Masthead

କରଞ୍ଜିଆ ବିଜେଡି ଦୁଇଫାଳ, ଦଳ ଛାଡିଲେ ବିଜୟ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ବିଜେଡି ଦୁଇଫାଳ । ଦଳ ଛାଡିଲେ ପୂର୍ବତନ ବିଧାୟକ ବିଜୟ ନାଏକ । ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିଜେଡି ଦଳର ପ୍ରମୁଖ ଆଶାୟୀ ପ୍ରାର୍ଥି ଭାବେ ପୂର୍ବତନ ବିଧାୟକ ବିଜୟ ନାଏକଙ୍କ ନାମ ଆଗରେ ଥିବା ବେଳେ ତାଙ୍କୁ ଦଳୀୟ ଟିକଟ ମିଳି ନ ଥିଲା । ଫଳରେ ସେ ଆଜି ବିଜୁ ଜନତା ଦଳରୁ ନିଜର ପ୍ରାଥମିକ ସଦ୍ୟସ ପଦରୁ ଇସ୍ତଫା ଦେଇଛନ୍ତି । ଆଜି ନିଜର ଶକ୍ତି ପ୍ରଦର୍ଶନ କରିଛନ୍ତି । କରଞ୍ଜିଆ ନିର୍ବାଚନମଣ୍ଡଳି ଆଦିବାସୀମାନଙ୍କ ପାଇଁ ସଂରକ୍ଷିତ ଥିବା ବେଳେ ଗତ ତିନି ଦଶନ୍ଧି ଧରି ବିଜୁ ଜନତା ଦଳ ଏହି ନିର୍ବାଚନମଣ୍ଡଳିରେ ରାଜ କରୁଛି ।

ଏହି ନିର୍ବାଚନମଣ୍ଡଳିରେ ବିଜୟ ନାଏକ ଦୁଇ ଦୁଇ ଥର ବିଧାୟକ ହେଇଥିବା ବେଳେ ଗତ ୨୦୧୯ ରେ ବାସନ୍ତୀ ହେମ୍ବ୍ରମ ବିଧାୟିକା ହେଇଥିଲେ । ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମଧ୍ୟ ମିଳିଥିଲା । ସେ ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ରହିବା ସହିତ ସେତେ ଲୋକପ୍ରିୟତା ନ ଥାଇ ବି ପୁଣି ୨୦୨୪ସାଧାରଣ ନିର୍ବାଚନ ପାଇଁ ପାଇଁ ତାଙ୍କୁ ଟିକଟ ଦେବାରୁ କର୍ମୀମାନେ ମଧ୍ୟ ଅସନ୍ତୋଷ ଥିଲେ ।

ଯାହା ଫଳରେ ଆଜି ପୂର୍ବତନ ବିଧାୟକଙ୍କ ସହିତ ହଜାର ହଜାର କର୍ମୀ ଦଳରୁ ଇସ୍ପାତ ଦେବା ସହିତ ଆଗାମୀ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିବା ପାଇଁ ବିଜୟ ନାଏକଙ୍କୁ ସମର୍ଥନ ଦେବା ପାଇଁ ଆଜିଠୁ ଅଣ୍ଟା ଭିଡ଼ିଲେଣି । ହଜାର ହଜାର ସମର୍ଥକଙ୍କ ସହିତ ଏକ ବିରାଟ ରାଲି କରିବା ସହିତ ଶକ୍ତି ପ୍ରଦର୍ଶନ କରିଛନ୍ତି । ତେବେ କରଞ୍ଜିଆ ନିର୍ବାଚନମଣ୍ଡଳିରେ ୪ମୁଖୀ ଲଢେଇ ହେଉଥିବାରୁ ପୂର୍ବତନ ବିଧାୟକଙ୍କୁ ଅଧିକ ସମର୍ଥନ ମିଳିବ ବୋଲି କର୍ମୀମାନେ ବେଶ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ