Masthead

ନେହେରୁ ଏବଂ ତାଙ୍କର ଉତ୍ତରାଧିକାରୀତ୍ୱକୁ ବଦନାମ କରିବା ମୋଦିଙ୍କ ଏକମାତ୍ର ଏଜେଣ୍ଡା: ଜୟରାମ ରମେଶ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ନେହେରୁ ମେମୋରିଆଲ ସଂଗ୍ରହାଳୟ ଏବଂ ଲାଇବ୍ରେରୀର ନାମ ପରିବର୍ତ୍ତନକୁ ନେଇ କଂଗ୍ରେସ ସହମହା ସଚିବ ତଥା ଦଳର ଯୋଗାଯୋଗ ମୁଖ୍ୟ ଜୟରାମ ରମେଶଙ୍କ ପ୍ରତିକ୍ରିୟା । ଜୟରାମ ରମେଶ କହିଛନ୍ତି, ଆଜି ଏକ ପ୍ରତିଷ୍ଠିତ ଅନୁଷ୍ଠାନ ଏକ ନୂତନ ନାମ ପାଇଛି। ବିଶ୍ୱ ପ୍ରସିଦ୍ଧ ନେହେରୁ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ମେମୋରିଆଲ ମ୍ୟୁଜିୟମ ଏବଂ ଲାଇବ୍ରେରୀ ଭାବେ ପରିଚିତ ହେବ।

ଆମର ପ୍ରଥମ ତଥା ଦୀର୍ଘତମ ସେବା କରିଥିବା ପ୍ରଧାନମନ୍ତ୍ରୀଙ୍କ କଥା ଆସିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ମନରେ ଭୟ ଏବଂ ଅସୁରକ୍ଷିତ ଭାବନା ସୃଷ୍ଟି ହୋଇଛି। ତେଣୁ ସେ ଏଭଳି କରିଛନ୍ତି।ନେହେରୁ ଏବଂ ତାଙ୍କର ଉତ୍ତରାଧିକାରୀତ୍ୱକୁ ଅସ୍ବୀକାର କରିବା, ବଦନାମ କରିବା ଏବଂ ନଷ୍ଟ କରିବା ହେଉଛି ସେମାନଙ୍କର ଏକମାତ୍ର ଏଜେଣ୍ଡା ବୋଲି ରମେଶ ମୋଦି ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ସେ ଏନ ଶବ୍ଦକୁ ହଟାଇ ପି ଶବ୍ଦ କରିଛନ୍ତି।

ଦେଶର ଗଣତାନ୍ତ୍ରିକ, ଧର୍ମନିରପେକ୍ଷ, ବୈଜ୍ଞାନିକ ଏବଂ ଉଦାରବାଦୀ ଭିତ୍ତିପ୍ରସ୍ତର ସ୍ଥାପନ କରିବାରେ ନେହେରୁଙ୍କ ଅବଦାନକୁ ଆମେ ଭୁଲିଯିବା ନାହିଁ। ଦେଶର ସ୍ବାଧୀନତା ପାଇଁ ନେହେରୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଇଛନ୍ତି। ବର୍ତ୍ତମାନ ସବୁକିଛି ମୋଦି ଏବଂ ତାଙ୍କ ସହ କାମ କରୁଥିବା ଲୋକଙ୍କ ହାତରେ ଅଛି। ଏସବୁ ସତ୍ତ୍ୱେ ଜବାହରଲାଲ ନେହେରୁଙ୍କ ଉତ୍ତରାଧିକାରୀତ୍ୱ ବିଶ୍ୱ ଦେଖିବା ପାଇଁ ବଞ୍ଚିବ ଏବଂ ଭବିଷ୍ୟତ ପିଢ଼ିଙ୍କୁ ପ୍ରେରଣା ଯୋଗାଇବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼