Masthead

ବାଘ ଚମଡା ଉଦ୍ଧାର ସହ ୫ ଜଣକୁ ଗିରଫ କଲା ବନ ବିଭାଗ

ଗୁଣୁପୁର(ବଡ଼ ଖବର ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବ୍ଲକ ଅନ୍ତର୍ଗତ ଏକ ଆମ୍ବ ତୋଟାରୁ ବାଘ ଚମଡା ଉଦ୍ଧାର ସହ ୫ ଜଣକୁ ଗିରଫ କଲା ବନ ବିଭାଗ ଫ ରାୟଗଡା ଡିଏଫ୍ଓ ସଚିନ ନାନା ସାହେବ ଅହଲଙ୍କୁ ବିଶେଷ ସୁତ୍ରରୁ ସୂଚନା ମିଳିବା ପରେ ରାୟଗଡା ଓ ଗୁଡ଼ାରୀ ରେଞ୍ଜରୁ ଏକ ଟିମ ଗଠନ କରାଯାଇଥିଲା । ଡିଏଫଓ ଙ୍କ ନିର୍ଦ୍ଦେଶରେ ଏସିଏଫ୍ ସନ୍ଦୀପ ପୃଷ୍ଟି ଙ୍କ ତତ୍ତ୍ବାବଧାନରେ ବାଘ ଚମଡା ବେପାରୀଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଗ୍ରୁପ ଭାବରେ ରହି ସେମାନଙ୍କ ଉପରେ ନଜର ରଖିଥିଲେ ।

ବିଚିକୋଟ ଗ୍ରାମ ନିକଟସ୍ଥ ଏକ ଆମ୍ବ ତୋଟାରେ ଚାରି ଜଣ ଚମଡା ବେପାରୀଙ୍କୁ ଚମଡା ବିକ୍ରି କରିବା ସମୟରେ ଗିରଫ କରିଥିଲା ବନ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ରବିନ୍ଦ୍ର ବିଡିକା, ଅକ୍ଷୟ କୁମାର ଓଡ଼ିଆ, ସିମାଞ୍ଚଳ ଶବର, ନିଖିଲ ଗାଣ୍ଟା । ଚାରି ଜଣଙ୍କ ମଧ୍ୟରୁ ଜଣେ କହିବା ଅନୁଯାୟୀ ବାଘ ଚମଡା ଟି ଡମ୍ବସରା ଗ୍ରାମର ହଳଧର ଶବରଙ୍କୁ ବିକ୍ରି କରିବା ପାଇଁ ଆଣିଥିଲେ । ହଳଧର ଶବର ଡମ୍ବସରା ଗ୍ରାମର ତାଙ୍କ ଘରରୁ ଗିରଫ୍ କରାଯାଇଥିଲା । ଗିରଫ୍ ସମୟରେ ତାଙ୍କ ପାଖରେ ଥିବା ତିନୋଟି ଗାଡି ଓ ପାଞ୍ଚଟି ମୋବାଇଲ ଜବତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ