Masthead

ବର୍ଷା ଭାଙ୍ଗିଦେଲା ସୁଖ ସପନ

ବୀରମହାରାଜପୁର (ବଡ଼ ଖବର ବ୍ୟୁରୋ): ଲଘୁଚାପ ବର୍ଷା ଅମଳ ହେବାକୁ ଥିବା ଫସଲ ଉଜାଡି ଦେଇଛି । ବିଭିନ୍ନ ସ୍ଥାନରେ ନଷ୍ଟ ହୋଇଛି ଶହ ଶହ ଏକର ଜମିରେ ହୋଇଥିବା ଫସଲ । ମୁଖ୍ୟତଃ ଧାନ କିଆରିରେ ପାଣି ଜମିରହିବାରୁ ଧାନ ଗଜା ହୋଇଯାଇଛି । ଫସଲ ଅମଳର ଶେଷ ପର୍ଯ୍ୟାୟରେ ଅଦିନିଆ ଲଘୁଚାପ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି ।

ଯୁଜୁମୁରା ବ୍ଲକ ଉପକଣ୍ଠ ଡ଼ଙ୍ଗରପଡା ପଞ୍ଚାୟତ ହିରୋ ଗାଁର ଚାଷୀ ମୃତ୍ୟୁଞ୍ଜୟ ପ୍ରଧାନଙ୍କ ଧାନ ଫସଲ ଅଦିନିଆ ଲଘୁଚାପ ବର୍ଷାରେ ଧୋଇ ହୋଇଯାଇଛି । ଧାନ କିଆରିରେ ପାଣି ଜମିବା ସହ ସମସ୍ତ ଧାନ ଗଜା ହୋଇଯାଇଛି । ଅଦିନିଆ ବର୍ଷାରେ ଚାଷୀ ମୃତ୍ୟୁଞ୍ଜୟଙ୍କ ୩.୫ ଏକର ଜମିରେ ହୋଇଥିବା ଧାନ ନଷ୍ଟ ହୋଇଯାଇଛି । ସେ ଚାଷ ପାଇଁ ଋଣ କରିଥିଲେ । ଏବର୍ଷ ଚାଷ ଭଲ ହୋଇଥିବାରୁ ଅମଳ ମଧ୍ୟ ଭଲ ହେବ ବୋଲି ସେ ଆଶା ରଖିଥିଲେ । କିନ୍ତୁ ଅଦିନିଆ ବର୍ଷା ସବୁକିଛି ଛଡେଇ ନେଇଛି । ମୃତ୍ୟୁଞ୍ଜୟଙ୍କ ସହ ତାଙ୍କ ଗାଁର ବିଭିନ୍ନ ଚାଷୀଙ୍କ ଫସଳ ଖାଇଯାଇଛି ଅଦିନିଆ ବର୍ଷା । ହିରୋ ଗ୍ରାମକୁ କୃଷି ବିଭାଗ ତରଫରୁ କିଛି ଅଧିକାରୀ ଆସି ନଷ୍ଟ ହୋଇଥିବା ଜମିରେ ବୁଲି ଅନୁଧ୍ୟାନ କରି କ୍ଷୟକ୍ଷତିର ଆକଳନ କରିଛନ୍ତି । ପ୍ରଶାସନ ତରଫରୁ କେବେ ସରକାରୀ ସହାୟତା ଘୋଷଣା ହେବ କ୍ଷତିଗ୍ରସ୍ତ ଚାଷୀମାନେ ଅପେକ୍ଷା କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ