Masthead

ସକାଳ ୮ରୁ ଆରମ୍ଭ ଭୋଟ ଗଣତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ପଶ୍ଚିମବଙ୍ଗ, ଆସାମ, କେରଳ, ତାମିଲନାଡ଼ୁ ଏବଂ ପୁଡ୍ଡୁଚେରୀରେ ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଛି । ୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିମନ୍ତେ ହୋଇଥିଲା ନିର୍ବାଚନ । ଫଳାଫଳକୁ ରାଜନୈତିକ ଦଳମାନେ ଅପେକ୍ଷା କରିଥିବାବେଳେ କଡ଼ା ସୁରକ୍ଷା ଓ କୋଭିଡ଼ କଟକଣା ମଧ୍ୟରେ ଚାଲିଛି ଭୋଟ ଗଣତି । ତେବେ ୪ଟି ଲୋକସଭା ଆସନ ଓ ବିଭିନ୍ନ ରାଜ୍ୟରେ କରାଯାଇଥିବା ୧୨ଟି ବିଧାନସଭା ଉପନିର୍ବାଚନ ଆସନରେ ମଧ୍ୟ ହେଉଛି ଗଣତି କରାଯାଉଛି ।

ଆଜି ଦିନକ ମଧ୍ୟରେ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର ଫଳାଫଳ ସ୍ପଷ୍ଟ ହେବ । ତେବେ ଏ ସମସ୍ତ ଭୋଟ ରାଜ୍ୟ ଅପେକ୍ଷା ପଶ୍ଚିମବଙ୍ଗର ସାଧାରଣ ନିର୍ବାଚନ ଖୁବ ଗୁରୁତ୍ୱପୂର୍ଣ୍ଣ ରହିଛି । ଏଠାରେ ଦୁଇ ହେବି ୱେଟ୍ ନେତାଙ୍କ ମଧ୍ୟରେ କଡ଼ା ଟକ୍କର ହେବ । ଆଗରୁ ଏକ୍ଜିଟ ପୋଲ ରେଜଲ୍ଟ ଆସିଥିବା ବେଳେ ଏହା ସତ ହେବ କି ନା ଆଜି ସ୍ପଷ୍ଟ ହେବ ।

ଅନ୍ୟପକ୍ଷେ ଆସାମରେ ପୂର୍ବଭଳି ବିଜେପି କ୍ଷମତାରେ ରହିବା ନେଇ ଏକଜିଟ୍ ପୋଲରେ ଆସିଥିବା ବେଳେ ଏହା କେତେ ଦୂର ସତ ହେବ ତାହା ଆଜି ଜଣାପଡ଼ିବ । କେରଳରେ କ୍ଷମତାଶୀନ ସରକାରଙ୍କ ବିରୋଧରେ ଚାଲିଥିବା ପ୍ରତିରୋଧକୁ ପିନରାୟି ବିଜୟନ ମୁକାବିଲା କରିପାରିବେ କି ନା? ତାମିଲନାଡ଼ୁରେ ଡିଏମ୍କେ କ୍ଷମତାକୁ ଫେରିବ ବ? ଆସାମରେ ଏନଡିଏ ସରକାର ଗଢ଼ିବାରେ ସକ୍ଷମ ହେବ କି ନା? ଏ ତମାମ ପ୍ରଶ୍ନର ଉତ୍ତର ମିଳିପାରିବ ଆଜିର ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା