Masthead

ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ

ପୁରୀ (ବଡ଼ ଖବର ବ୍ୟୁରୋ):  ପୁରୀ ବଡଦାଣ୍ଡରେ ଛେଚୁଛି ବର୍ଷା । ବର୍ଷା ନୁହେଁ ତ ଆଶୀର୍ବାଦର ବର୍ଷା । ଭିଜିଭିଜି ଭକ୍ତ କରୁଛନ୍ତି ଜଗା ଦର୍ଶନ । ରଥଯାତ୍ରା ଠାରୁ ଆରମ୍ଭ କରି ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପୁରୀରେ ପ୍ରବଳ ବର୍ଷା ଲାଗି ରହିଛି । ଆରମ୍ଭ ହୋଇନି ନିଳାଦ୍ରି ବିଜେ ଏବେଠୁ ବଡଦାଣ୍ଡରେ ଭକ୍ତଙ୍କ ଭିଡ । ବର୍ଷାକୁ ନାହିଁ ଖାତିର ଜଗା ପ୍ରେମରେ ଉବୁଟୁବୁ ଭକ୍ତ । ବଡଦାଣ୍ଡରେ ଜଗାର ଆଜି ଶେଷ ଦିନ । ଜଗାର ସେହି ଝଲକ ଟିକେ ଦେଖିବା ପାଇଁ ଭାବ ବିହ୍ୱଳ ଭକ୍ତ ।

ସେପଟେ ରାଗିଛନ୍ତି ସାଆନ୍ତାଣି ଡରୁଛି ଜଗା । ରସଗୋଲା ଆଣିବେ ମାଆଙ୍କ ମାନଭଞ୍ଜନ କରିବେ । ଜନ୍ମବେଦୀରୁ ଆସି ରତ୍ନବେଦୀରେ ବସିବେ । ନୀତି ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରା ଗୋଟି ପହାଣ୍ଡିରେ ରଥରୁ ଆସି ଶ୍ରୀମନ୍ଦିରକୁ ଯିବେ। ଏହି ପର୍ବ ସହିତ ଚଳିତ ବର୍ଷର ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସମାପନ ହେବ। ନୀଳାଦ୍ରି ବିଜେ ସମୟରେ ଲକ୍ଷ୍ମୀ–ନାରାୟଣଙ୍କ ରସଗୋଲା ପରମ୍ପରା ମଧ୍ୟ ଭକ୍ତମାନଙ୍କ ପାଇଁ ଅନ୍ୟତମ ଆକର୍ଷଣ। ପହଣ୍ଡି ପୂର୍ବରୁ ରଥରେ ସନ୍ଧ୍ୟା ଆଳତି ଏବଂ ଚାରମାଳ ବନ୍ଧା ନୀତି ଅନୁଷ୍ଠିତ ହେବ। ପ୍ରଥମେ ମଦନ ମୋହନ ଏବଂ ରାମକୃଷ୍ଣଙ୍କ ଚଳିନ୍ତି ପ୍ରତିମାଙ୍କୁ ନିଆଯିବ । ପରେ ଶ୍ରୀସୁଦର୍ଶନ, ପ୍ରଭୁ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ପ୍ରଭୁ ଜଗନ୍ନାଥ ଶ୍ରୀମନ୍ଦିରରେ ବିଜେ ହେବେ।

ସେପଟେ ବର୍ଷାକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା, ଭିଡ଼ ନିୟନ୍ତ୍ରଣ, ଟ୍ରାଫିକ୍ ଏବଂ ଭକ୍ତଙ୍କ ସୁବିଧା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପାଣିପାଗ ଅନୁକୂଳ ନଥିଲେ ମଧ୍ୟ ଶ୍ରୀକ୍ଷେତ୍ରରେ ଭକ୍ତି ଓ ଆଧ୍ୟାତ୍ମିକ ପରିବେଶ ଅବ୍ୟାହତ ରହିଛି। ନୀଳାଦ୍ରି ବିଜେର ସମସ୍ତ ନୀତିକାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ କରିବାକୁ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ସଂସଦରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଭବ୍ୟ ସ୍ୱାଗତ 🔴 ପ୍ରବଳ ବର୍ଷା, ଜଳମଗ୍ନ ପରିସ୍ଥିତି 🔴 ସୃଷ୍ଟି ହେଲା ଗଭୀର ଅବପାତ 🔴 ନୀଳକନ୍ଦରକୁ ଯିବେ ନୀଳମଣି 🔴 ତେଲ ଟ୍ୟାଙ୍କର-କାର ମୁହାଁମୁହିଁ ଧକ୍କା; ୧୦ ଫୁଟ ତଳକୁ ଖସିଲା କାର, ୬ ଗୁରୁତର 🔴 ତିର୍ତ୍ତୋଲରେ ପଶିଲା ବନ୍ୟା ଜଳ, ବଢ଼ିଲା ଲୋକଙ୍କ ଚିନ୍ତା 🔴 କାର୍ଗିଲର ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି