Masthead

ଜମିବ ହୋଲି

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଦୁଇଦିନ ପରେ ରଙ୍ଗର ପର୍ବ ହୋଲି । ଗାଁଠୁ ସହର ଉତ୍ସବମୁଖର । ତେଣେ ଦୋଳବିମାନରେ ଦୋଳଗୋବିନ୍ଦଙ୍କ ଚାଚେରି ଭୋଗ ଲାଗି ଗାଁ ଗାଁରେ ସୃଷ୍ଟି କରିଛି ଆଧ୍ୟାତ୍ମିକ ପରିବେଶ । ଦୋଳରେ ବୁଲୁଛନ୍ତି ଦୋଳଗୋବିନ୍ଦ । ଭକ୍ତ ଦୁଆରରେ ଚାଚେରି ଭୋଗ ଖାଉଛନ୍ତି ଭଗବାନ୍ । ଦୋଳ ଉତ୍ସବ ପାଇଁ ଉତ୍ସବମୁଖର ଗାଁରୁ ସହର । ଦୋଳ ଦଶମୀରୁ ବିମାନରେ ବସି ବାହାରିଛନ୍ତି ରାଧାକୃଷ୍ଣ୍ । ବିମାନରେ ଝୁଲୁଛି ଆମ୍ବ ବଉଳ । ଦିଅଁଙ୍କୁ ହୋଇଛି ଅବିରଲାଗି । ସାହି ସାହିରେ ଚାଲିଛି ମେଲଣ । ଘଣ୍ଟ ଘଣ୍ଟା ଧ୍ୱନିରେ ଫାଟିପଡୁଛି ଗାଁ ଦାଣ୍ଡ ।

ସେପଟେ ରଙ୍ଗର ପର୍ବ ହୋଲି ପାଇଁ ବଜାର ବି ପ୍ରସ୍ତୁତ । ଏ ରାଜଧାନୀ ଭୁବନେଶ୍ୱରର ରଙ୍ଗଦୋକାନର ଚିତ୍ର । ମେଲିଛି ରଙ୍ଗର ପସରା । ବିଭିନ୍ନ ରଙ୍ଗର ଅବିର, ଭଳିକି ଭଳି ପିଚକାରୀ । ତେବେ କେମିକାଲ ରଙ୍ଗ ଅପେକ୍ଷା ଲୋକମାନେ ହର୍ବାଲ ରଙ୍ଗକୁ ଅଧିକ ପସନ୍ଦ କରୁଛନ୍ତି ବୋଲି ଦୋକାନୀ କହିଛନ୍ତି । କରୋନା ମାଡ଼ ପାଇଁଁ କମିଯାଇଥିଲା ହୋଲି ସେଲିବ୍ରେସନ । ଜମୁନଥିଲା ରଙ୍ଗର ପର୍ବର ମହକ । ଏଥର କିନ୍ତୁ ନୋ ଟେନ୍ସନ୍ । ନାହିଁ କିଛି ରୁଲ ରେଗୁଲେସନ । ସମସ୍ତେ ଖୁସିରେ ଲଗାଇବେ ରଙ୍ଗ । କହିବେ ହାପି ହୋଲି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା