Masthead

କୋଇଡ଼ା ବିଡିଓଙ୍କ ବାପା ଗିରଫ

କୋଇଡ଼ା(ବଡ଼ ଖବର ବ୍ୟୁରୋ): କୋଇଡ଼ା ବିଡିଓଙ୍କ ବାପା ଗିରଫ । ବଡିଓ ଥିବା ଝିଅକୁ ମାଡ଼ ମାରିବା ଅଭିଯୋଗରେ ବାପା ରମେଶ ଚନ୍ଦ୍ର ରାଜ ଗିରଫ । ଏସମ୍ପର୍କରେ ସୂଚନା ଦେଲେ ରାଉରକେଲା ଏସ୍ପି ମୁକେଶ ଭାମୁ । ୩୪୧, ୩୦୭, ୫୦୬, ୩୮୪, ୩୪ ଆଇପିସି ଧାରାରେ ଗିରଫ ହେଲେ ରମେଶ ଚନ୍ଦ୍ର ରାଜ । ବିଡିଓ ସମେତ ସହକାରୀ ଯନ୍ତ୍ରୀଙ୍କୁ ବିଡିଓ ଙ୍କ ବାପା ଓ ଭାଇ ମାଡ ମାରିଥିବା ଅଭିଯୋଗ ହୋଇଛି । ଏନେଇ ଥାନାରେ ଏତଲା ଦେଇଥିଲେ ବିଡିଓ ।

ଗତକାଲି ରାତି ୧୦ ଟା ସମୟରେ ବିଡିଓ ପଲ୍ଲବୀ ରାଣୀ ରାଜଙ୍କ ବାସଗୃହରେ ତାଙ୍କର ବାପା ଓ ଭାଇ ଅଚାନକ ଆସି ମାଡ଼ ମାରିଥିଲେ ଏବଂ ବଞ୍ଚାଇବା ପାଇଁ ବ୍ଲକ୍ ସହକାରୀ ଯନ୍ତ୍ରୀ ଅଭିଶେକ ପାଣିଗ୍ରାହୀ ଆସିଲା ବେଳକୁ ତାଙ୍କୁ ମଧ୍ୟ ମାଡ ମାରିଥିଲେ । ଏତଲା ଆଧାରରେ ବାପା ଙ୍କୁ ଗିରଫ କରିଛି କୋଇଡା ପୋଲିସ୍, ଅନ୍ୟପଟେ ଭାଇ ସଂଗ୍ରାମ ଫେରାର୍ ରହିଛନ୍ତି । କୋଇଡା ବିଡ଼ିଓଙ୍କୁ କୋଇଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଏକ ଟିମ ତାଙ୍କ କ୍ବାର୍ଟର ଯାଇ ଚିକିତ୍ସିତ ପରେ କଟକ ବଡ ମେଡିକାଲ୍ ସ୍ଥାନାନ୍ତରିତ କରିଥିବା ବେଳେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କୁ କୋଇଡା ମେଡ଼ିକାଲରେ ପ୍ରାଥମିକ ଚିକିତ୍ସା ପରେ ରାଉରକେଲା ସ୍ଥାନାନ୍ତର କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ