ରାହୁଲଙ୍କ ଭାରତ ଯୋଡ଼ ବନାମ ନଡ୍ଡାଙ୍କ ବିଜୟ ସଙ୍କଳ୍ପ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କଂଗ୍ରେସର ଭାରତ ଯୋଡ଼ ଯାତ୍ରା ପରେ ବିଜେପି କରିବାକୁ ଯାଉଛି ବିଜୟ ସଙ୍କଳ୍ପ ଯାତ୍ରା । କଂଗ୍ରେସ ସାରା ଦେଶରେ ଯାତ୍ରା କରିଥିବା ବେଳେ ବିଜେପି କେବଳ କର୍ଣ୍ଣାଟକରେ କରିବ ବିଜୟ ସଙ୍କଳ୍ପ ଯାତ୍ରା । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ ବିଜେପି ରାଷ୍ଟି୍ରୟ ସଭାପତି ଜେପି ନଡ୍ଡା କର୍ଣ୍ଣାଟକରେ ଯାତ୍ରା ଆରମ୍ଭ କରିବେ । ଆଜିଠୁ କର୍ଣ୍ଣାଟକରେ ଆରମ୍ଭ ହେବ ବିଜେପିର ବିଜୟ ସଙ୍କଳ୍ପ ଯାତ୍ରା । ଜେପି ନଡ୍ଡା ଆଜି କର୍ଣ୍ଣାଟକର ଚାମରାଜନଗରରେ ୨୫ ଦିନିଆ ଯାତ୍ରା ଉଦଘାଟନ କରିବେ। ବିଜେପି ରାଜ୍ୟସଭା ନିର୍ବାଚନ ପୂର୍ବରୁ ଆଜିଠାରୁ କର୍ଣ୍ଣାଟକରେ ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିବ ।

ମାର୍ଚ୍ଚ ୨ରେ ବେଲାଗାଭିର ନନ୍ଦାଗଡା ଠାରେ ଥିବା ସାଙ୍ଗୋଲି ରାଇନା ମେମୋରିଆଲରୁ ରାଜନାଥ ସିଂ ଦ୍ୱିତୀୟ ଯାତ୍ରାକୁ ଆରମ୍ଭ କରିବେ । ଏବଂ ଅମିତ ଶାହା ମାର୍ଚ୍ଚ ୩ ରେ କର୍ଣ୍ଣାଟକରେ ଦୁଇଟି ବିଜୟ ସଙ୍କଳ୍ପ ଯାତ୍ରା ଆରମ୍ଭ କରିବେ । ମାର୍ଚ୍ଚ ୨୫ ରେ ଦାଭାନଗରୀରେ ଏକ ଜନ ସମାବେଶ ସହିତ ଏହି ଯାତ୍ରା ଶେଷ ହେବ, ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧିତ କରିବେ। ଚାରୋଟି ପ୍ରମୁଖ ଗୋଷ୍ଠୀରେ ବିଭକ୍ତ କର୍ଣ୍ଣାଟକର ମୋଟ ୨୨୪ ନିର୍ବାଚନମଣ୍ଡଳୀ ଏକାସାଙ୍ଗରେ ଦାଭାନଗରୀ, ଚାମରାଜନଗର, କିଟୁର ଏବଂ କଲ୍ୟାଣ ସମେତ ଚାରୋଟି ଭିନ୍ନ ଭିନ୍ନ ଅଞ୍ଚଳରୁ ଚାରିଟି ଯାତ୍ରା ଆରମ୍ଭ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ହିନ୍ଦୀ ଶିକ୍ଷକ ପରମେଶ୍ୱର ପଣ୍ଡାଙ୍କୁ ‘ନେସନ୍ ବିଲ୍ଡର ଆୱାର୍ଡ’ 🔴 ବଙ୍ଗୋପସାଗରରେ ସୃଷ୍ଟି ହେଲା ବାତ୍ୟା ‘ଅର୍ଣ୍ଣବ’ 🔴 ୫ IAS ଅଧିକାରୀଙ୍କୁ ୫ ଜିଲ୍ଲା ଦାୟିତ୍ବ