ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିରେ ଦେଖା ଦେବାରେ ଲାଗିଛି ଅଜବ ନୀତି । ନେତା ଠିଆ ହେଉଛନ୍ତି, କର୍ମୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଉଛନ୍ତି । ଯାହାକୁ ନେଇ କୁଆଡେ କେହି ସହଜରେ ହଜମ କରିପାରୁନାହାନ୍ତି । ନେତା ମାନଙ୍କ ଭିତରେ ଭିତରେ କ୍ରୋଧ ବଢିବାରେ ଲାଗିଛି । ସେ କର୍ମୀ ଜଣଙ୍କ ଆଉ କେହି ନୁହନ୍ତି ପ୍ରଶାସନିକ ଛାଡି ଶଙ୍ଖ ଫୁଙ୍କିଥିବା ଭୈରବଙ୍କ ଧର୍ମପନôୀ ସୁଜାତା । ସୁଜାତାଙ୍କୁ ନବୀନ କର୍ମୀ କହିଦଳରେ ଏଣ୍ଟ୍ରି ଦେଲେ । କିନ୍ତୁ ସୁଜାତା ଧିରେ ଧିରେ ତାଙ୍କ ସ୍ୱାମୀ ଭୈରବଙ୍କ ରୂପ ଧାରଣ କରିବାରେ ଲାଗିଲେଣି । ସ୍ୱାମୀ ଯେପରି ବିଜେଡିରେ ବସ୍ ଭାବୁଥିଲେ । ଠିକ୍ ସେହିପରି କୁଆଡେ ସୁଜାତା ମଧ୍ୟ ସେହିପରି ବସ ଭାବିଲେଣି । ଏମିତିକି ଶଙ୍ଖ ଭବନରେ ତାଙ୍କୁ କାର୍ଯ୍ୟଳୟ ମିଳିଥିବା ବେଳେ ଏବେ ଦଳୀୟ କାର୍ଯ୍ୟକ୍ରମରେ ନିଜର ଉପସ୍ଥିତି ଜାହିର କରି ଚଳାଇଲେଣି ନିଜର ଚାଲ । ନେତାଙ୍କୁ ସାଥିରେ ନେଇ, ପଛରେ ଛିଡା କରି ଗଣମାଧ୍ୟମକୁ ପ୍ରତିକ୍ରିୟା ପ୍ରକାଶ କଲେଣି । ସତେ ଯେମିତି ସୁଜାତା ଦଳର ଜଣେ ବରିଷ୍ଟ ନେତା, ବିଧାୟକ, ସାଂସଦ କି ମୁଖପାତ୍ର । ସେହିଭଳି ଭାବି ନିଜକୁ ମଇଦାନକୁ ଓହ୍ଲାଇବା ଆରମ୍ଭ କରିଦେଇଛନ୍ତି । ଯାହାକୁ ନେଇ ଦଳୀୟ ନେତାଙ୍କ ମହଲରେ କୁଆଡେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।
ସୋମବାର ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ମରଶରୀରକୁ ଶଙ୍ଖ ଭବନ ଠାରେ ଶ୍ରଦ୍ଧାଞ୍ଜଳି ସଭାରେ ସାମିଲ ହୋଇ ସମସ୍ତ ନେତାଙ୍କୁ ସାଥିରେ ନେଇ ମିଡ଼ିଆରେ ନିଜର ମତ ପ୍ରକାଶ କରିଥିଲେ । ଏମିତିକି ଦଳର ବରିଷ୍ଟ ନେତା ତାଙ୍କ ପଛରେ ଛିଡା ହୋଇଥିଲେ । ସଞ୍ଜୟ ଦାସବର୍ମା, ଟୁକୁନି ସାହୁ, ଉମାକାନ୍ତ ସାମନ୍ତରାୟ ଏବଂ ଶର୍ମିଷ୍ଟା ସେଠୀଙ୍କ ଭଳି ଅନ୍ୟ ନେତା । କିନ୍ତୁ ତାହା କୁଆଡେ ସୁଜାତାଙ୍କ ପାଇଁ ଭାରି ପଡିଛି । ସୁଶାନ୍ତ ସିଂଙ୍କ ଶୋକବ୍ୟକ୍ତ ସିନା କରିଦେଲେ କିନ୍ତୁ ଦଳୀୟ ଏବଂ ବ୍ୟକ୍ତିଗତ ଗଣମାଧ୍ୟମର ପ୍ରଶ୍ନକୁ କୁଆଡେ ସାମ୍ନା କରିପାରିଲେନି । ଯାହାକୁ ନେଇ ପରେ ଦଳୀୟ ନେତୃତ୍ୱଙ୍କ ସହ ଆଲୋଚନା କରି ବୁଝିନେଇଛନ୍ତି କି କଣ ମିଡ଼ିଆ ଏମିତି ପଚାରି ପାରିବ ଅନ୍ୟ ଘଟଣାରେ । ବାସ୍ ତାଙ୍କର ଏହିଭଳି ଆଲୋଚନା ଚାରିଆଡେ ବ୍ୟାପିବାରେ ଲାଗିଛି । ସୁଜାତା କିପରି ନିଜର ଉପସ୍ଥିତିକୁ ଜାହିର କରିବା ଆରମ୍ଭ କରିଦେଇଛନ୍ତି । ଆଉ ଯାହା ଆଶା କରାଯାଉଥିଲା ସୟା କରିବାକୁ ଲାଗିପଡିଛନ୍ତି । ନିଜେ ବିଜେଡିରେ ସାମିଲ ହେବାର ପଛର ଅସଲ ରୂପ ଦେଖାଇ ବା କୁହାଯାଉଛି । ପୂର୍ବରୁ ତ ଏମିତିକି ସେ ଦଳରେ ସାମିଲ ହେବା ପରେ ପୁରୀ ହେଉ ଅବା କଟକ କିମ୍ବା ଭୁବନେଶ୍ୱରରେ କିପରି ସୁଜାତାଙ୍କୁ ନେଇ ନେତା ନେତାଙ୍କ ଭିତରେ ଫାଟ ଦେଖାଦେଇଛି । ଆଉ ସେବେଠାରୁ ନେତାଙ୍କୁ ମାନଭଞ୍ଜନ କରିବାକୁ ଉଦ୍ୟମ ଚଳାଇଥିବା ବେଳେ ପୁଣି ସୁଜାତାଙ୍କର ଏଭଳି କାର୍ଯ୍ୟକଳାପକୁ ନେଇ ଦଳ ଭିତରେ କଣ ହେଉଛି ଆଗକୁ ଦେଖିବାକୁ ରହିଲା ବାକି ।
