Before Header

ବାତ୍ୟାକୁ ଦୃଷ୍ଟିରେ ରଖି ରାଜଧାନୀରେ ଦୁଇ ଦିନ ଟୀକାକରଣ ବନ୍ଦ

0 9

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ମାଡି ଆସୁଛି ବାତ୍ୟା । ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଥିବାର ଦେଖିବାକୁ ମିଳିଛି । ଏହା ମଧ୍ୟରେ ଆଜି ଓ କାଲି ଭୁବନେଶ୍ୱରରେ ଟୀକାକରଣ ବନ୍ଦ ହେବା କଥା ସାମ୍ନାକୁ ଆସିଛି ।

ବାତ୍ୟାଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ମହାନଗର ନିଗମ ପକ୍ଷରୁ ଏଭଳି ନିଷ୍ପତ୍ତି ନେଇଥିବାର ସୂଚନା ମିଳିଛି । ଏହା ସହ ଟିକାକରଣ କେନ୍ଦ୍ରକୁ ନଆସିବା ପାଇଁ ବିଏମସି ଲୋକମାନଙ୍କୁ ପରାମର୍ଶ ଦେଇଛି । ଆସନ୍ତା ୨୮ ତାରିଖରୁ ପୁଣିଥରେ ଟୀକାକରଣ ଆରମ୍ଭ କରାଯିବ ବୋଲି ବିଏମସି ଟ୍ୱିଟ କରି ସୂଚନା ଦେଇଛି ।

Leave A Reply

Your email address will not be published.