Masthead

ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ଘଟିଥିବା ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଅଞ୍ଚଳକୁ ଛାତି ଥରେଇ ଦେଇଛି। ଘଟଣାକୁ ନେଇ ତୀବ୍ର ଜନ ଅସନ୍ତୋଷ ମଧ୍ୟରେ ବିଜୁ ଜନତା ଦଳ ଓ କଂଗ୍ରେସ ପକ୍ଷରୁ ଆଜି ଚାନ୍ଦବାଲିରେ ୬ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଥିଲା। ଯଦିଓ ପୋଲିସ ଘଟଣାର ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି, ତଥାପି ଏବେବି ଚାନ୍ଦବାଲି ଅଶାନ୍ତ ଲାଗି ରହିଛି। ନାବାଳିକା ଦୁଷ୍କର୍ମ ପରେ ହତ୍ୟା ଭଳି ଜଘନ୍ୟ ଘଟଣାକୁ ନେଇ ଆଜି ଚାନ୍ଦବାଲିବାସୀ ମର୍ମାହତ। ବିଜେଡି ଓ କଂଗ୍ରେସ ଦଳର ୬ ଘଣ୍ଟିଆ ବନ୍ଦ ଡାକରାରେ ସକାଳ ୬ଟାରୁ ଦିବା ୧୨ଟା ପର୍ୟ୍ୟନ୍ତ ଚାନ୍ଦବାଲି ସହର ସହିତ ଘଣ୍ଟେଶ୍ୱର, ମୋତୋ, ଦିଗଛିଆ, ଗଦି ଏବଂ ଆଖପାଖ ଅଞ୍ଚଳରେ ଜନଜୀବନ ଠପ୍ ହୋଇଯାଇଛି । ବନ୍ଦ ପାଇଁ ଦୋକାନ, ବଜାର, ବ୍ୟାଙ୍କ ଓ ବେସରକାରୀ କାର୍ଯ୍ୟାଳୟ ଅଧିକାଂଶ ସମୟ ବନ୍ଦ ରହିଥିଲା।

ଯାନବାହନ ଚଳାଚଳ କମ ଥିବାରୁ ସାଧାରଣ ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବନ୍ଦ ସମୟରେ ବିଜେଡି ଓ କଂଗ୍ରେସ କର୍ମୀମାନେ ଚାନ୍ଦବାଲିର ମୁଖ୍ୟ ଛକ ଓ ଗୁରୁତ୍ୱପୂର୍ଣ୍ଣ ରାସ୍ତାରେ ପିକେଟିଂ କରି ସରକାର ଓ ପୋଲିସ ପ୍ରଶାସନ ବିରୋଧରେ ଜୋରଦାର ନାରାବାଜି କରିଥିଲେ। ଏହି ଘଟଣାରେ ପୋଲିସ ୨୪ ଘଣ୍ଟା ଭିତରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ଚାନ୍ଦବାଲି ବ୍ଲକ ବାଲି ଗାଁ ରାମପଲି ବାସିନ୍ଦା ସତ୍ୟବ୍ରତ ଦାସ। ଅଭିଯୁକ୍ତଙ୍କୁ ଧରି ପୋଲିସ ତଦନ୍ତ ଆରମ୍ଭ କରିଥିବା କହିଛି। ରାଜ୍ୟ ସରକାର ନାବାଳିକା ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରିଛନ୍ତି। ତେବେ ଗିରଫ ସତ୍ତ୍ୱେ ମଧ୍ୟ ଅଞ୍ଚଳରେ ଅଶାନ୍ତି ଜାରି ରହିଛି। ଘଟଣାରେ ଆଉ କେହି ସଂପୃକ୍ତ ଅଛନ୍ତି କି ନାହିଁ, ସେଥିପାଇଁ ତଦନ୍ତ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଆଜି ମୁଖ୍ୟମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା 🔴 କମୁଛି ପାରଦ, ଜାଡ଼ରେ ଥରୁଛି ଓଡ଼ିଶା 🔴 ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ 🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ 🔴 ବଡ଼ଦିନରୁ ବଢିବ ଶୀତ 🔴 ରାଜ୍ୟରେ କଲବଲ କରୁଛି ଶୀତ 🔴 ନାବାଳିକା ଦୁଷ୍କର୍ମ ଘଟଣା, ୬ଘଣ୍ଟିଆ ଚାନ୍ଦବାଲି ବନ୍ଦ 🔴 ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ 🔴 ଧରାପୃଷ୍ଠରେ ଅବତରଣ କଲେ ପ୍ରଭୁ ଯୀଶୁଖ୍ରୀଷ୍ଟ 🔴 ବଡ଼ଦିନରୁ ଆହୁରି ଥରିବ ପୂରା ଓଡ଼ିଶା 🔴 ଆଜି ମୁଖ୍ୟମନ୍ତ୍ରୀଙ୍କ ଖରିଫ ଧାନ ସଂଗ୍ରହ ସମୀକ୍ଷା 🔴 କମୁଛି ପାରଦ, ଜାଡ଼ରେ ଥରୁଛି ଓଡ଼ିଶା 🔴 ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ 🔴 ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ 🔴 ବଡ଼ଦିନରୁ ବଢିବ ଶୀତ 🔴 ରାଜ୍ୟରେ କଲବଲ କରୁଛି ଶୀତ