Masthead

ଲଢେଇରେ ଆଖି ବୁଜିଲା କୃଷ୍ଣସାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନନ୍ଦନକାନନ ପ୍ରାଣୀଉଦ୍ୟାନର ୬୫ ନମ୍ବର ଖୁଆଡରେ ରହୁଥିବା ବୟସ୍କ ଅଣ୍ଡିରା କୃଷ୍ଣସାର ମୃଗର ଆଜି ମୃତ୍ୟୁ ଘଟିଛି ।ଶନିବାର ଅପରାହ୍ନରେ ୨ଟି କୃଷ୍ଣସାର ମୃଗ ମଧ୍ୟରେ ଲଢେଇ ହୋଇଥିଲା । ୧୨ ବର୍ଷର ବୟସ୍କ କୃଷ୍ଣସାର ମୃଗର ମୁଣ୍ଡରେ ଗଭୀର ଆଘାତ ଲାଗି ଗୁରୁତର ହୋଇପଡିଥିଲା । ଜନ୍ତୁ ବିଭାଗ ଅଧିକାରୀଙ୍କ ଅବହେଲାରୁ ଛଟପଟ ହେଉଥିବା କୃଷ୍ଣସାର ମୃଗଟିର ବିଳମ୍ବରେ ଚିକିତ୍ସା କରାଯାଇଥିଲା । ଆଜି ସକାଳୁ ଖୁଆଡ ମଧ୍ୟରେ ମରି ପଡିଥିବା ଦେଖିବାକୁ ମିଳିଛି । କେଉଁ କାରଣ ଯୋଗୁଁ କୃଷ୍ଣସାର ମୃଗର ମୃତ୍ୟୁ ଘଟିଲା ତାହା ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ବର୍ତ୍ତମାନ ନନ୍ଦନକାନନରେ ଏହି ମୃଗର ମୃତ୍ୟୁ ପରେ କୃଷ୍ଣସାର ମୃଗ ସଂଖ୍ୟା ୩୯କୁ ଖସିଯାଇଛି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା 🔴 ସ୍ତ୍ରୀକୁ ପିଟି ପିଟି ନୃଶଂସ ଭାବେ ହତ୍ୟାକଲା ସ୍ୱାମୀ 🔴 ଅଗଷ୍ଟ ପହିଲାରେ ରାଜ୍ୟ କ୍ୟାବିନେଟ୍ 🔴 ଅଗଷ୍ଟ ୨ରେ ପିଏମ୍ କିଷାନ ଟଙ୍କା 🔴 ବାପା ହେବା ପରେ ବଦଳିଗଲେ ସରକାରୀ ବାବୁ 🔴 ଭାରତ ଓ ଆମେରିକା ମଧ୍ୟରେ ବଡ ଧରଣର ବାଣିଜ୍ୟିକ ଫାଟ 🔴 ସତର୍କ ସଙ୍କେତ ଉପରେ ବୈତରଣୀ 🔴 ସୁଭଦ୍ରା ଯୋଜନାକୁ ନେଇ ଆସିଲା ଖୁସି ଖବର…. 🔴 OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ରାୟଗଡ଼ାର ଶିକ୍ଷକ ଗିରଫ 🔴 ବିପଦ ସଂକେତ ଘେରରେ ବ୍ରାହ୍ମଣୀ 🔴 ଆସନ୍ତା ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା