Masthead

ନବଙ୍କ ହତ୍ୟା ଆରେଞ୍ଜଡ୍ ମର୍ଡର, କ୍ରାଇମବ୍ରାଞ୍ଚ ଠିକ୍ ତଦନ୍ତ କରୁନି: ବିଜୟ ମହାପାତ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଏକ ଆରେଂଜଡ୍ ମର୍ଡର । ଯାହାର ଖିଅ ଖୋଜିବାରେ କ୍ରାଇମବ୍ରାଂଚ ବିଫଳ । ଏଭଳି ଆରୋପ ଲଗାଇ ଆଜି ପୁଣି ଓଡିଶା ପୋଲିସ ବିରୋଧରେ ବର୍ଷିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ର । ପ୍ରେସମିଟ୍ କରି ହିଜୟ କହିଛନ୍ତି, ମନ୍ତ୍ରୀ ନବ ଦାସ ଙ୍କ ହତ୍ୟାକାଣ୍ଡ କୁ ୧୫ ଦିନରୁ ଅଧିକ ହେଲାଣି । ତା ପରେ ବି ହତ୍ୟାକାଣ୍ଡର କାରଣ ଲୋକେ ଜାଣି ପାରିଲେ ନାହିଁ । ପ୍ରତି ହତ୍ୟାକାଣ୍ଡରେ ମୋଟିଭକୁ ତଦନ୍ତ କରାଯାଏ । କିନ୍ତୁ ଏହି କେସର ତଦନ୍ତ ହେଉନି । ଗୋପାଳ ସେଣ୍ଟ୍ରିକ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ ।

ତେଣୁ ସତ୍ୟ ବାହାରକୁ ଆସିବା ଅସମ୍ଭବ । ତଦନ୍ତର ସତ୍ୟତା ଜାଣିବାକୁ ହେଲେ ଗୋପାଳଠୁ ବାହାରକୁ ଯିବାକୁ ହେବ । ଗୋପାଳ ନିଜ କେସ ନିଜେ ତଦନ୍ତ କରିବା ଭଳି ଲାଗୁଛି । ରାଜ୍ୟ ପୋଲିସର ପାରିବା ପଣିଆ ଏଥିରୁ ଜାଣି ହୋଇଯାଉଛି । କାହିଁକି ଗୋପାଳ ମାରିଲା ତାର ତଦନ୍ତ ହେଉ ନାହିଁ। ଗୋପାଳ ଆଗରୁ ଅଧିକ ଚାନ୍ସ ପାଇଥିଲା ସେବେ ନ ମାରି ଏବେ କାହିଁକି ମାରିଲା ? କାହିଁକି ତାର ତଦନ୍ତ କରୁନି କ୍ରାଇମବ୍ରାଞ୍ଚ । ସେଦିନ କହିଁକି ମାରିଲା ରାଗ କଣ ଥିଲା ସେ ଦିଗରେ ତଦନ୍ତ ଆଗକୁ ବଢୁନି । ଏହା ସମ୍ପୂର୍ଣ୍ଣ ଭାବେ ଆରେଞ୍ଜଡ଼ ମଡ଼ର୍ର । ଡିଜିଙ୍କ ନିଦ ବହୁତ ଦିନ ପରେ ଭାଙ୍ଗିଲା । ବହୁତ ଭଲ ଭଲ ଅଫିସର ଅଛନ୍ତି, ସେମାନଙ୍କୁ ତଦନ୍ତରେ ନେଲେ ସତ ବାହାରକୁ ଆସନ୍ତା, କିନ୍ତୁ ତାହା ହେଉ ନାହିଁ । ନାର୍କୋ ଟେଷ୍ଟ ପାଇଁ କ୍ରାଇମବ୍ରାଞ୍ଚ କଣ କଣ ପ୍ରଶ୍ନ ତିଆରି କରିଥିଲା ତାହା ପ୍ରଶ୍ନବାଚୀ ।

କ୍ରାଇମବ୍ରାଞ୍ଚ ଏ ଦିଗରେ ସ୍ପଷ୍ଟ କରିବା ଦରକାର କେଉଁ କେଉଁ ପ୍ରଶ୍ନ କ୍ରାଇମବ୍ରାଞ୍ଚ ଜାଣିବାକୁ ଚାହିଁଥିଲା । ନବ ଦାସଙ୍କ ସହିତ ଯେଉଁମାନେ ବ୍ୟବସାୟ କରୁଥିଲେ ସେମାନଙ୍କୁ ଡାକି ପଚାରିବାର ଆବଶ୍ୟକ ରହିଛି । ପୂର୍ବରୁ ଅନେକ ଛୋଟ ଛୋଟ ଘଟଣା ରେ ବି ଦେଖିଛୁ ସମ୍ପର୍କୀୟଙ୍କୁ ପଚରାଉଚରା ହୁଏ । ଏଠି କିନ୍ତୁ ୧୫ ଦିନ ପରେ ବି ଗୋପାଳ ଠୁ ବାହାରକୁ ବାହରୁନି କ୍ରାଇମବ୍ରାଞ୍ଚ।

ପୋଲିସ ପୋଷାକରେ ଯେଉଁ କଳଙ୍କ ଲାଗିଛି ତାକୁ ଯଦି ନ ଛଡା ଯାଏଁ ତେବେ ମାଟିଆ ପୋଷାକ ସବୁଦିନ ପାଇଁ କଳା ହୋଇ ରହିଯିବି । ଗୋପାଳ ୨୦୧୨ରେ ଅର୍ଥୋପେଡିକ ବିଭାଗକୁ ଯାଇଥିଲା ତେବେ ମାନସିକ ରୋଗୀ ବୋଲି ବାରମ୍ବାର କୁହାଯାଉଛି କିପରି । କୋଲ ମାଫିଆ, ଇଣ୍ଡଷ୍ଟ୍ରି ହାଉସ, ବ୍ୟବସାୟିକ ବନ୍ଧୁ, କି ପରିବାର ସଦସ୍ୟ ସବୁ ଦିଗରୁ ତଦନ୍ତ ନ ହେଲେ ପ୍ରକୃତ ସତ ସାମ୍ନା କୁ ଆସି ପାରନ୍ତା ବୋଲି କହିଛନ୍ତି ବିଜୟ ମହାପାତ୍ର ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା