Masthead

ଆଗେ ଆଗେ ହାତ ଦଳ, ପଛରେ ଧାଇଁଛି ଶଙ୍ଖ ଶିବିର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର ନାହିଁ ପଲିସି । ନିଷ୍ପତ୍ତି ନେବାରେ ଶଙ୍ଖ ଶିବିର ମାରୁଛି ଫେଲ୍ । ମାଇଲେଜ ନେବା ପାଇଁ କଂଗ୍ରେସର ଧରିଛି ପଛ । ନବୀନଙ୍କ ନେତୃତ୍ୱାଧୀନ ବଡ଼ ଟିମ ହୁଡିଛି ବାଟ । ଦଳରେ ଭରି ରହିଛନ୍ତି ଅଭିଜ୍ଞ ସମ୍ପର୍ଣ୍ଣ ବ୍ୟକ୍ତି । ନିଜର ପାରଙ୍ଗମ ଦେଖାଇବାରେ ମିଳୁନି ପ୍ଲାଟଫର୍ମ । ବିଦ୍ରୋହକୁ ଖାତିର ନ କରି ନବୀନ ଗଢିଲେ ନିଜର ନବମ ପାଳିର ଟିମ୍ । ନବାଗତ, ବରିଷ୍ଠ, ମହିଳା ଓ ଯୁବଙ୍କୁ ଦେଲେ ଦାୟିତ୍ୱ । କିନ୍ତୁ ଦଳର ପରାଜୟ ପାଇଁ ସ୍ୱର ଉଠାଇଥିବା ନେତାଙ୍କୁ କଲେ ବୟକଟ । ଯାହାର ପରିଣାମ ଶଙ୍ଖ ଦଳରେ ଦେଖିବାକୁ ମିଳିଲାଣି । ଶତ୍ରୁଙ୍କ ସହ ଲଢୁଛି ଦେଶ । ବୀର ଯବାନ ଲଗାଇଦେଇଛନ୍ତି ଜି ଜାନ୍ । ପରିବାରକୁ ପଛରେ ପକାଇ ଭାରତ ମାର ସୁରକ୍ଷା ପାଇଁ ଦିନ ରାତିକୁ କରିଦେଇଛନ୍ତି ଏକ । ତାଙ୍କ ମନବଳକୁ ବୃଦ୍ଧି ସହ ତାଙ୍କ ସହ ଠିଆ ହୋଇଛନ୍ତି ବୋଲି ଦେଶର ପ୍ରତ୍ୟେକଟି ବ୍ୟକ୍ତି ଆଗେଇ ଆସିଥିବା ବେଳେ ଏଥିରୁ ବାଦ ପଡିନାହାନ୍ତି ରାଜନୈତିକ ଦଳ । ମନ୍ଦିରରେ ପୂଜାଚ୍ଛନା, କ୍ୟାଣ୍ଡେଲ ଶୋଭାଯାତ୍ରା, ରକ୍ତଦାନ ଶିବିର ଓ ତ୍ରିରଙ୍ଗା ଯାତ୍ରା ଭଳି କାର୍ଯ୍ୟକ୍ରମ । ଓଡ଼ିଶାରେ ଆମ ସେନା ମାନଙ୍କ ମନୋବଳକୁ ବଢାଇବା ପାଇଁ ଆପଣାଇଛନ୍ତି ଅନେକ ପଦକ୍ଷେପ ।

ଓଡ଼ିଶା କଂଗ୍ରେସ ପକ୍ଷରୁ ରାଜ୍ୟବ୍ୟାପୀ ଜାରି ରହିଛି କ୍ୟାଣ୍ଡେଲ ଶୋଭାଯାତ୍ରା, ରକ୍ତଦାନ ଶିବିର ଓ ତ୍ରିରଙ୍ଗା ଯାତ୍ରା । ରାଜଧାନୀ ଭୁବନେଶ୍ୱରରେ ବି ପଡିନି ବାଦ । ଦଳର ତୁଙ୍ଗନେତା ମାନେ ଏକତ୍ରିତ ହୋଇ ବୀର ସୈନିକଙ୍କୁ ଜଣାଇଛନ୍ତି ସାଲୁଟ୍ । ଯାହାକୁ ଦେଖି ବିଜେଡି ଶିବିର ପୁରା ଆକ୍ଟିଭ । ଚଳଚଞ୍ଚଳ ହୋଇ ଉଠିଛି ନବୀନ ନିବାସରୁ ନେଇ ଶଙ୍ଖ ଭବନ । ନେତାଙ୍କୁ ଦଳ ଦେଲା ପରାମର୍ଶ । ସେନାଙ୍କ ପାଇଁ କର କାର୍ଯ୍ୟକ୍ରମ । ଦଳପତି ଭାଗ ନେଇନଥିଲେ ବି ଦଳର ନେତୃତ୍ୱ ନେଉଥିବା ନେତା ଆଗକୁ ଆସି ଭୁବନେଶ୍ୱରରେ କରିଛନ୍ତି ତ୍ରିରଙ୍ଗା ଯାତ୍ରା ସାଙ୍ଗକୁ ମହାପ୍ରଭୁ ଲିଙ୍ଗରାଜଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରିଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର କି କାହିଁକି ଏତେ ଦିନ ଚୁପ ଥିଲା ବିଜେଡି । କ’ଣ ହାତ ଦଳ କରିବା ପରେ ମନେ ପଡିଗଲା ? କ’ଣ ଦଳରେ ପରାମର୍ଶ ଦେବାରେ ନେତାଙ୍କର ରହିଛି କମି? ଯଦି ନାହିଁ ତାହାଲେ କାହିଁକି ଆଗରୁ କରୁନଥିଲା ଶଙ୍ଖ ଦଳ ।

ବିଜେଡିର ମୁଖିଆ କାହିଁକି ଏହି କାର୍ଯ୍ୟକ୍ରମରୁ ରହୁଛନ୍ତି ଦୂରେଇ? କ’ଣ ତାଙ୍କର ଦାୟିତ୍ୱ ନୁହେଁ କି? ଯେବେ ଦେଶ ପାଇଁ ସେନା ଲଢୁଛନ୍ତି, ତେବେ କ’ଣ ସେହି ସମୟରେ ତାଙ୍କ ପାଇଁ କେଇ ମିନିଟ ଦେଇପାରିବା ନାହିଁ । କଣ ଖାଲି ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଦେଲେ କାମ ସରିଗଲା ଗୋଟେ ଦଳର ସଭାପତିଙ୍କର ଦାୟିତ୍ୱ? ତେବେ କାହିଁକି ନବୀନ ନିଭାଉନାହାନ୍ତି ତାଙ୍କ ଭୂମିକା? ଖାଲି ସେ ଆଜି ବିଜେଡିର ନବମ ଥରର ସଭାପତି ନୁହନ୍ତି, ସେ ବର୍ତ୍ତମାନର ବିରୋଧୀ ଦଳ ନେତା ସହ ପାଞ୍ଚ ପାଞ୍ଚ ଥରର ଓଡ଼ିଶା ରାଜ୍ୟର ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି । ଆଉ ତାଙ୍କର ଏ ସମୟରେ ଏଭଳି ନିରବତା ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି? କାହିଁକି ନା ସେ ଜଣେ ଅଭିଜ୍ଞ ସମ୍ପର୍ଣ୍ଣ ବ୍ୟକ୍ତି । ଖାଲି ସେତିକି ନୁହେଁ ନିଜ ପାଖରେ ଦୁଇ ଜଣଙ୍କୁ ରାଜନୈତିକ ସଚିବ ଭାବରେ ରଖିଛନ୍ତି ତା ସହ ରାଜ୍ୟ ସରକାରଙ୍କ ପକ୍ଷରୁ ଜଣେ ପ୍ରତିପକ୍ଷ ନେତା ଭାବେ ବ୍ୟକ୍ତିଗତ ସଚିବ ନିଯୁକ୍ତି ରହିଛନ୍ତି । ସେମାନେ ପରାମର୍ଶ ଦେବାରେ କ’ଣ ଏତେ ଅସମର୍ଥ ନା ଆଉ କିଏ ତାଙ୍କ ଭିତରେ ଟାଣିଛି ଲକ୍ଷ୍ମଣ ରେଖା । ସମୟ କହିବ ପ୍ରକୃତରେ ବିଜେଡି ପଛରେ ନିଷ୍ପତ୍ତି ନେବା ପଛର କାରଣ କ’ଣ?

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି