ମହିଳାମାନଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ ବଜେଟ୍ ଘୋଷଣା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ମହିଳାଙ୍କ ପାଇଁ ବଜେଟ୍ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଦେଶର ମହିଳାମାନଙ୍କ ପାଇଁ ଅନେକ ଯୋଜନା ଚାଲିଛି ଯାହା ସେମାନଙ୍କର ଆର୍ଥିକ ଏବଂ ସାମାଜିକ ବିକାଶ ଦିଗରେ ଆଗେଇ ଆସୁଛି । ଲକ୍ଷପତି ଦିଦି ଯୋଜନା ଅଧୀନରେ ଦେଶରେ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି । ୮୩ ଲକ୍ଷ ଏସ୍‌ଏଚ୍‌ଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି ।

ଅଙ୍ଗନଓ୍ବାଡି ସେଣ୍ଟରକୁ ଅପଗ୍ରେଡ କରାଯିବ। ଆଶାକର୍ମୀ, ଅଙ୍ଗନଓ୍ବାଡିକର୍ମୀ ଓ ସହକର୍ମୀଙ୍କୁ ଆୟୁଷ୍ମାନ ଯୋଜନାରେ ଲାଭ ମିଳିବ। ସେମାନଙ୍କୁ ଆୟୁଷ୍ମାନ ଭାରତରେ ସାମିଲ୍‌ କରାଯିବ। ସର୍ଭାଇକାଲ କ୍ୟାନସରକୁ ପ୍ରତିରୋଧ ପାଇଁ ଟୀକାକରଣ ବୃଦ୍ଧି କରାଯିବ। ସବୁ ଅଞ୍ଚଳରେ ନାନୋ ଡିଏପି ବ୍ୟବହାର କରାଯିବ। ୯ ରୁ ୧୪ ବର୍ଷ ବୟସର ବାଳିକାମାନଙ୍କୁ ଗର୍ଭାଶୟ କର୍କଟ ଟିକା ଦିଆଯିବ ଯାହା ଦ୍ୱାରା କର୍କଟ ରୋଗକୁ ରୋକାଯାଇପାରିବ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’