Masthead

ଆମେ କୋଟିଆ ବାଜି କାହିଁକି ହାରୁଛୁ ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଭାଷା ଭିତ୍ତିରେ ଗଠିତ ଦେଶର ପ୍ରଥମ ପ୍ରଦେଶ ଓଡ଼ିଶା । ଓଡ଼ିଶାର ଗଠନ ହେବା ପରେ ଦେଶର ଅନ୍ୟ ପ୍ରଦେଶର ସୃଷ୍ଟି ହୋଇଛି । ତେବେ ଓଡ଼ିଶାର ଗଠନ ବେଳେ ଏମିତି କିଛି ଅଞ୍ଚଳ ଥିଲା ଯାହା ଓଡ଼ିଶାର ଅନ୍ୟ ରାଜ୍ୟରେ ରହିଯାଇଛି । ଏ ଦୁଃଖ ପ୍ରତିଟି ଓଡ଼ିଆ ଭିତରେ ବର୍ଷ ବର୍ଷ ଧରି ଅଛି । ତଥାପି ଯେତିକି ସୀମା ଆମେ ପାଇଛେ ତାକୁ ନେଇ ଆମେ ଉକ୍ରଳର ଉପାସନା କରିଛେ । କେବେ ବି ଓଡ଼ିଶା ପଡ଼ୋଶୀର, ଇଞ୍ଚେ ଯାଗାକୁ ଅନୁପ୍ରବେଶ କରେନି, ନିଜେ ସୀମା ଟପେନି । କିନ୍ତୁ ଓଡ଼ିଶାର ଏହି ସରଳତା ଓ ସହନସୀଳତାର ଦୂରୁପୋଯୋଗ କରିଆସିଛି ପେଡ଼ାଶୀ । କେତେବେଳେ ପଶ୍ଚିମବଙ୍ଗ ଆଉ କେତେବେଳେ ଛିତଶଗଡ ତ ଆଉ କେତେବେଳେ ଆନ୍ଧ୍ର । କିଏ ଜଙ୍ଗଳ ନେଇଗଲାଣି, ଆଉ କିଏ ଜଳ ଓ ଆଉ କିଏ ଜମିନ । ଆମେ ଖାଲି ନୀରବରେ ବସିଛେ ଓ ପଡ଼ୋଶୀର ଷଡଯନ୍ତ୍ରକୁ ଦେଖୁଛେ । ଆମର ନିଷ୍କିୟତା ପାଇଁ ସୀମାନ୍ତ ବର୍ତ୍ତୀ ଗାଁ ଗୁଡ଼ିକ ପଡ଼ୋଶୀ ରାଜ୍ୟର ଚକ୍ରାନ୍ତର ଶିକାର ହେଉଛନ୍ତି । ଗଲା ବର୍ଷେ ହେଲା, ଏ ଚକ୍ରାନ୍ତ ଉଗ୍ର ହୋଇଛି । ବିଶେଷ କରି କୋରାପୁଟ ଓ ଗଜପତି ସୀମାରେ ଲଗାତାର ଅନୁପ୍ରବେଶ କରୁଛି ଆନ୍ଧ୍ର ।

କେତେବେଳେ ଆନ୍ଧ୍ରର ବିଧାୟକ ମନ୍ତ୍ରୀ, ପ୍ରଶାସନ ପଶୁଛନ୍ତି ଓ ଆମ ଲୋକଙ୍କ ଧକମକାଉଛନ୍ତି, ଉସକାଉଛନ୍ତି । ଏପରିକି ମଧ୍ୟ ଭୋଜିଭାତ ଦେଇଛନ୍ତି । ଆମ ଘରେ ପସି ଆନ୍ଧ୍ର ପଟ୍ଟା ବାଣ୍ଟୁଛି, ଆମ ଅଗନବାଡି ଉଡାଇ ଦେବାର ଧମକ ବି ଦେଉଛି । ଖାଲି ଏତିକି ନୁହେଁ ଓଡ଼ିଶା ସୀମାରେ ପସି ଆନ୍ଧ୍ର ନିର୍ବାଚନ ବି କରେଇ ସାରିଛି । ହେଲେ ଆମ ସରକାରଙ୍କ ଆକ୍ସନ କଣ ? ସୁର୍ପମିକୋର୍ଟରେ ମାମଲା ଅଛି କହି ଉପରୁ ତଳ ସବୁ ଖୋସିବାରେ ବ୍ୟସ୍ତ । ଆନ୍ଧ୍ରକୁ ଜବାବ ଦେବାରେ ଅସମର୍ଥ ହୋଇଛି ଓଡ଼ିଶା ସରକାର । ଆମ ସରକାରଙ୍କ ଅପାରଗତା ଏଭଳି ଦାଦାଗିରି କରିବାକୁ ଆନ୍ଧ୍ର ସରକାରକୁ ବଳ ଦେଇଛି ।

କେବେ ଠୁ ଆନ୍ଧ୍ର ଏଭଳି ଦାଦାଗିରି କରୁଛି ହେଲେ ମୁଖ୍ୟମନ୍ତ୍ରୀ ଥରୁଟିଏ ବି ଏନେଇ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ବା କେନ୍ଦ୍ର ସହ କଥା ହେଉନାହାଁନ୍ତି । ଗତ ଫେବୃଆରୀରେ ନବୀନ କଥା ଦେଇଥିଲେ କୋଟିଆ ଯିବେ । ନା ଆମେ ଆନ୍ଧ୍ରକୁ ଅଟାକାଉଛୁ ନା ଆମ ଲୋକଙ୍କ ଭରସା ଜିତୁଛୁ । ଲାଗୁଛି ଯେମିତି ଆଖିଆଗରେ ଆମେ କୋଟତିଆ ବାଜି ହାରୁଛୁ । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର 🔴 ପୁଣି ମନ୍ଦିରରେ ଦଳାଚକଟା, ଦୁଇଜଣ ଭକ୍ତଙ୍କ ମୃତ୍ୟୁ 🔴 ବସ୍-ବାଇକ ମୁହାଁମୁହିଁ ଧକ୍କା, ୨ଜଣଙ୍କ ମୃତ୍ୟୁ 🔴 ଆଜି ୪ ଘଣ୍ଟା ଶ୍ରୀଜିଉଙ୍କ ଦର୍ଶନ ବନ୍ଦ 🔴 ଲଗାଣ ବର୍ଷା, ୬ ଜିଲ୍ଲାରେ ବନ୍ୟା ପରିସ୍ଥିତି 🔴 ବିଜେଡିରୁ ନିଲମ୍ବନ ହେଲେ କର୍ପୋରେଟର ଅମରେଶ ଜେନା 🔴 ରାସ୍ତାରେ ଆଣ୍ଠେଇଲା ବାଇକ ଆମ୍ବୁଲାନ୍ସ 🔴 ଆସୁଛି ବଡ ବନ୍ୟା 🔴 ସଫେଇ କର୍ମଚାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି 🔴 ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ 🔴 କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର