ନକ୍ସଲ-ପୋଲିସ ମୁହାଁମୁହିଁ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ନବରଙ୍ଗପୁର (ବଡ଼ ଖବର ବ୍ୟୁରୋ): ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଏବଂ ଛତିଶଗଡ଼ ସୀମା ଶୋଭା ଥାନା ଅଂଚଳରେ ନକ୍ସଲ ପୋଲିସ ମଧ୍ୟରେ ଗୁଳିବିନିମୟ । ଗୁଳିବିନିମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ । ଏହି ଗୁଳିବିନିମୟରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି । ଏ ନେଇ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ନବରଙ୍ଗପୁର ଏସପି । ଏସପିଙ୍କ ସୂଚନା ଅନୁଯାୟୀ ପୋଲିସ ଏସଓଜି ଏବଂ ନକ୍ସଲଙ୍କ ମଧ୍ୟରେ ଅଧଘଣ୍ଟା ଧରି ହୋଇଥିବା ଗୁଳିବିନିମୟରେ କୌଣସି ମାଓବାଦୀ ମୃତାହତ ହୋଇଥିବା ନେଇ ସୂଚନା ମିଳିନଥିବା ବେଳେ ବହୁ ପରିମାଣ ର ମାଓ ସାମଗ୍ରୀ ଜବତ ହୋଇଛି ।

ଏସପିଙ୍କ ସୂଚନା ଅନୁଯାୟୀ ଗତକାଲି ପୋଲିସ ଏସଓଜି ଟିମ ଓଡ଼ିଶା ଛତିଶଗଡ଼ ସୀମାନ୍ତ ଗୋରିଆବନ୍ଧ ଜିଲ୍ଲା ଶୋଭା ଥାନା ଅଞ୍ଚଳରେ ପୋଲିସ ଏସଓଜି ର ଦୁଇଟି ୟୁନିଟ କରି ମାଓବାଦୀ ବିରୋଧୀ ଅପରେସନ ଆରମ୍ଭ ହୋଇଥିଲା । ଉଭୟ ପକ୍ଷରୁ ଗୁଳିବିନିମୟ ହୋଇଥିଲା । ତେବେ ଏହି ଗୁଳିବିନିମୟରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି । ୬ ଟି ଅଫୁଟା ଗୁଳି ,ସୋଲାର ପ୍ଲେଟ ,ଗର୍ଭ ନିରୋଧକ ,କିଛି ଆପତ୍ତି ଜନକ ସାମଗ୍ରୀ ସହ ଗର୍ଭ ପରୀକ୍ଷା କୀଟ ମଧ୍ୟ ଜବତ ହୋଇଛି । ଯେଉଁଥିରେ ସେମାନେ ମହିଳା ଙ୍କୁ ଯୌନ ଉତ୍ପୀଡ଼ନ କରୁଥିବା ଏସପି ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’