ। ଖବରପାଇ ରାଜନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲା । କିନ୍ତୁ ସମୁଦ୍ର ଲହଡ଼ି ଦେଖି ଭିତରକୁ ପସିପାରିଲେ ନାହିଁ ଅଗ୍ନିଶମ ବାହିନୀ କର୍ମଚାରୀ । ଉତ୍ତ୍ୟକ୍ତ ଲୋକେ ଅଗ୍ନିଶମବାହିନୀକୁ କିଛି ସମୟ ପାଇଁ ଅଟକ ରଖିଥିଲେ । ଘଟଣାସ୍ଥଳରେ ରାଜନଗର ପୋଲିସ ପହଁଞ୍ଚି ବୁଝାସୁଝା କରିବା ପରେ ଅଗ୍ନିଶମ ବାହିନୀ କର୍ମଚାରୀଙ୍କୁ ଛାଡିଥିଲେ । ଖବରପାଇ ସତ୍ୟଜିତଙ୍କ ପରିବାର ଲୋକେ ପେଣ୍ଠ ସମୁଦ୍ର କୂଳରେ ପହଞ୍ଚି ବାହୁନି ବାହୁନି କାନ୍ଦୁଛନ୍ତି । ସମୁଦ୍ର ଜୁଆରରେ ନିଖୋଜ ଯୁବକଙ୍କ ମୃତଦେହ କୂଳରେ କେଉଁଠି ଲାଗିବ ଖୋଜାଖୋଜି ଚଳାଇଛନ୍ତି।
ସତ୍ୟଜିତ ବିହାରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ସେ ଦୀପାବଳି ପାଇଁ ଗାଁକୁ ଆସିଥିଲେ। ନଭେମ୍ବର ୧ରେ ଯାଜପୁର ଜିଲ୍ଲା ଜରି ଗ୍ରାମର ଜଣେ ଯୁବକ ଭାସିଯାଇ ମୃତ୍ୟୁବରଣ କରିଥିଲେ । ୧୫ ଦିନ ନ ପୂରୁଣୁ ପୁଣି ଆଜି ଆଉ ଏକ ଅଘଟଣ ପ୍ରଶାସନର ଢିଲା ଣକୁ ପଦାରେ ପକାଇଛି। ପେଣ୍ଠ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥାଏ । ହେଲେ ପେଣ୍ଠ ବେଳାଭୂମିରେ ପର୍ଯ୍ୟଟକମାନଙ୍କ ସୁରକ୍ଷା ପାଇଁ କୌଣସି ସୁବିଧା ନାହିଁ । ତୁରନ୍ତ ଏଥିପ୍ରତି ପର୍ଯ୍ୟଟନ ବିଭାଗ ନଜର ଦେବାକୁ ସାଧାରଣରେ ଦାବି ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 କ’ଣ ଚୀନ ଭାରତର ବନ୍ଧୁ ? 🔴 ରାଜ୍ୟରେ ବଢ଼ୁଛି ଛାତ୍ରୀଙ୍କ ଅସଦାଚରଣ ମାମଲା 🔴 କଣ ଆପଣ ଜିଲାପି, ସିଙ୍ଗଡ଼ା ଖାଉଛନ୍ତି କି ? 🔴 ଏଫଏମ କଲେଜ ଛାତ୍ରୀ ଆତ୍ମାହୁତି ମାମଲା, କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ପାଳନ 🔴 ଲୋୟର ପିଏମ୍‌ଜିରେ ପୋଲିସ ବିଜେଡି କର୍ମୀ ଧସ୍ତାଧସ୍ତି 🔴 ୫ ଜିଲ୍ଲାକୁ ପ୍ରବଳ ବର୍ଷା ଆଲର୍ଟ 🔴 ସୌମ୍ୟାଶ୍ରୀ ମୃତ୍ୟୁ ମାମଲା, ବିଜେଡି ପକ୍ଷରୁ ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI