Masthead

ବିଜେଡି ବିଧାୟିକାଙ୍କ ଦାଦାଗିରି

ଚମ୍ପୁଆ (ବଡ଼ ଖବର ବ୍ୟୁରୋ): ବିଧାୟିକାଙ୍କ ନାମରେ ସଙ୍ଗୀନ ଅଭିଯୋଗ । ଅଭିଯୋଗ ଆଣିଛନ୍ତି ଅଞ୍ଚଳବାସୀ। ଜଜାଙ୍ଗ ଲୌହ ଖଣିକୁ ନୂଆକରି ହାତେଇଛି ଜେ ଏସ ଡବ୍ଲୁ କମ୍ପାନୀ । ଏହି କମ୍ପାନୀ ଦ୍ଵାରା ପରିବହନ ମୂଲ୍ୟ ହ୍ରାସ କରାଯାଇଛି । ଏଭଳି ଅଭିଯୋଗ କରିଛି ଟ୍ରକ ମାଲିକ ସଂଘ । ପୂର୍ବରୁ ଖଣିଜ ପରିବହନ ମୂଲ୍ୟ ଟନ୍ ପିଛା ୩୮୩ ଟଙ୍କା ଥିଲା । ଏବେ ଏହା ୩୨୦ଟଙ୍କାକୁ କମ୍ପାନୀ ହ୍ରାସ କରିଛି । ଏହାର ବିରୋଧ କରିଛି ଯୋଡ଼ା ମାଇନିଂ ଏରିଆ ଟ୍ରକ୍ ମାଲିକ ସଙ୍ଘ । ଗାଡି ସହ ସଂଶ୍ଲିଷ୍ଟ ଡ୍ରାଇଭର ଓ ହେଲପରଙ୍କ ପରିବାର ଆନ୍ଦୋଳନ ଚଳାଇଛନ୍ତି । ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇଙ୍ଗିତରେ ଆନ୍ଦୋଳନରତ ମହିଳାଙ୍କ ସମେତ ଆନ୍ଦୋଳନର ନେତୃତ୍ୱ ନେଉଥିବା ଯୋଡ଼ା ବିଜେଡି ଯୁବ ସମ୍ପାଦକ ସତ୍ୟାନନ୍ଦ କାରୁଆଙ୍କୁ ଆତର୍କିତ ଆକ୍ରମଣ ହୋଇଥିଲା।

ଏ ନେଇ ମହିଳା ଓ ଟ୍ରକ ମାଲିକମାନେ ସିଧାସଳଖ ଚମ୍ପୁଆ ବିଧାୟିକାଙ୍କୁ ଆକ୍ଷେପ କରିଛନ୍ତି। ବିଧାୟିକା ମିନାକ୍ଷୀ ମହନ୍ତ ନିଜ ବ୍ୟବସାୟ ବଢାଇବା ପାଇଁ ସ୍ଥାନୀୟ ୩୨୦୦ଟ୍ରକ ମାଲିକଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇଛନ୍ତି। ନ୍ୟାୟ ଦାବି ଉପସ୍ଥାପନ କରିବାକୁ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ଟ୍ରକ ମାଲିକମାନଙ୍କୁ ବିଧାୟିକା ଭଡାଟିଆ ଗୁଣ୍ଡା ଲଗାଇ ମରଣାନ୍ତକ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି।

ଏନେଇ ଥାନାରେ ଅଭିଯୋଗ ହୋଇଛି । ଘଟଣାକୁ ୭ଦିନ ବିତି ଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସାହସ ଜୁଟାଇ ପାରୁନି । ବିଧାୟିକାଙ୍କ ଚାପରେ ପୋଲିସ ହାତଯୋଡି ବସିଥିବା ଟ୍ରକ୍‍ ମାଲିକ ସଂଘ ଅଭିଯୋଗ କରିଛି । ଅନ୍ୟ ପକ୍ଷରେ ଜେଏସଡବ୍ଲୁ ଖଣିର ପରିବହନ ଦାୟିତ୍ବ ରେ ନିଜେ ବିଧାୟିକାଙ୍କ ସ୍ବାମୀ ଭକ୍ତବନ୍ଧୁ ମାହାନ୍ତ ଅଛନ୍ତି । ସେ ଜାଣିଶୁଣି ପରିବହନ ମୁଲ୍ୟକୁ କମାଇଛନ୍ତି। ବିଧାୟିକାଙ୍କ ଏପରି ମନମୁଖି କାର୍ଯ୍ୟକୁ ଏବେ ଅଞ୍ଚଳବାସୀ ବିରୋଧ କରୁଛନ୍ତି । ଯୋଡ଼ାରେ ଚମ୍ପୁଆ ବିଧାୟିକାଙ୍କ କୁଶ ପୁତ୍ତଳିକା ଦାହ ।

କୁଶ ପୁତ୍ତଳିକା ଦାହ କଲେ ଟ୍ରକ୍ ମାଲିକ ଓ ଡ୍ରାଇଭର । ବିଧାୟିକା ମିନାକ୍ଷୀ ମହାନ୍ତଙ୍କ ଇସ୍ତଫା ସହ ବଡବିଲ ଏସଡିପିଓଙ୍କ ବଦଳି ଦାବିରେ ବିଶାଳ ଶୋଭାଯାତ୍ରା । ହଜାର ହଜାର ଲୋକେ ବିଧାୟିକାଙ୍କ ଦାଦାଗିରି ବିରୁଦ୍ଧରେ ଏକାଠି ହୋଇ ମଶାଲ ଶୋଭାଯାତ୍ରା କରିବା ସହ ଯୋଡ଼ା ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏଥିସହ ସେମାନଙ୍କ ପେଟକୁ ଲାତ, ପିଠିକୁ ଛାଟ ମାରୁଥିବା ବିଧାୟକ ମିନାକ୍ଷୀ ମହାନ୍ତଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ ।

ଖଣି କାର୍ଯ୍ୟରେ ଲିପ୍ତ ଥିବା ମୀନାକ୍ଷୀଙ୍କ ଇସ୍ତଫା ଦାବି କରିବା ସହ ବଡବିଲ ଏସଡିପିଓ ହିଂମାଶୁ ଭୂଷଣ ବେହେରାଙ୍କୁ ତୁରନ୍ତ ବଦଳି ପାଇଁ ଦାବି କରିଛନ୍ତି ଟ୍ରକ୍ ମାଲିକ ଓ କର୍ମଚାରୀଙ୍କ ପରିବାର । ବଡବିଲ ଏସଡିପିଓ ହିଂମାଶୁ ଭୂଷଣଙ୍କ ସହାୟତାରେ ବିଧାୟିକାଙ୍କର ଭଡାଟିଆ ଗୁଣ୍ଡାମାନେ ଟ୍ରକ ମାଲିକଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି । ଆକ୍ରମଣ ପଛରେ ବିଧାୟିକା ତାଙ୍କ ସ୍ୱାମୀ ଓ ସହଯୋଗୀ ଏକାଧିକ ଅପରାଧିକ ମାମଲାରେ ଜଡିତ ମହେନ୍ଦ୍ର ମହାନ୍ତି ମାଡ଼ ମରେଇଥିବା ଅଭିଯୋଗ କରିଛନ୍ତି ଟ୍ରକ୍ ମାଲିକ ।

ଏନେଇ ବାମେବାରୀ ଥାନାରେ ଭିନ୍ନ ଭିନ୍ନ ୪ଟି ଏତଲା ଦିଆଯାଇଥିଲେ ହେଁ ପୋଲିସ ଏଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବା ଅଭିଯୋଗ ହୋଇଛି । ତେବେ ଯଥାଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ ଟ୍ରକ ମାଲିକମାନେ ପରିବହନ ବନ୍ଦରଖି ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ଅନ୍ୟପକ୍ଷେ ବିଧାୟିକା ମିନାକ୍ଷୀ ମହାନ୍ତ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ । ତାଙ୍କ ନାଁରେ ମିଥ୍ୟା ଅପପ୍ରଚାର କରି ତାଙ୍କୁ ବଦନାମ କରୁଛନ୍ତି ବୋଲି ସେ କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ 🔴 ‘ଖୁବ୍‌ଶୀଘ୍ର ଆରମ୍ଭ ହେବ ଶ୍ରୀମନ୍ଦିରରେ ଆଣ୍ଟିଡ୍ରୋନ୍‌ ଟେକ୍ନୋଲୋଜି’ 🔴 ଦେଶରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା 🔴 ୮ ରାଜ୍ୟର ୧୫ ସ୍ଥାନରେ ଏନଆଇଏ ରେଡ୍ 🔴 ବଦଳିବ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ନାଁ 🔴 ବ୍ରହ୍ମପୁର R&B ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ରେଡ୍ 🔴 ଆଜି ବାଜିବ ଯୁଦ୍ଧ ସାଇରନ 🔴 ପାକିସ୍ତାନରେ ଲାଗୁ ହେଲା ବାଲ୍ୟ ବିବାହ ରୋକିବା ଆଇନ 🔴 କଟକରୁ ଚିହ୍ନଟ ହେଲା ପ୍ରଥମ କୋଭିଡ ଆକ୍ରାନ୍ତ 🔴 ED ଡେପୁଟି ଡାଇରେକ୍ଟର ଚିନ୍ତନ ରଘୁବଂଶୀ ଗିରଫ 🔴 ଭିଜିଲାନ୍ସ ଜାଲରେ ଗ୍ରାମୀଣ ଉନ୍ନୟନ ବିଭାଗ ମୁଖ୍ୟଯନ୍ତ୍ରୀ