Before Header

ଭୟଙ୍କର ଦୁର୍ଘଟଣା, ଜଳିଗଲେ ୩ ଡ୍ରାଇଭର

0 2,417

ଝାରସୁଗୁଡା (ବଡ଼ ଖବର ବ୍ୟୁରୋ): ଝାରସୁଗୁଡା ସଦର ଥାନା ଓ ଆରଟିଓ ଅଫିସ ସାମ୍ନାରେ ଭୟଙ୍କର ଦୁର୍ଘଟଣା । ଏକାସଙ୍ଗେ ଜଳିଗଲେ ୩ ଡ୍ରାଇଭର । ଧକା ଲାଗିବା ପରେ ଉଭୟ ତିନୋଟି ଗାଡ଼ିରେ ନିଆଁ ଲାଗିଯାଇଛି । ଯାହା ଫଳରେ ୩ ଚାଳକ ଜୀବନ୍ତ ଦଗ୍ଧ ହୋଇଛନ୍ତି ।

ରାତି ପ୍ରାୟ ଗୋଟାଏ ବେଳେ ବେଲପାହାଡ ଆଡକୁ ଯାଉଥିବା ୧୬ ଚକିଆ ଟ୍ରଲର ସହ ଏକ ହାଇବା ଓ ୨୨ ଚକିଆ ଟ୍ରଲର ପରସ୍ପରକୁ ଧକ୍କା ଦେଇଥିଲା । ଯାହାପରେ ୩ ଟି ଟ୍ରକରେ ନିଆଁ ଲାଗିଯାଇଥିଲା । ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଛନ୍ତି ।

Leave A Reply

Your email address will not be published.