Masthead

ଖୋଲିଲା ମା’ ବିରଜାଙ୍କ ମନ୍ଦିର

ଯାଜପୁର(ବଡ଼ ଖବର ବ୍ୟୁରୋ): ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା । ଶେଷରେ ଖୋଲିଲା ମା’ ବିରଜାଙ୍କ ମନ୍ଦିର । ଦୀର୍ଘ ନଅ ମାସର ଅପେକ୍ଷା ପରେ ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରିବାର ସୁଯୋଗ ପାଇଛନ୍ତି । ଆଜି ସକାଳୁ ଉତ୍ସାହର ସହ ଶ୍ରଦ୍ଧାଳୁ ମାନେ ଫୁଲ ଦୀପ ପ୍ରଦାନ କରି ଦର୍ଶନ କରିଛନ୍ତି । ଭକ୍ତଙ୍କ ମହଲରେ ନାହିଁ ନଥିବା ଖୁସି ଦେଖିବାକୁ ମିଳିଛି । ସକାଳ ୬ ଟାରୁ ସଂଧ୍ୟା ୫ଟା ଯାଏଁ ଦର୍ଶନ ସମୟ ରହିଥିବା ବେଳେ ଉଭୟ ପୁରୁଷ ଓ ମହିଳା ବାରିକେଟ ମଧ୍ୟରେ ଦର୍ଶନ କରୁଛନ୍ତି । ସାମାଜିକ ଦୂରତା ମଧ୍ୟରେ ନାଭିଗୟାରେ ପୂର୍ବପୁରୁଷଙ୍କୁ ପିଣ୍ଡଦାନ କରାଯିବାକୁ ଅନୁମତି ଦିଆଯାଇଛି ।

ଭିଡକୁ ଲକ୍ଷ୍ୟ ରଖି ଆସନ୍ତା ବର୍ଷ ଜାନୁୟାରି ୧ ରୁ ୩ ତାରିଖ ଯାଏଁ ସାଧାରଣ ଦର୍ଶନ ବନ୍ଦ ରଖାଯିବ ବୋଲି ଉପଜ଼ିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ମାର୍ଚ୍ଚ ୧୯ ତାରିଖରୁ କରୋନା କଟକଣା ଯୋଗୁଁ ଜ଼ିଲ୍ଲାପ୍ରଶାସନ ଓ ମନ୍ଦିର ପ୍ରଶାସନଙ୍କ ନିଷ୍ପତ୍ତି କ୍ରମେ ମା’ ବିରଜାଙ୍କ ମନ୍ଦିର ବନ୍ଦ ରଖାଯାଇଥିଲା । ବର୍ତ୍ତମାନ ମା’ଙ୍କ ଦର୍ଶନ ପରେ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ ଲାଭ କରି ଖୁସିଥିବା ବେଳେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ଦୂରତା ଶେଷ ହେଲାବୋଲି ସେବାୟତ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ