Masthead

‘କାହାକୁ ଅପମାନିତ କଲାଭଳି ଶବ୍ଦ କହିବନି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଜୋର ଧରୁଛି ବିହାର ରାଜନୀତି । ଏବେ ସମସ୍ତଙ୍କ ନଜର ବିହାର ବିଧାନସଭା ନିର୍ବାଚନ ଉପରେ । ଗ୍ରାଉଣ୍ଡରେ ନେତା, ମନ୍ତ୍ରୀ ପାଗଭିଡା ଆରମ୍ଭ କଲେଣି । ହେଲେ କରୋନା କଟକଣା ଯୋଗୁଁ ବିଭିନ୍ନ ଦଳ ମାପିଚୁପି ରାଜନୀତି ମୈଦାନକୁ ଓହ୍ଲାଉଛନ୍ତି । ସାମାଜିକ ଦୂରତାକୁ କଡାକଡି ଭାବରେ ପାଳନ କରିବାକୁ ନିର୍ବାଚନ କମିଶନଙ୍କ ପକ୍ଷରୁ କୁହାଯାଇଛି । ଏହାରି ଭିତରେ ନିର୍ବାଚନ ପ୍ରଚାରକୁ ନେଇ ସମସ୍ତ ରାଜନୈତିକ ଦଳମାନଙ୍କ ମୁଣ୍ଡବ୍ୟଥା ବଢିଯାଇଛି । ଭୋଟରଙ୍କ ପାଖରେ କିପରି ପହଞ୍ଚିବେ ସେନେଇ ମାନସମନ୍ଥନ ଲାଗିରହିଛି । ବଡ ରାଲି, ସଭାସମିତି ଏଥର ମଳିନ ପଡିବ ବୋଲି ଆଶଙ୍କ କରାଯାଉଛି । ଅନ୍ୟପଟେ କରୋନା କଟକଣା ଭିତରେ ନିର୍ବାଚନ କରାଇବା ନିର୍ବାଚନ ଆୟୋଗଙ୍କର ମଧ୍ୟ ଚ୍ୟାଲେଞ୍ଜ ବଢିଯାଇଛି ।

ଏଥର ବିହାର ନିର୍ବାଚନ ପାଇଁ ରାଜନୈତିକ ଦଳମାନଙ୍କୁ ଅଲ-ଇଣ୍ଡିଆ-ରେଡିଓ ଓ ଦୂରଦର୍ଶନରେ ପ୍ରଚାର କରିବାକୁ ଦୁଇଥର ସମୟ ଦିଆଯିବ । ନିର୍ବାଚନ ଆୟୋଗ ଏଥିପାଇଁ ଏକ ସମୟସୀମା ଧାର୍ଯ୍ୟ କରିଛନ୍ତି । ସମସ୍ତ ଜାତୀୟ ତଥା ସ୍ୱୀକୃତିପ୍ରାପ୍ତ ଦଳମାନଙ୍କୁ ୧ ଘଣ୍ଟା ୩୦ ମିନିଟ ସମୟ ଦେଇଛନ୍ତି । ବର୍ତ୍ତମାନ ବିହାରରେ ୧୨ଟି ଦଳ ଅଛନ୍ତି । ଗତ ବିଧାନସଭାରେ ସେମାନଙ୍କ ପ୍ରଦର୍ଶନ ଅନୁଯାୟୀ ଏହି ଦଳମାନଙ୍କୁ ଅତିରିକ୍ତ ସମୟ ଦିଆଯାଇପାରେ । ସେମାନେ ଏକ ଅଧିବେସନରେ ସର୍ବାଧିକ ଅଧଘଣ୍ଟା ସମୟ ପାଇବେ । ଆୟୋଗଙ୍କ କହିବାନୁସାରେ, ମାନାଙ୍କନପତ୍ର ଦାଖଲ କରିବାର ଶେଷ ତାରିଖରୁ ନିର୍ବାଚନ ପ୍ରଚାର ଶେଷ ହେବା ପର୍ଯ୍ୟନ୍ତ ଦଳର ପ୍ରତିନିଧିମାନେ ରେଡିଓ ଓ ଦୂରଦର୍ଶନର ସ୍ଥାନୀୟ ଚ୍ୟାନେଲରେ ସେମାନଙ୍କ ଆଲୋଚନା ପ୍ରସାରଣ କରିପାରିବେ । ତେବେ ପ୍ରସାରଣ ପୂର୍ବରୁ ତାଙ୍କ ସ୍କ୍ରିପ୍ଟକୁ କମିଶନଙ୍କ ପାଖରେ ଅନୁମୋଦନ କରିବାକୁ ପଡିବ ।

ନିୟମ ଅନୁଯାୟୀ, ନିର୍ବାଚନ ପ୍ରଚାରରେ କୌଣସି ଦେଶକୁ ସମାଲୋଚନା କରାଯିବ ନାହିଁ । ଜାତିଧର୍ମ ଆଧାରରେ କୌଣସି ନିବେଦନ କିମ୍ବା ସମାଲୋଚନା କରାଯାଇପାରିବ ନାହିଁ । ଆପତ୍ତିଜନକ କିମ୍ବା କାହାକୁ ଅପମାନିତ କଲାଭଳି ଶବ୍ଦ କୁହାଯିବ ନାହିଁ । ହିଂସା କିମ୍ବା ଭାବନାକୁ ଉତ୍ତେଜିତ କରୁଥିବା ବିଷୟ ଉପରେ ନିର୍ବାଚନ ଆୟୋଗ ଅତ୍ୟନ୍ତ କଠୋର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ