ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କାମ ଦେଲା ବିଦ୍ରୋହୀ ବିଜେଡି ନେତାଙ୍କ ପ୍ଲାନ! ନିରାଶ ହେଲେ ସୁଜାତା! ଫସିଗଲେ ପାଣ୍ଡିଆନ ଦମ୍ପତି? ବିଜେଡିକୁ ହାଇଜାକର ଦେଖିଥିଲେ ସ୍ୱପ୍ନ । ଚାକିରି ଛାଡି ସ୍ୱାମୀ ଫୁଙ୍କିଥିଲେ ଶଙ୍ଖ, ନବୀନଙ୍କ ଶରଣରେ ପଶିଥାନ୍ତେ ସୁଜାତା । ହେଲେ ସବୁ ଅଙ୍କ ହୋଇଗଲା ଭୁଲ । ବାଜି ମାରିନେଇଗଲେ ବରିଷ୍ଠ । ଦଳରେ ଦେଇଦେଲେ ଯୁଦ୍ଧ ଡାକରା । ମାଡିଆସିଲେ ନେତା । ମାନିଲେନି ନବୀନଙ୍କ କଥା । ଖୋଲିଚାଲିଲେ ଗୋଟିଏ ପରେ ଗୋଟିଏ ଗୁମର । ନବୀନଙ୍କ ନବମ ପାଳିରୁ ନେତାଙ୍କୁ ଦୂରେଇ ରଖି ନିଜ ଗୋଡରେ ନିଜେ କୁରାଢି ମାରିଦେଲେ ପାଣ୍ଡିଆନ! ବାଟରେ ଏବେ ହଜାରେ କଣ୍ଟା । କରିବେ କ’ଣ ନେଇପାରୁନାହାନ୍ତି ନଷ୍ପତ୍ତି । ସଜବାଜ ହୋଇ, ସମୟ ଧାର୍ଯ୍ୟ କରି ବାହାରି ଥିଲେ ପତ୍ନୀଙ୍କୁ ଫୁଙ୍କାଇ ଥାଆନ୍ତେ ଶଙ୍ଖ । କିନ୍ତୁ ସବୁଗଲା ଫୁସ କି? ଯାହା ପାଇଁ କୁଆଡେ ନବୀନଙ୍କ ଉପରେ ବେଶ ଚାପ ପକାଉଛନ୍ତି ପାଣ୍ଡିଆନ । ସୁଯୋଗର ଅପେକ୍ଷାରେ ଭୈରବ । ପନ୍ତ୍ରୀଙ୍କୁ ଦଳରେ କରିବା ପାଇଁ ଏଣ୍ଟି୍ର । ପନ୍ତ୍ରୀଙ୍କୁ କରିପାରିଲେ ନି ସାମିଲ ।
ହେଲେ ନବୀନ ଗଢିଦେଲେ ନିଜର ଟିମ । ନବୀନଙ୍କ ବିଶ୍ୱାସର ଭରପୁର ଫାଇଦା ଉଠାଇନେଲେ ପାଣ୍ଡିଆନ । ନବୀନଙ୍କ ପାଖେପାଖେ ସ୍ଥାନିତ କଲେ ନିଜର ଗୁପ୍ତଚର । ସଚିବ ଭାବରେ ନିଜର ଖାସକୁ ଦେଲେ ନିଯୁକ୍ତି । ବିଜେଡିରେ ନିଜର ଟିମକୁ କରିଦେଇଛନ୍ତି ଆକ୍ଟିଭ । କଳବଳ କୈାଶଳ ଆପଣାଇ ଦେଇଛନ୍ତି ପାଣ୍ଡିଆନ ଦମ୍ପତି । ନିଜର ସ୍ଥାୟିତ୍ୱକୁ ନବୀନଙ୍କ ଦାୟିତ୍ୱ ବୋଲି ଭାବି କୁଆଡେ ଚଲାଇଛନ୍ତି ନିଜର ଗୋଟି । କିନ୍ତୁ କଣ ଏହି ପ୍ଲାନରେ ହୋଇପାରିବେ ସଫଳ । ନା ଫସିଯିବେ ପାଣ୍ଡିଆନ ଦମ୍ପତି । କାହିଁକି ନା ଏବେ ବି ଦଳରେ ଭରିରହିଛି ଅସନ୍ତୋଷ । ଥମିବାରେ ନାଁ ଧରୁନି ଗୋଷ୍ଟୀ କନ୍ଦଳ । ବଢିଚାଲିଛି ଗ୍ରୁପିଜିଂ । ଦଳପତିଙ୍କୁ ଦେଇ ଚାଲିଛନ୍ତି ଆହ୍ୱାନ । ଟିମରୁ କାହିଁ କରିଲ ବାଦ ତାର ମାଗିଚାଲିଛନ୍ତି ଉତ୍ତର । ହେଲେ ବର୍ତ୍ତମାନ ସୁଦ୍ଧା ନବୀନ ନିବାସରୁ ତାଙ୍କୁ ମିଳିନାହିଁ କୈଫତ । ନୀରବତାରେ ନେତା, କରୁନାହାନ୍ତି ତ କିଛି ଚିନ୍ତା । ବିଜେଡି ଶିବିର ଛାଡି ପାଣ୍ଡିଆନ ଦମ୍ପତିଙ୍କର ବୋଧେ ହୁଏ ଆଉ କିଛି ନାହିଁ ରାସ୍ତା । ଯାହା କରିବାକୁ କରୁଛନ୍ତି ବିଚାର ତାହା ପଡୁଛି ଭାରି । ସାଥିରେ କିଏ ଦେବ ସାଥ, କିଏ ଦେବ ନାହିଁ ଭାବି ଭାବି ଶେଷରେ ବିଜେଡିର କମିଟି ଗଠନ କରିବାକୁ ବଧ୍ୟ ହେଲେ । କିନ୍ତୁ ପାଣ୍ଡିଆନ ନିଜର ଛାପଛାଡି ନାହାନ୍ତି । ନିଜର ଖାସଙ୍କୁ ଦେଇଛନ୍ତି ସ୍ଥାନ । ନିଜର ଦବଦବାକୁ ଜାହିର କରିବା ପାଇଁ ଏବେ ବି ଲାଗି ପଡିଛନ୍ତି ।
ନେତାଙ୍କୁ ନିଜ ସପକ୍ଷରେ ଟାଣିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ପାଣ୍ଡିଆନ ଦମ୍ପତି । ସମୟ ଧିରେ ଧିରେ ଗଡି ଯାଉଥିବାରୁ ଧର୍ଯ୍ୟ ବି ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କୁ ଅତିଷ୍ଠ କରିଦେଲାଣି । ଚାକିରି ଛାଡିବାର ଅନେକ ଦିନ ହେବା ସତ୍ତ୍ୱେ, ବିଜେଡିରେ ସୁଜାତାଙ୍କୁ ସ୍ଥାନ ନ ମିଳିବା ଭୈରବଙ୍କ ମୁଣ୍ଡ ବିନ୍ଧା ବଢାଇଦେଇଛି । ଦଳରେ ନିଜର ଆଉ ପତିଆରା ରହିବ କି ନାହିଁ ତାକୁ ଭାବି ଭାବି କୁଆଡେ ନବୀନଙ୍କ ନିକଟରେ ବି ସର୍ତ୍ତ କରିବା ଆରମ୍ଭ କରିଦେଇଛନ୍ତି । କାହିଁକି ମୋ ପନ୍ତ୍ରୀଙ୍କୁ ଦଳରେ ସାମିଲ କରି ପଦପଦାବୀ ଦେଉନାହାନ୍ତି । ଆପଣ ଏବଂ ଆପଣଙ୍କ ଦଳ ପାଇଁ ଆମର ଅବଦାନ ଅନେକ । ଏପରି ଅନେକ କଥା ନବୀନଙ୍କ ଆଗରେ ବଖାଣି କୁଆଡେ ସୁଜାତାଙ୍କ ପାଇଁ ଜୋରଦାର ଦାବୀ କରୁଛନ୍ତି ପାଣ୍ଡିଆନ । ଖାଲି ସେତିକି ନୁହେଁ ବିଜେଡିରେ ଥିବା ନିଜ ଟିମର ସଦସ୍ୟଙ୍କ ଉପରେ ବି ଚାପ ପ୍ରୟୋଗ କରୁଛନ୍ତି । କିନ୍ତୁ ନବୀନଙ୍କ ନବମ ପାଳିର ଟିମ ଘୋଷଣା ପରେ ପାଣ୍ଡିଆନ ଦମ୍ପତିଙ୍କ ପାଇଁ ଆହୁରି ସମସ୍ୟା ସୃଷ୍ଟି ହୋଇଛି । ଭୈରବ ଟିମ କୋ ମେମ୍ବର ଭିତରେ ବଢିଛି ତିକ୍ତତା । କିଏ ସନ୍ତୁଷ୍ଟ ହୋଇଛି ତ କିଏ ବାଦ ପଡିଛି । ଯାହାକୁ ନେଇ ସେମାନଙ୍କ ଭିତରେ ଭିତରେ ରକ୍ତ ଚାଉଳ ଚୋବାଉଛନ୍ତି । ଚର୍ଚ୍ଚା ଏହା ବି ହେଉଛି କୁଆଡେ ସେମାନେ ବି ଏବେ ଦମ୍ପତିଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ଯାହାକୁ ନେଇ ଏବେ ଦୁଇ ଜଣ ପୂରା ହଡବଡେଇ ଗଲେଣି ।