Masthead

ପାଣ୍ଡିଆନଙ୍କ ଟୋପାଏ ବିଷ, ବିଜେଡି ଛାରଖାର

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ନବୀନ କେବେ କଳ୍ପନା କରିନଥିଲେ । ରାଜଭବନ ଯାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବେ । କାରଣ ସେ ଭାବିଥିଲେ ଓଡ଼ିଶାରେ କେବଳ ବିଜେଡି ରାଜ କରିବ । କାହିଁକି ନା କ୍ଷମତାକୁ ଆସିବା ଦିନ ଠାରୁ ସେ ଦେଖିନଥିଲେ ପରାଜୟ । ଲାଗୁଥିଲା ଯେମିତି ନବୀନଙ୍କ ରାଜନୀତିରେ ପଡ଼ିଛି ରାଜଜୋଟକ । ୨୪ ବର୍ଷ ଧରି ଓଡ଼ିଶାକୁ ଶାସନ କଲେ । ଅଣଓଡ଼ିଆ ଅଫିସରଙ୍କୁ ଓଡ଼ିଆଙ୍କ ଦାୟିତ୍ୱ ଦେଲେ । ହେଲେ ସେହି ଅଣଓଡ଼ିଆ ଗୁମାସ୍ତା ସବୁ ବିକାଶ କରିବେ କ’ଣ, ସଂପୂର୍ଣ୍ଣ ଓଡ଼ିଶାକୁ ଲୁଟିଲେ । ନବୀନ ସବୁ ଦେଖୁଥିଲେ । ଭାବୁଥିଲେ ଯାହା ହେଉଛି ଠିକ୍ ହେଉଛି । ହେଲେ ଅଣଓଡ଼ିଆଙ୍କ କାର୍ଯ୍ୟରେ ଓଡ଼ିଶାବାସୀ ଅତିଷ୍ଟ ହୋଇ ସାରିଥିଲେ । ଶେଷରେ ଜୁନ ୪ରେ ଫଳ ଓଲଟାଇ ଦେଲେ । ଯେଉଁ ପାଣ୍ଡିଆନ କହୁଥିଲେ ଏଥର ଶହେ ଆସନ ଜିତିବୁ । ତାଙ୍କ ପାଇଁ ଯେ ଦଳ ହାରିଲା ବିଜେଡି ନେତା ଖୋଲା ମୁହଁରେ କହିଲେ ।

ଓଡ଼ିଆଙ୍କୁ ପାଣ୍ଡିଆନ ଯେ ହୀନ ଭାବୁଥିଲେ ତାହା ନୁହେଁ ଏପରିକି ନବୀନ ମଧ୍ୟ ଓଡ଼ିଶାବାସୀଙ୍କୁ ଘୃଣା କରୁଥିଲେ । କାରଣ ୨୪ ବର୍ଷ କ୍ଷମତାରେ ରହିବା ପରେ ମଧ୍ୟ ନବୀନ କାହା ସହ ଭଲରେ ଟିକିଏ କଥା ହୋଇନାହାନ୍ତି । କେଉଁ ଗାଁକୁ ଯାଇ ଲୋକଙ୍କ ସହ କିଛି ଚର୍ଚ୍ଚା କରିନାହାନ୍ତି । ଲାଗୁଥିଲା ଯେମିତି ଓଡ଼ିଆଙ୍କୁ ଭେଟିଲେ କେତେ, ନ ଭେଟିଲେ କେତେ । କିଛି ଯାଏ ଆସେ ନାହିଁ । ନବୀନ ନିବାସ ଭଲ ତ ସେ ଭଲ । ହେଲେ କୁହାଯାଏ ସବୁ ଜିନିଷର ଗୋଟିଏ ସମୟ ଥାଏ । ସେହି ସମୟ ନବୀନଙ୍କ ମଧ୍ୟ ଆସିଲା । ରାଜଭବନ ଗଲେ, ଇସ୍ତଫା ଦେଲେ । ଅନ୍ୟ ଦଳକୁ ହାରୁଥିବାର ଦେଖୁଥିବା ନବୀନ, ନିଜ ବିଜେଡି ହାରିବାର ମୂହୁର୍ତ୍ତକୁ ଅନୁଭବ କଲେ ।

ଅବଶ୍ୟ ଏ ପରାଜୟର କାରଣ ପାଣ୍ଡିଆନ, ତାହା ସେ ଭାବିଥିବେ ନା ନାହିଁ ଜଣାନାହିଁ । ହେଲେ ଜନତା ଏକଥା କହିଲେ ଯେ ଅଣଓଡ଼ିଆଙ୍କ ମନମାନି ଚଳିବ ନାହିଁ । ଏ ସରକାର ବିଦା ହେବା ଦରକାର । ଫଳଫଳ ବିଜେଡି ବିପକ୍ଷରେ ଗଲା । ଦେଶରେ ଲମ୍ବା ସମୟ ଧରି ମୁଖ୍ୟମନ୍ତ୍ରୀ ହେବାର ରେକର୍ଡ ତିଆରି କରିବା ଯେଉଁ ସ୍ୱପ୍ନ ଥିଲା ତାହା ମାଟିରେ ମିଶିଗଲା । ଯେମିତି ଅମୃତ ହାଣ୍ଡିରେ ଗୋଟିଏ ଟୋପା ବିଶ ସବୁକିଛି ନାରଖାର କରିଦିଏ, ସେମିତି ବିଜେଡି ଦଳର ଆଭିମୁଖ୍ୟରୁ ଦୁଇ ନୁହେଁ ଚାରିପାଦ ଆଗକୁ ଯାଇ ପାଣ୍ଡିଆନ କାର୍ଯ୍ୟ କରିବା ବିଜେଡିକୁ ମହଙ୍ଗା ପଡ଼ିଲା । ଏବେ ଏହା ହିଁ ଚର୍ଚ୍ଚା ଯେ ପୁଣି ଥରେ ବିଜେଡି ଓଡ଼ିଶା କ୍ଷମତା କେନ୍ଦ୍ରକୁ ଆସିବ ନା ନାହିଁ ତାହା ଏବେ କଳ୍ପନା କରିବା ବାହାରେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା