Masthead

ରାଜ୍ୟରେ ଘନ କୁହୁଡ଼ି, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରବଳ ଶୀତ ସାଙ୍ଗକୁ ଘନ କୁହୁଡ଼ି । ଭୁବନେଶ୍ୱରରେ ଘନ କୁହୁଡ଼ି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ । ରାଜଧାନୀ ସମେତ କଟକ, ପୁରୀ ଆଦି ସ୍ଥାନରେ ଘନ କୁହୁଡି । ପ୍ରବଳ କୁହୁଡ଼ି ପାଇଁ ଦୃଶ୍ୟ ହେଉନାହିଁ ଶ୍ରୀମନ୍ଦିର ପତିତପାବନ ବାନା । ସୁନ୍ଦରଗଡ଼, କନ୍ଧମାଳ, କଳାହାଣ୍ଡି ଓ କୋରାପୁଟରେ ବି ପ୍ରବଳ କୁହୁଡ଼ି। ନୂଆବର୍ଷ ପର୍ଯ୍ୟନ୍ତ ଶୀତ କମିବା ସମ୍ଭାବନା ନାହିଁ । ଏପଟେ କୁହୁଡ଼ି ବଢ଼ିବା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ । ରାଜ୍ୟରେ ବର୍ତ୍ତମାନ ପାଗ ଶୁଖିଲା ରହିବ । ଆସନ୍ତା ୬ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ । ଗୁରୁବାର ସକାଳ ପର୍ଯ୍ୟନ୍ତ ଝାରସୁଗୁଡ଼ା, ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳରେ ଘନ କୁହୁଡ଼ି ସମ୍ଭାବନା ଥିବାବେଳେ ଆଉ କିଛି ଜିଲ୍ଲାରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।

ବଡ଼ଦିନ ଓ ଖ୍ରୀଷ୍ଟମାସ ଅବସରରେ ଗୁରୁବାର ରାତି ଓ ଶୁକ୍ରବାର ସକାଳେ ସମ୍ବଲପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳର କେତେକ ସ୍ଥାନରେ ଘନ କୁହୁଡ଼ି ଆଶଙ୍କା ଅଛି । ସମ୍ବଲପୁର, ଜଗତସିଂହପୁର, ଢେଙ୍କାନାଳ, ସୁନ୍ଦରଗଡ଼, ସୋନପୁର, କନ୍ଧମାଳ, ଅନୁଗୁଳ, ମୟୂରଭଞ୍ଜ, କେନ୍ଦୁଝର, ଭଦ୍ରକ, ବୌଦ୍ଧ, ବାଲେଶ୍ୱର ଓ କେନ୍ଦ୍ରାପଡ଼ାର କେତେକ ସ୍ଥାନରେ ମଧ୍ୟମ ଧରଣର କୁହୁଡ଼ି ହୋଇପାରେ ।୨୯ ତାରିଖ ସକାଳ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଓ ଘନ କୁହୁଡ଼ି ଆଶଙ୍କା ରହିଛି । ମଙ୍ଗଳବାର ରାତିରେ କୋରାପୁଟରେ ସର୍ବନିମ୍ନ ତାପମାତ୍ରା ୬.୧, ସେମିଳିଗୁଡ଼ାରେ ୬.୬, ଝାରସୁଗୁଡ଼ା ୬.୮, ଦାରିଙ୍ଗିବାଡ଼ିରେ ୭.୫, ଜି.ଉଦୟଗିରିରେ ୮.୭, ନବରଙ୍ଗପୁର ୮.୯, ଫୁଲବାଣୀରେ ୯, କିରେଇ ୯.୩, ବୌଦ୍ଧ ୯.୭, ଚିପିଲିମା ୯.୯ ଡିଗ୍ରୀ ଥିଲା । ୧୦ଟି ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ କିମ୍ବା ତା’ଠାରୁ କମ୍ ଥିଲା । କଟକରେ ୧୩.୪, ଭୁବନେଶ୍ୱରରେ ୧୩.୬, ଖୋର୍ଦ୍ଧାରେ ୧୨ ଡିଗ୍ରୀ ଥିଲା । କୋରାପୁଟରେ ସର୍ବନିମ୍ନ ତାପମାତ୍ରା ସ୍ୱାଭାବିକଠାରୁ ୬.୬ ଓ ଝାରସୁଗୁଡ଼ାରେ ୫.୩ ଡିଗ୍ରୀ କମ୍ ଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….? 🔴 ଆୟୁଷମାନ କାର୍ଡରେ କ୍ୟାନସର ରୋଗୀଙ୍କୁ ମିଳିବ ସୁବିଧା 🔴 ସିଏମଓରୁ ଫାଇଲ ଗାଏବ; କାହିଁକି ସିବିଆଇ-କ୍ରାଇମବ୍ରାଞ୍ଚ ନୁହେଁ, ପାରିବ ତ ପୋଲିସ? 🔴 ୪ ଅନ୍ତେବାସୀଙ୍କୁ ନିର୍ଘାତ ମାଡ଼, ଥାନାରେ ଅଭିଯୋଗ 🔴 ହସ୍ପିଟାଲରେ ସୋନମ୍ ୱାଙ୍ଗଚୁକ୍ , ଉଠାଇ ନେଲା ପୋଲିସ୍ 🔴 ୭୫ ରେଳ ଷ୍ଟେସନର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ୭ ସାମିଲ 🔴 ଦାରିଦ୍ର୍ୟତା ପାଇଁ ପୁଅ କୁ ହାଣି ମାରିଲା ବାପା 🔴 ନୀଳ ଜଳରାଶିରେ ମହାପ୍ରଭୁଙ୍କ ରଥଯାତ୍ରା 🔴 ବହୁ ପ୍ରତୀକ୍ଷିତ ମୁହୁର୍ତ୍ତର ଘଟିଲା ଅବସାନ, ଗୁଣ୍ଡିଚାରେ ପହଞ୍ଚିଲା ନନ୍ଦିଘୋଷ ରଥ 🔴 ବିବାଦ ଭିତରେ ବଡ଼ ସଫଳତା ହାସଲ କଲେ ନିଟ୍ ଛାତ୍ରଛାତ୍ରୀ 🔴 ଜଗା.. କଣ ହୋଇଛି ତୋର,ରାଗିଛୁ ନା ଅଭିମାନ କରିଛୁ ….?